ହଇଚଇ ସୃଷ୍ଟି କଲା ଯୁବକଙ୍କ ଭବିଷ୍ୟବାଣୀ: ସୋସିଆଲ ମିଡ଼ିଆରେ  ପୋଷ୍ଟ କରି  କହିଲେ, ୨୦୨୬ରେ ଜଳମଗ୍ନ ହେଇଯିବ ସାରା ବିଶ୍ବ

Advertisment

ଏକ ଚିରା ଅଖା ପିନ୍ଧି ଥିବାର ଫୋଟ ତାଙ୍କର ଖୁବ୍‌ ଭାଇରାଲ ହେଉଛି । ଯାହାକୁ ଦେଖିଲା ପରେ ଯିଏ ନାହିଁ ସିଏ କହିବ  ମାନସିକ ବିକାରଗ୍ରସ୍ତ  କିମ୍ବା ଜଣେ ଭିକାରୀ ବୋଲି ।  କିନ୍ତୁ ନା ସେ ଭିକାରୀ ନା ମାନସିକ ବିକାରଗ୍ରସ୍ତ, ସେ  ହେଉଛନ୍ତି ଜଣେ ଭବିଷ୍ୟବକ୍ତା ।  ଯାହାଙ୍କ ଭବିଷ୍ୟବାଣୀ ଏବେ ହଇଚଇ ସୃଷ୍ଟି କରିଛି ।

ଏକ ଚିରା ଅଖା ପିନ୍ଧି ଥିବାର ଫୋଟ ତାଙ୍କର ଖୁବ୍‌ ଭାଇରାଲ ହେଉଛି । ଯାହାକୁ ଦେଖିଲା ପରେ ଯିଏ ନାହିଁ ସିଏ କହିବ  ମାନସିକ ବିକାରଗ୍ରସ୍ତ  କିମ୍ବା ଜଣେ ଭିକାରୀ ବୋଲି ।  କିନ୍ତୁ ନା ସେ ଭିକାରୀ ନା ମାନସିକ ବିକାରଗ୍ରସ୍ତ, ସେ  ହେଉଛନ୍ତି ଜଣେ ଭବିଷ୍ୟବକ୍ତା ।  ଯାହାଙ୍କ ଭବିଷ୍ୟବାଣୀ ଏବେ ହଇଚଇ ସୃଷ୍ଟି କରିଛି ।

Prediction

Prediction Photograph: (KanakNews)

କନକ ବ୍ୟୁରୋ: ଡ଼ରାଇଲାଣି ଆଉ ଜଣେ ଭବିଷ୍ୟବକ୍ତାଙ୍କ ଭବିଷ୍ୟବାଣୀ ।  ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି  ଏହି ବ୍ୟକ୍ତିଙ୍କ ଭବିଷ୍ୟବାଣୀ ।  ଏକ ଚିରା ଅଖା ପିନ୍ଧି ଥିବାର ଫୋଟ ତାଙ୍କର ଖୁବ୍‌ ଭାଇରାଲ ହେଉଛି । ଯାହାକୁ ଦେଖିଲା ପରେ ଯିଏ ନାହିଁ ସିଏ କହିବ  ମାନସିକ ବିକାରଗ୍ରସ୍ତ  କିମ୍ବା ଜଣେ ଭିକାରୀ ବୋଲି ।  କିନ୍ତୁ ନା ସେ ଭିକାରୀ ନା ମାନସିକ ବିକାରଗ୍ରସ୍ତ, ସେ  ହେଉଛନ୍ତି ଜଣେ ଭବିଷ୍ୟବକ୍ତା ।  ଯାହାଙ୍କ ଭବିଷ୍ୟବାଣୀ ଏବେ ହଇଚଇ ସୃଷ୍ଟି କରିଛି । ଘାନାର ସ୍ୱଘୋଷିତ ଭବିଷ୍ୟବକ୍ତା ଇବୋ ନୋଆ ।  ବର୍ତ୍ତମାନ ସମଗ୍ର ବିଶ୍ୱରେ, ବିଶେଷକରି ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।  ତାଙ୍କର କିଛି ଭୟଙ୍କର ଭବିଷ୍ୟବାଣୀ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ଓ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ଇବୋ ଦାବି କରିଥିଲେ ଯେ ପୃଥିବୀ ଖୁବ୍ ଶୀଘ୍ର ଏକ ଭୟଙ୍କର ବନ୍ୟାର ଶିକାର ହେବାକୁ ଯାଇଛି,  ଯାହା କେବଳ ମାନବ ସଭ୍ୟତାକୁ ବିପଦରେ ପକାଇବ ନାହିଁ ବରଂ ଆଗାମୀ ବର୍ଷ  ୨୦୨୬ ପାଇଁ ଏହାର ପ୍ରଭାବ ମଧ୍ୟ ପକାଇବ ।  ତେବେ ଇବୋ  ସୋସିଆଲ ମିଡିଆ ପ୍ଲାଟଫର୍ମରେ "ଇବୋ ଯୀଶୁ" ନାମରେ ପରିଚିତ।  ସେ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭବିଷ୍ୟବାଣୀର ଭିଡିଓ ପୋଷ୍ଟ କରିଥିଲେ । ଏହା ପରେ  ସେହି ଭିଡ଼ିଓ ଖବ୍‌ ଭାଇରାଲ ହୋଇଥିଲା । 

 ଅଧିକ ପଢନ୍ତୁ; ଚନ୍ଦ୍ର ଗ୍ରହଣ ନେଇ ବାବା ଭେଙ୍ଗା କରିଯାଇଛନ୍ତି ଭବିଷ୍ୟବାଣୀ; ଏହି ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ...

ଭିଡିଓରେ ଇବୋ ଦାବି ଅନୁସାରେ ତାଙ୍କୁ ଦିବ୍ୟ ସନ୍ଦେଶ ମିଳିଛି , ଯେଉଁଥିରେ ଇଶ୍ବର ତାଙ୍କୁ କହିଛନ୍ତି ଲଗାଣ ବର୍ଷା ଲାଗିରହିବ, ଛାଡିବାର ନା ନେବ ନାହିଁ  ଯେଉଁଥିପାଇଁ  ପୁରା ବିଶ୍ବର ଜଳମଗ୍ନ ହୋଇପାରେ । ହି ପରିସ୍ଥିତି ଏକ ପ୍ରାକୃତିକ ବିପର୍ଯ୍ୟୟ ପାର କରି ଆଧୁନିକ ଯୁଗର ଏକ ପ୍ରଳୟ ସଦୃଶ ହେବ। ସେ କହିଛନ୍ତି ଯେ ଏହି ବନ୍ୟା କିଛି ଦିନ କିମ୍ବା ମାସ ମଧ୍ୟରେ ସୀମିତ ରହିବ ନାହିଁ, ବରଂ ବର୍ଷ ବର୍ଷ ଧରି ରହିବ, ଯାହା ଫଳରେ ସମୁଦ୍ର ପତ୍ତନ ଅତ୍ୟଧିକ ବଢ଼ିଯିବ ଏବଂ ଅନେକ ଦେଶ ତଥା ସହର ସମ୍ପୂର୍ଣ୍ଣ ଭାବେ ଜଳମଗ୍ନ ହୋଇଯିବେ । ଦୁନିଆ ପାଣିରେ ବୁଡ଼ିଯିବା, ଶେଷ ହୋଇଯିବ ମାନବ ସମାଜ, ଧ୍ବସଂ ପାଇବ ଜୀବଜଗତ ।  
 ତେବେ ଏହି  ଏବୋ ନୋଆ କିଏ?

 ଇବୋ ନୋଆ ହେଉଛନ୍ତି ପଶ୍ଚିମ ଆଫ୍ରିକୀୟ ଦେଶ ଘାନାର ଜଣେ ଆଧ୍ୟାତ୍ମିକ ନେତା ତଥା ଭବିଷ୍ୟବକ୍ତା । ସେ 'ଇବୋ ନୋଆ ମିନିଷ୍ଟ୍ରିଜ୍'   ନାମକ ଏକ ସଂସ୍ଥା ଚଳାନ୍ତି । ସେ ମୁଖ୍ୟତଃ ଟିକଟକ୍  ଏବଂ ୟୁଟ୍ୟୁବ୍ ମାଧ୍ୟମରେ ନିଜର ଭବିଷ୍ୟବାଣୀ ଓ ଆଧ୍ୟାତ୍ମିକ ବାର୍ତ୍ତା ପ୍ରଚାର କରନ୍ତି । ତାଙ୍କର  ସୋସିଆଲ ମିଡିଆରେ ୪୦,୦୦୦ରୁ ଅଧିକ ଅନୁସରଣକାରୀ ଅଛନ୍ତି ବୋଲି ଜଣାପଡ଼ିଛି । ଭାଇରାଲ ଭିଡିଓଗୁଡ଼ିକରେ, ସେ ଏକ ଚିରା ବସ୍ତା ପରି ପୋଷାକ ପିନ୍ଧିଥିବା ଦେଖାଯାଆନ୍ତି ଏବଂ ନିଜକୁ ପରମେଶ୍ୱରଙ୍କ ଦୂତ ବୋଲି ଦାବି କରନ୍ତି । ସେ ଦାବି କରିଥିଲେ ଯେ ବିଶ୍ୱ ବିପର୍ଯ୍ୟୟ ଡିସେମ୍ବର ୨୫, ୨୦୨୫ ଖ୍ରୀଷ୍ଟମାସ ଦିନ ଆରମ୍ଭ ହେବ। ସେ ଅଗଷ୍ଟ ୨୦୨୫ରେ YouTube ରେ ଅପଲୋଡ୍ ହୋଇଥିବା ଏକ ଭିଡିଓରେ ଏହି ସମାନ ଭବିଷ୍ୟଦ୍ବାଣୀକୁ ପୁନରାବୃତ୍ତି କରିଥିଲେ, ଯାହାର ଶୀର୍ଷକ ଥିଲା "କ'ଣ ହେବ ଏବଂ କିପରି ହେବ?" । ତାଙ୍କର ଅନୁଗାମୀମାନେ ବିଶ୍ୱାସ କରନ୍ତି ଯେ ତାଙ୍କୁ ଈଶ୍ୱରଙ୍କଠାରୁ ସିଧାସଳଖ ସଙ୍କେତ ମିଳେ, କିନ୍ତୁ ଅନେକ ଲୋକ ତାଙ୍କୁ ଜଣେ 'ଷଡ଼ଯନ୍ତ୍ରକାରୀ' ବା କେବଳ ଚର୍ଚ୍ଚାରେ ରହିବାକୁ ଚାହୁଁଥିବା ବ୍ୟକ୍ତି ବୋଲି କହନ୍ତି ।
 
  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe