କନକ ବ୍ୟୁରୋ; ୨୦୨୬ ପାଇଁ ଆସିଲା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ । ଭିବଷ୍ୟବାଣୀରେ ସାରା ବିଶ୍ବରେ ବଡ ପରିବର୍ତ୍ତନ ଏବଂ ବିପଦର ସଙ୍କେତ ଦେଉଛି । ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ କହିଛନ୍ତିଯେ, ଆସନ୍ତା ବର୍ଷ ବିଷାଦ ପୂର୍ଣ୍ଣ ଏବଂ ଚ୍ୟାଲେଞ୍ଚ ପୂର୍ଣ୍ଣ ରହିବ । ଯାହା ବିଶ୍ବର ରାଜନୀତି, ପରିବେଶ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ଗଭୀର ପ୍ରଭାବ ପକାଇପାରେ । ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ମୁତାବକ, ବର୍ଷ ୨୦୨୬ ପାଇଁ ଖାସ୍ ଭବିଷ୍ୟବାଣୀ ହେଉଛି ବିଶ୍ବର ପୂର୍ବ ଭାଗରେ ଏକ ବଡ ବିନାଶକାରୀ ଯୁଦ୍ଧ ହୋଇପାରେ । ଯାହା ଧୀରେ ଧୀରେ ସାରା ବିଶ୍ବକୁ ବ୍ୟାପିପାରେ ବୋଲି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ କୁହାଯାଇଛି ।
ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ, ବିଶ୍ୱର ଶେଷ 2025 ରୁ ଆରମ୍ଭ କି ?
ଏହି ଯୁଦ୍ଧ ପାଇଁ ବିଶ୍ବର ପଶ୍ଚିମ ଭାଗ ବହୁତ କ୍ଷତିଗ୍ରସ୍ତ ହେବ ବୋଲି ଉଲ୍ଲେଖ ଅଛି । ଏଥିସହିତ ଏହି ଯୁଦ୍ଧରେ ବହୁତ ଲୋକ ଆହତ ହେବାର ମଧ୍ୟ ଭବିଷ୍ୟବାଣୀ କହୁଛି । ବାବାଙ୍କ ଭେଙ୍ଗାଙ୍କ ଏହି ଭବିଷ୍ୟବାଣୀ ଅନୁସାରେ ସାରା ବିଶ୍ବର ଶକ୍ତି ଓଲଟ ପାଲଟ ହୋଇପାରେ । ଭବିଷ୍ୟବାଣୀରେ ଏହା ମଧ୍ୟ କୁହାଯାଉଛି ଯେ, ଋଷ୍ର କିଛି ପ୍ରଶିଦ୍ଧ ଏବଂ ଶକ୍ତିଶାଳୀ ନେତା ପୁରା ବିଶ୍ବରେ ନିଜର ଦବଦବା ଜାହିର କରିବେ । ଯେଉଁଥିପାଇଁ ଏମାନେ ନିଜକୁ ବିଶ୍ବର ଭଗବାନ ଭାବିବାକୁ ପଛାଇବେ ନାହିଁ । ତେବେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ମୁତାବକ ଯୁଦ୍ଧ ହେଉ କି ରାଜୈତିକ ଅସ୍ଥିରତା ଯେଉଁଥିପାଇଁ ଆସୁଥିବା ବର୍ଷ ବହୁତ ଚିନ୍ତାଜନକ ରହିପାରେ । ଏମିତିବିରେ ଅନେକ ଦେଶ ବଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି ।
ଚନ୍ଦ୍ର ଗ୍ରହଣ ନେଇ ବାବା ଭେଙ୍ଗା କରିଯାଇଛନ୍ତି ଭବିଷ୍ୟବାଣୀ; ଏହି ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ...
ବାବା ଭେଙ୍ଗାଙ୍କ ଅନ୍ୟ ଏକ ଭବିଷ୍ୟବାଣୀ ମଧ୍ୟ ଡରାଇବା ଭଳି ରହିଛି । ୨୦୨୬ରେ ବଶ୍ବର ଲୋକମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବାକୁ ପଡି ପାରେ । ଏକ ରିପୋର୍ଟ ମୁତାବିକ ବାବା ଭେଙ୍ଗା ଏହା ମଧ୍ୟ ଦାବି କରିଥିଲେ ଯେ ବର୍ଷ ୨୦୨୬ ପ୍ରାକୃତିକ ବିପର୍ଯ୍ୟୟର ଧ୍ବଂସଲିଳାର ବର୍ଷ ହେବ । ଯେଉଁଥିରେ ଭୂକମ୍ପ, ଜ୍ବାଳାମୁଖି ବିସ୍ଫୋରଣ ଏବଂ ପ୍ରଚୁର ବର୍ଷା ହୋଇପାରେ । ଯାହାର ସିଧାସଳଖ ପ୍ରଭାବ ପଡିବ ପରିବେଶ ଉପରେ ।
ବାବା ଭେଙ୍ଗାଙ୍କ ଅନ୍ୟ ଏକ ଭବିଷ୍ୟବାଣୀ ଏଆଇକୁ ନେଇ । ଆସୁଥିବା ସମୟମାନଙ୍କରେ ଏଆଇ ଏତେ ଶକ୍ତିଶାଳୀ ହୋଇଯିବ ଯେ ତାହାକୁ ନିୟନ୍ତ୍ରଣ କରିବା ମନୁଷ୍ୟ ପାଇଁ କଷ୍ଟସାଧ୍ୟ ହୋଇପାରେ । ବାବା ଭେଙ୍ଗା ଆହୁରି ମଧ୍ୟ କହିଛନ୍ତି ଏଆଇ ବଡ଼ ବଡ଼ ନିଷ୍ପତ୍ତି ନେବାରେ ଲାଗିବ । ଯାହା ଆମମାନଙ୍କ ଜୀବନକୁ ସିଧାସଳଖ ପ୍ରଭାବିତ କରିବ। ଏଆଇ ପାଇଁ ନିର୍ବୁଧିଆ ହୋଇଯିବ ମାନବ । ତେବେ ବାବା ଭେଙ୍ଗାଙ୍କ ଏହି ଭବିଷ୍ୟବାଣୀ ଆଜିର ସମସ୍ୟା ସହିତ ସାମଞ୍ଜସ୍ୟ ମଧ୍ୟ ଖାଉଛି । ଯେଛଁଥିପାଇଁ ଆମେ ବାବାଙ୍କ ଏହି ଭବିଷ୍ୟବାଣୀକୁ ଅଣଦେଖା କରିପାରିବା ନାହିଁ ।
ବାବା ଭେଙ୍ଗାଙ୍କ ଆଉ ଏକ ଭବିଷ୍ୟବାଣୀ ମଧ୍ୟ ଆଶ୍ଚର୍ଯ୍ୟକଲା ଭଳି । ଆସନ୍ତା ବର୍ଷ ପ୍ରଥମ ଥର ପାଇଁ ମଣିଷଙ୍କ ସହ ଏଲିୟଙ୍କ ସିଧା ସାମ୍ନାସାମ୍ନି ହେବ । ଯାହା ମାନବତା ପାଇଁ ଐତିହାସିକ ସମୟ ହେବ । ଖାଲି ଏତିକି ନୁହେଁ ୨୦୨୬ରେ ପୃଥିବିପୃଷ୍ଠକୁ ବିଶାଳକାୟ ଅନ୍ତରିକ୍ଷ ଯାନ ଆସିବ । ଏହି ଯାନ ଏହା ଦର୍ଶାଇବ ଯେ, ୟୁନିଭର୍ସରେ ଆମେ ଏକା ରହୁନେ । ତେବେ ଏହି ଯାନ ଆସିବା ବିଷୟରେ କିଛି ବୈଞ୍ଜାନିକ ପ୍ରମାଣ ନାହିଁ । କିନ୍ତୁ କଳ୍ପନା ଲୋକମାନଙ୍କୁ ବହୁତ ଅଧିକ ଆକର୍ଷିତ କରୁଛି ଯେ ସତରେ କଣ ଏଲିୟନ୍ସଙ୍କ ସହ ମଣିଷଙ୍କ ସମ୍ପର୍କ ଗଢି ଉଠିବ .. ? ତେବେ ଦେଖାଯାଉ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ କେତେ ସତ୍ୟ ପ୍ରମାଣିତ ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/25/baba-bhenga-2025-11-25-08-17-51.jpg)