କନକ ବ୍ୟୁରୋ: ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନେକ ସମୟରେ ସତ ହୋଇଥିବାର ଉଦାହରଣ ରହିଛି । ଏହି ପରିପ୍ରେକ୍ଷୀରେ ଚନ୍ଦ୍ର ଗ୍ରହଣକୁ ନେଇ ମଧ୍ୟ ବାବା ଭେଙ୍ଗା ଭବିଷ୍ୟବାଣୀ କରିଯାଇଛନ୍ତି । ଯାହା ଜାଣିଲେ ଆପଣ ବି ଚକିତ ହୋଇଯିବେ । ବର୍ଷର ସବୁଠୁ ବଡ଼ ଚନ୍ଦ୍ର ଗ୍ରହଣ ଆଉ କେଇ ଘଣ୍ଟା ପରେ ହେବାକୁ ଯାଉଛି । ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ, ଏହା କୁମ୍ଭ ରାଶି ଆଧୀନରେ ଘଟିବ, ଯାହାର ଅଧିପତି ହେଉଛନ୍ତି ଶନି । ବଡ଼କଥା ହେଉଛି ଏହା ମାନସିକ ସ୍ତରରେ ଅନେକଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । କନ୍ୟା, ତୁଳା, କର୍କଟ, ଏବଂ ମୀନ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହା ଅଶୁଭ ବୋଲି ବାବା ଭେଙ୍ଗା ଭବିଷ୍ୟବାଣୀ କରିଥିଲେ ।

Advertisment

ଚନ୍ଦ୍ର ଗ୍ରହଣ ସମୟରେ ଖାସ୍ କରି କର୍କଟ ରାଶିର ବ୍ୟକ୍ତିମାନେ ବିଭିନ୍ନ କାରଣରୁ ମାନସିକ ଚାପ ଅନୁଭବ କରିପାରନ୍ତି । ମହିଳା ନାସକମାନଙ୍କୁ ନିଜ ଭାବନାକୁ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦିଆଯାଉଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ନିଜ ସ୍ୱାସ୍ଥ୍ୟ, ଚାଲି ଚଳଣି ଉପରେ ଧ୍ୟାନ ଦେବା ଆବଶ୍ୟକ । ସେହିଭଳି କନ୍ୟା ରାଶିର ବ୍ୟକ୍ତିମାନେ ମଧ୍ୟ ମାନସିକ ଚାପ ଅନୁଭବ କରିପାରନ୍ତି । ଯଦି ଏହି ରାଶିର ବ୍ୟକ୍ତିଙ୍କୁ ଏମିତି କିଛି ବି ଅନୁଭବ ହୁଏ ତେବେ ସେମାନଙ୍କୁ ଆଧ୍ୟାତ୍ମିକତା ଆଡ଼କୁ ଆକର୍ଷିତ ହେବାକୁ ପଡ଼ିବ । ବିଶେଷ କରି ପାଣିଠୁ ଦୂରରେ ରହିବାକୁ ଭେଙ୍ଗା ବାବା କହିଯାଇଛନ୍ତି ।  

ଅନ୍ୟପଟେ ତୁଳା ରାଶିର ବ୍ୟକ୍ତିମାନେ ଏହି ଗ୍ରହଣ ସମୟରେ ଶାରୀରିକ କିମ୍ବା ମାନସିକ ଅସ୍ଥିରତା ଅନୁଭବ କରିପାରନ୍ତି । ଆଉ ମୀନ ରାଶିର ଲୋକମାନେ ମଧ୍ୟ ବିଭିନ୍ନ ସମସ୍ୟା ଯୋଗୁ ମାନସିକ ଚାପ ଅନୁଭବ କରିପାରନ୍ତି । ଏହି ରାଶିର ଲୋକମାନେ ଭଗବାନଙ୍କ ନାମ ଜପ କରନ୍ତୁ ।

ସେପଟେ ଏହି ଗ୍ରହଣର କୁପ୍ରଭାବକୁ ହ୍ରାସ କରିବ ପାଇଁ ଜ୍ୟୋତିଷ ମାନେ ଚନ୍ଦ୍ରମାଙ୍କୁ ଗଙ୍ଗାଜଳ ଅର୍ପଣ କରିବା, ଖାଦ୍ୟ ଦାନ କରିବା ଏବଂ କିଛି ମୁଠା ଭାତକୁ ପୋଖରୀରେ ଥିବା ମାଛଙ୍କୁ ଖାଇବାକୁ ଦେବା ପାଇଁ ଉପାୟ ପରାମର୍ଶ ଦେଇଛନ୍ତି । ଏହି ପୂର୍ଣ୍ଣଗ୍ରାସ ଚନ୍ଦ୍ର ଗ୍ରହଣ ଭାରତରେ ଦୃଶ୍ୟମାନ ହେବ ତେଣୁ ଏହାର ପ୍ରଭାବ ଅଧିକ ଅନୁଭୂତ ହୋଇପାରେ । ଚନ୍ଦ୍ର ଗ୍ରହଣ ସମୟରେ ପ୍ରଭୁଙ୍କ ପ୍ରାର୍ଥନା ଓ ଆଧ୍ୟାତ୍ମିକ ଭାବନରେ ରହିବା ଶୁଭ ହେବ ।