କନକ ବ୍ୟୁରୋ : ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆମ୍ବେଦକର କଲେଜରେ ଗୁରୁବାର ଦିନ ଏକ ଚମକାଇଦେବା ଭଳି ଘଟଣା ଘଟିଛି । କଲେଜ ପରିସରରେ ଥିବା ଜଣେ ପ୍ରଫେସରଙ୍କ ରୁମରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବା ଏବିଭିପିର ଜଣେ ନେତ୍ରୀ ଜଣେ ବରିଷ୍ଠ ପ୍ରଫେସର ସୁଜିତ କୁମାରଙ୍କୁ ପିଟୁଥିବାର ଭିଡିଓ ଭାଇରାଲ ହେଉଛି । ଏହି ପୂରା ଘଟଣାକ୍ରମ ଦିଲ୍ଲୀ ପୁଲିସର ଉପସ୍ଥିତିରେ ହୋଇଛି । ଏହାକୁ ନେଇ କଲେଜ ପରିସରରେ ଅଶାନ୍ତି ଦେଖିବାକୁ ମିଳିଛି । ଦିଲ୍ଲୀ ପୁଲିସ କହିଛି କି, ଅଭିଯୋଗ ହୋଇଛି ଓ ଏହାର ଯାଂଚ ଚାଲିଛି । 

Advertisment

ଦୀପିକା ଝାଙ୍କ କହିବା କଥା କଲେଜର କିଛି ଛାତ୍ରୀଙ୍କ ଡାକରା ପାଇ ସେ ଆସିଥିଲେ । ଛାତ୍ରୀଙ୍କ ଅଭିଯୋଗ ଥିଲା କି, ପ୍ରଫେସର ସୁଜିତ କୁମାର ସେମାନଙ୍କ ସହ ଅଭଦ୍ର ବ୍ୟବହାର କରୁଛନ୍ତି । ଦୀପିକାଙ୍କ କହିବା ମୁତାବକ ଏନେଇ ପ୍ରଫେସରଙ୍କ ସହ ଆଲୋଚନା ଚାଲିଥିବା ବେଳେ ପ୍ରଫେସର ତାଙ୍କୁ ଧମକ ଦେବା ସହ ଅଭଦ୍ର ବ୍ୟବହାର କରିଥିଲେ । ଏହାକୁ ନେଇ ମୁଁ କ୍ଷଣିକ ପାଇଁ ମାନସିକ ଭାରସାମ୍ୟ ହରାଇ ପ୍ରଫେସରଙ୍କ ଉପରକୁ ହାତ ଉଠାଇଦେଇଥିଲି  ବୋଲି ଦୀପିକା କହିଛନ୍ତି । ଏହାକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି  ଓ କ୍ଷମା ମାଗିଛନ୍ତି ।

ହାଇଦ୍ରାବାଦରେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ:  ସ୍ତ୍ରୀଙ୍କୁ ଦୁଷ୍କର୍ମ ପରେ ମାରିଦେଇଥିବା ଅଭିଯୋଗ ଆଣିଲେ ସ୍ବାମୀ

ସେପଟେ ଏହି ଘଟଣାକୁ ନେଇ କଂଗ୍ରେସର ଛାତ୍ର ଶାଖା ଏନଏସୟୁଆଇ କହିଛି କି, ଏବିଭିପି କଲେଜରେ ଗୁଣ୍ଡାଗିରି କରୁଛି । ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ବରୁଣ ଚୌଧୁରୀ କହିଛନ୍ତି ଜଣେ ବରିଷ୍ଠ ପ୍ରଫେସରଙ୍କ ଉପରେ ଆକ୍ରମଣ ସାରା ଶିକ୍ଷକ ସମୁଦାୟର ଗାରିମା ଉପରେ ଆକ୍ରମଣ । ବିଶ୍ୱବିଦ୍ୟାଳୟରେ ଭୟର ବାତାବାରଣ ସୃଷ୍ଟି କରି ଅରାଜକତା ଚଳାଇବାକୁ ଏବିଭିପି ଚାହୁଥିବା ସେ ଅଭିଯୋଗ କରିଛନ୍ତି । 

ନୂଆପଡ଼ା ଉପନିର୍ବାଚନ ପାଇଁ ଆସିଲା ବିଜେପିର ଷ୍ଟାର୍ ପ୍ରଚାରକ ତାଲିକା,  ୪୦ ଜଣିଆ ତାଲିକାରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି ଓ ୩ କେନ୍ଦ୍ରମନ୍ତ୍ରୀ

କେବଳ ସେତିକି ନୁହେଁ ପୁଲିସ ଉପସ୍ଥିତିରେ ଏଭଳି ଘଟଣା ଘଟିଥିବାରୁ ପୁଲିସର ଭୂମିକାକୁ ନେଇ ଏନଏସୟୁଆଇ ପ୍ରଶ୍ନ ଉଠାଇଛି । ଏହାସହ ଏହି ଆଲୋଚନାରେ ଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ ସହ ଦୀପିକା ଝାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଏନଏସୟୁଆଇ ଦାବି କରିଛି ।