କନକ ବ୍ୟୁରୋ: ନୂଆପଡା ଉପନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ପ୍ରଚାର ମୈଦାନକୁ ଓହ୍ଲାଇବ ଦଳ। ବିଜେପି ରାଜ୍ୟ ସଭାପତିଙ୍କ ସମେତ ୩ କେନ୍ଦ୍ରମନ୍ତ୍ରୀ, ଓଡ଼ିଶାର ୬ ମନ୍ତ୍ରୀ ଓ ୮ ଛତିଶଗଡ ନେତା ସାମିଲ ହୋଇଛନ୍ତି । ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ମଧ୍ୟ ବିଜେପି ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର। ୩ ପ୍ରଭାରୀଙ୍କ ସମେତ ଦଳର ତୁଙ୍ଗ ନେତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇଛି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ଜୁଏଲ ଓରାମ ଜୟଙ୍କ ପାଇଁ ପ୍ରଚାର କରିବେ। ତାଲିକାରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିହଦେଓ, ପ୍ରଭାତି ପରିଡା, ମନ୍ତ୍ରୀ ସୁରେଶ ପୂଜାରୀ, ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସମ୍ବିତ ପାତ୍ର, ଜୟନାରାଣ ମିଶ୍ର ପ୍ରମୁଖ ସାମିଲ ଅଛନ୍ତି। ଦଳରେ ଥିବା ୩ ଅଭିନେତା ଅନୁଭବ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର ଓ ଆକାଶଦାସ ନାୟକଙ୍କୁ ପ୍ରଚାରକ ତାଲିକାରେ ସାମିଲ କରାଯାଇଛି। ତାଲିକାକୁ ବାଦ ପଡିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/16/nuapada-2025-10-16-18-51-06.jpg)