କନକ ବ୍ୟୁରୋ :ଦିନକୁ ଦିନ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ି ବଢ଼ି ଚାଲିଛି । ପ୍ରତିଦିନ କେଉଁଠୁ କେଉଁଠୁ ଦୁଷ୍କର୍ମ, ଅସଦାଚରଣ ଭଳି ଖବର ସାମ୍ନାକୁ ଆସୁଛି । ଗତି କିଛିଦିନ ତଳେ ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯିବା ଘଟଣା ମନରୁ ଲିଭିନଥିବା ବେଳେ ସେହିଭଳି ଆଉ ଏକ ଖବର ହାଇଦ୍ରାବାଦରୁ ସାମ୍ନାକୁ ଆସିଛି ।
ଦୀପାବଳି ୨୦୨୫: ଲକ୍ଷ୍ମୀ-ଗଣେଶଙ୍କ ମୂର୍ତ୍ତି କିଣିବା ସମୟରେ ଏହି ଭୁଲ କରନ୍ତୁ ନାହିଁ, ଜରୁରୀ ନିୟମ ଜାଣି ରଖନ୍ତୁ
ଓଡିଶା ମହିଳାଙ୍କୁ ହାଇଦ୍ରାବାଦରେ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ୨୬ ବର୍ଷୀୟ ମହିଳା ୬ ମାସ ହେଵ ସ୍ୱାମୀଙ୍କ ସହିତ ହାଇଦ୍ରାବାଦରେ ରହି ଆସୁଥିଲେ। ସ୍ୱାମୀ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ସେହି କମ୍ପାନିର ଶିକ୍ଷା ଅନୁଷ୍ଠାନରେ ଶିକ୍ଷୟତ୍ରୀ ଭାବରେ କାମ କରୁଥିଲେ ମୃତ ମହିଳା । ପାସପୋର୍ଟ ସଂଶୋଧନ ପାଇଁ ସ୍ବାମୀ ଓଡିଶା ଆସିଥିବା ବେଳେ ସେଠାରେ ସ୍ତ୍ରୀଙ୍କର ଦେହ ଅସୁସ୍ଥ ଖବର ପାଇଥିଲେ । ତୁରନ୍ତ ହାଇଦ୍ରାବାଦ ଫେରିବା ପରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । ଝୁଲନ୍ତା ଅବସ୍ଥାରେ ସ୍ତ୍ରୀଙ୍କ ମୃତଦେହ ମିଳିଥିଲା । ସ୍ୱାମୀଙ୍କର ସନ୍ଦେହ ଯେ, କୌଣସି ପାରିବାରିକ କଳହ ନଥିଲା । ତାଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏହାସହ ସ୍ତ୍ରୀ ହତ୍ୟାକୁ ନେଇ ସହଯୋଗ କରିବାକୁ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି ସ୍ବାମୀ ।