କନକ ବ୍ୟୁରୋ:କ୍ୟାପିଟାଲ ପୋଲିସର ଅବହେଳା ପାଇଁ ଗଜା ହେଇଗଲା ପ୍ରାୟ ୧୮ କୁଇଣ୍ଟାଲ ଧାନ। କ୍ୟାପିଟାଲ ଥାନା ଆଗରେ ଗଜା ଧାନ ରଖି ଚାଷୀର ପ୍ରତିବାଦ। ମଣ୍ଡିରେ କଟନି ଛଟନି ପ୍ରତିବାଦରେ ଗତ ୧୮ ତାରିଖରେ ନବନିର୍ମାଣ ସଂଗଠନ ନେତୃତ୍ୱରେ ବିଧାନସଭା ଆଗରେ ଧାନ ରଖି ବିକ୍ଷୋଭ କରିଥିଲେ ଚାଷୀ। ପୋଲିସ ବିକ୍ଷୋଭକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅନ୍ୟପଟେ ଧାନ ଗାଡ଼ି ଜବତ କରିଥିଲା। ଗିରଫ ଚାଷୀଙ୍କୁ ବେଲ ମିଳି ଯାଇଥିଲା। 

Advertisment

ହେଲେ ଜବତ ହୋଇଥିବା ଧାନକୁ ଚାଷୀଙ୍କୁ ଦେଇ ନଥିଲା ପୋଲିସ। ଆଜି କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଧାନ ଗାଡ଼ି ଛାଡ଼ିବାକୁ ବାଧ୍ୟ ହୋଇଥିଲା ପୋଲିସ। ହେଲେ ପୋଲିସ ବାବୁଙ୍କ ଅବହେଳା ପାଇଁ ଧାନ ବସ୍ତା ବାହାରେ ପଡ଼ି ପଡ଼ି ଖରାପ ହୋଇଯାଇଛି। ଧାନ ଗଜା ବସ୍ତା ଫଟେଇ ବାହାରକୁ ବାହାରିଛି। ଆଖି ଆଗରେ କଷ୍ଟ ଅର୍ଜିତ ଧାନ ନଷ୍ଟ ହୋଇଯାଇଥିବା ଦେଖି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଜଗତସିଂହପୁର ଜିଲ୍ଲାର ଚାଷୀ ଧ୍ରୁବ ଚରଣ ପରିଡ଼ା। ପୋଲିସ କିମ୍ବା ସରକାର କ୍ଷତି ପୂରଣ ନଦେଲେ ଚରମ ନିଷ୍ପତି ନେବେ ବୋଲି କ୍ୟାମେରା ସାମ୍ନାରେ କହିଛନ୍ତି।

ଆହୁରି ପଢ଼ନ୍ତୁ:ପଶ୍ଚିମବଙ୍ଗ ସରକାରଙ୍କ ଉପରେ ରାଷ୍ଟ୍ରପତି କ୍ଷୁବ୍ଧ ,ଆନ୍ତର୍ଜାତୀୟ ସାନ୍ତାଳୀ ସମ୍ମିଳନୀର ପ୍ରସ୍ତୁତିରେ ତ୍ରୁଟିକୁ ନେଇ ବିବାଦ