କନକ ବ୍ୟୁରୋ: ପୁଣି ଚଳନ୍ତା ବସ୍ରେ ହୃଦଘାତ ହୋଇ ଡ୍ରାଇଭରଙ୍କ ମୃତ୍ୟୁ । ଅଳ୍ପକେ ବର୍ତ୍ତିଲା ପ୍ରାୟ ୩୦ ଯାତ୍ରୀଙ୍କ ଜୀବନ । କିଛି ଦିନ ତଳେ ଖୋର୍ଦ୍ଧା ଓ କୁଚିଣ୍ଡା ପରେ ଆଜି କୋରାପୁଟର ଏ ଘଟଣା ଡ୍ରାଇଭରଙ୍କ ସ୍ବାସ୍ଥ୍ୟ ଓ ଯାତ୍ରୀଙ୍କ ନିରାପତ୍ତାକୁ ନେଇ ଚିନ୍ତା ବଢ଼ାଇଛି । ଅନ୍ୟ ପଥଚାରୀ ଓ ଯାନବାହନର ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଉଛି । ଏଥିପ୍ରତି ପରିବହନ ବିଭାଗ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।
ଇଏ ଆଜିର ଅଘଟଣ । କୋରାପୁଟ ସୁନାବେଡ଼ାର ଦୁମୁରିପୁଟ୍, ଭୋର୍ ୫ଟା । ବିଜୟନଗରମରୁ ମାଲକାନଗିରି ଆସୁଥିଲା ଓଏସ୍ଆର୍ଟିସି ବସ୍ । ଅଚାନକ ହୃଦଘାତର ଶିକାର ହୋଇଥିଲେ ବସ୍ ଚାଳକ ପି. ସାଇକ୍ରିଷ୍ଣା । ବହୁ କଷ୍ଟରେ ବସ୍ ଅଟକାଇ ଦେବାରୁ ପ୍ରାୟ ୩୦ ଯାତ୍ରୀଙ୍କ ଜୀବନ ବଞ୍ଚିଗଲା ସତ, କିନ୍ତୁ ନିଜେ ବଞ୍ଚିଲେନି ଡ୍ରାଇଭର୍ । କୋରାପୁଟ ମେଡିକାଲରେ ପ୍ରାଣ ହରାଇଛନ୍ତି ସାଇକ୍ରିଷ୍ଣା ।
ଅଧିକ ପଢନ୍ତୁ : ରାତିରେ ଲାଇଟ୍ ଜାଳି ଶୋଉଥିଲେ ସାବଧାନ ! ବଢ଼ିପାରେ ହୃଦଘାତ ବିପଦ
ଗତ ୧ ତାରିଖରେ ଖୋର୍ଦ୍ଧା ବୋଲଗଡ଼ରେ ବି ଘଟିଥିଲା ସମାନ ଘଟଣା । ୪୦ ଯାତ୍ରୀଙ୍କୁ ଧରି ଭଞ୍ଜନଗର ଯାଉଥିବା ଘରୋଇ ବସ୍ ଚାଳକଙ୍କ ଛାତିରେ ଯନ୍ତ୍ରଣା ହେବାରୁ, ସେ ବସ୍ ଅଟକାଇ ତଳକୁ ଓହ୍ଲାଇ ପଡ଼ିଥିଲେ । ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଗତମାସ ସମ୍ୱଲପୁର କୁଚିଣ୍ଡାରେ ଚଳନ୍ତା କାର୍ରେ ଡ୍ରାଇଭର୍ ହୃଦଘାତର ଶିକାର ହୋଇ ପ୍ରାଣ ହରାଇବା ପରେ, ପଛ ସିଟ୍ରୁ ମାଆ-ଝିଅଙ୍କୁ ଉଦ୍ଧାର କରିଥିଲେ ଲୋକେ ।
ଅଧିକ ପଢନ୍ତୁ :ବଢୁଛି ହୃଦଘାତ ମାମଲା, ଭୟରେ ଲୋକେ । ହାର୍ଟ ଚେକଅପ୍ ପାଇଁ କର୍ଣ୍ଣାଟକର ବିଭିନ୍ନ ହସ୍ପିଟାଲରେ ଲମ୍ବା ଲାଇନ୍
ସେହିପରି ବେଙ୍ଗଳୁରୁର ଏ ଛାତିଥରା ଭିଡିଓକୁ । ଡ୍ରାଇଭରଙ୍କୁ ହାର୍ଟଆଟାକ୍ ପରେ ୯ଟି ଗାଡ଼ିକୁ ଧକ୍କା ଦେଇଥିଲା ବସ୍ । ହୃଦଘାତ କେତେବେଳେ ଆସିବ କାହାକୁ ଜଣାନଥାଏ । କିନ୍ତୁ ଚଳନ୍ତା ଗାଡ଼ିରେ ଡ୍ରାଇଭରଙ୍କୁ ହୃଦଘାତ କେବଳ ସେହି ଗାଡ଼ିର ଯାତ୍ରୀ ନୁହଁନ୍ତି, ରାସ୍ତାରେ ଯାଉଥିବା ଲୋକଙ୍କୁ ବି ବିପଦରେ ପକାଉଛି । ପ୍ରଶ୍ନ ଉଠୁଛି ଚାପରେ ରହି ଡ୍ୟୁଟି କରୁଛନ୍ତି କି ଚାଳକ? ସେମାନଙ୍କର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉନି କି? ଏ ଦିଗରେ ପରିବହନ ବିଭାଗ ଗୁରୁତ୍ବ ଦେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/20/heart-attack-2025-11-20-19-50-07.jpg)