ଦେଖ୍ ତୋ ଭଉଣୀକୁ ମାରୁଛି : ଯୌତୁକ ଦେଲନି,ଶବ ନେଇକି ଯାଅ

Advertisment

୨୦୨୨ରେ ପୋଷ୍ଟିଂ ଆଉ ତା’ପରେ ଉକୃଷ୍ଟ କାମକୁ ଦେଖି ତାଙ୍କୁ SWAT ୟୁନିଟରେ କାମ କରିବା ପାଇଁ ପଦୋନ୍ନତି ମିଳେ । ଯେଉଁ ଗାଁରେ ଝିଅ,ମହିଳାମାନଙ୍କୁ ଘରୁ ବାହାରିବାକୁ ୧୦ ଥର ଭାବିବାକୁ ପଡୁଥିଲା ସେହି ଗାଁର ଝିଅ SWAT କମାଣ୍ଡୋ ହେବା ଗାଁ ପାଇଁ କୌଣସି ଗର୍ବଠାରୁ କମ୍ ନଥିଲା । ୟୁନିଫର୍ମ ତା’ପାଇଁ ଖାଲି ପୋଷାକ ନଥିଲା ବରଂ ଦାୟିତ୍ବର ଗହଣା ଥିଲା ।

୨୦୨୨ରେ ପୋଷ୍ଟିଂ ଆଉ ତା’ପରେ ଉକୃଷ୍ଟ କାମକୁ ଦେଖି ତାଙ୍କୁ SWAT ୟୁନିଟରେ କାମ କରିବା ପାଇଁ ପଦୋନ୍ନତି ମିଳେ । ଯେଉଁ ଗାଁରେ ଝିଅ,ମହିଳାମାନଙ୍କୁ ଘରୁ ବାହାରିବାକୁ ୧୦ ଥର ଭାବିବାକୁ ପଡୁଥିଲା ସେହି ଗାଁର ଝିଅ SWAT କମାଣ୍ଡୋ ହେବା ଗାଁ ପାଇଁ କୌଣସି ଗର୍ବଠାରୁ କମ୍ ନଥିଲା । ୟୁନିଫର୍ମ ତା’ପାଇଁ ଖାଲି ପୋଷାକ ନଥିଲା ବରଂ ଦାୟିତ୍ବର ଗହଣା ଥିଲା ।

Dowry Murder

Dowry Murder Photograph: (KanakNews)

କନକ ବ୍ୟୁରୋ : ହରିୟାଣା ଗନୌର ଜିଲ୍ଲାର ଜଣେ ୨୭ ବର୍ଷୀୟ ସାହସୀ,ନିଡ଼ର ଏବଂ ମେଧାବୀ ଝିଅ ଯିଏ ନିଜ ଅନୁଶାସନ ଏବଂ ଶିକ୍ଷା ବଳରେ ମଫସଲରୁ ବାହାରି ଦିଲ୍ଲୀ ପୁଲିସରେ ସାମିଲ ହୁଅନ୍ତି । ୨୦୨୨ରେ ପୋଷ୍ଟିଂ ଆଉ ତା’ପରେ ଉକୃଷ୍ଟ କାମକୁ ଦେଖି ତାଙ୍କୁ SWAT ୟୁନିଟରେ କାମ କରିବା ପାଇଁ ପଦୋନ୍ନତି ମିଳେ । ଯେଉଁ ଗାଁରେ ଝିଅ,ମହିଳାମାନଙ୍କୁ ଘରୁ ବାହାରିବାକୁ ୧୦ ଥର ଭାବିବାକୁ ପଡୁଥିଲା ସେହି ଗାଁର ଝିଅ SWAT କମାଣ୍ଡୋ ହେବା ଗାଁ ପାଇଁ କୌଣସି ଗର୍ବଠାରୁ କମ୍ ନଥିଲା । ୟୁନିଫର୍ମ ତା’ପାଇଁ ଖାଲି ପୋଷାକ ନଥିଲା ବରଂ ଦାୟିତ୍ବର ଗହଣା ଥିଲା । ପୂରା ଗାଁ ପାଇଁ ପ୍ରେରଣା ସାଜିଥିବା ସେହି ଝିଅ ଥିଲେ କମାଣ୍ଡୋ କାଜଲ । ଦାୟିତ୍ବବାନ ଝିଅ,ଡ୍ୟୁଟି ପ୍ରତି ସମର୍ପିତ ପୁଲିସକର୍ମୀ ଏବଂ ସମ୍ବେଦନଶୀଳ ମଣିଷ ଥିଲେ କାଜଲ । କିନ୍ତୁ ଦୁର୍ଭାଗ୍ୟ ଦେଖନ୍ତୁ ଅପରାଧ ଆଗରେ ସିଂହ ଭଳି ଛିଡ଼ା ହେଉଥିବା ଏହି କମାଣ୍ଡୋ ନିଜ ଘରେ ହିଁ ହିଂସାର ଶିକାର ହୋଇଗଲେ । 

ଅଧିକ ପଢ଼ନ୍ତୁ : ରାୟଗଡ଼ାରେ ବୀଭତ୍ସ ହତ୍ୟାକାଣ୍ଡ ; ରାସ୍ତାକଡ଼ରୁ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର

ଭାରତରେ ପ୍ରତିବର୍ଷ ଯୌତୁକ ହିଂସାର କେତେ ଯେ ମାମଲା ସାମ୍ନାକୁ ଆସୁଛି ତାହା କାହାକୁ ଅଛପା ନାହିଁ । କିନ୍ତୁ ଏହି ଯୌତୁକ ରାକ୍ଷସ ଜଣେ ରକ୍ଷକଙ୍କୁ ହିଁ ଗିଳିଦେବ ଏହା ବୋଧହୁଏ କିଏ ସ୍ବପ୍ନରେ ସୁଦ୍ଧା ଭାବିନଥିବେ । ଏହି କାହାଣୀର ଆରମ୍ଭ ହୁଏ ୨୦୨୨ ରୁ । ଯେତେବେଳେ କାଜଲ ସ୍ନାତକ ଶିକ୍ଷା ନେଉଥିଲେ । ଆଉ ସେତେବେଳେ ତାଙ୍କର ଦେଖା ହୋଇଥିଲା ଅଙ୍କୁରଙ୍କ ସହ । ପ୍ରଥମେ ବନ୍ଧୁତା ପରେ ପ୍ରେମ ଏବଂ ୨୦୨୩ରେ ଦୁହେଁ ପରିବାର ସହମତିରେ କରିଥିଲେ ବିବାହ । ଅଙ୍କୁର ରକ୍ଷା ମନ୍ତ୍ରାଳୟରେ କ୍ଲର୍କ ପଦବୀରେ ଥିବା ବେଳେ କାଜଲ କମାଣ୍ଡୋ ଦୁହିଁଙ୍କ ଦରମାରେ ଘର ଭଲରେ ଚଳୁଥିଲା । ଅଙ୍କୁର ଦେଖିବାକୁ ଯେତେ ସୁନ୍ଦର ଥିଲେ ତାଙ୍କ ଆଚରଣ,ବ୍ୟବହାର ମଧ୍ୟ ସେତେ ଶାଣିତ ଥିଲା । ଦୁହିଁଙ୍କ ଦାମ୍ପତ୍ୟ କିଛି ଦିନ ଭଲ ଚାଲିଲା । କିନ୍ତୁ କୁହନ୍ତି ନା ମଣିଷର ମୁହଁ ଦେଖି ତା’ଭିତରେ କ’ଣ ଚାଲିଛି କେହି କହିପାରିବେନି । ଏଠି ବି ଘଟଣା କିଛି ସେମିତି ଘଟିଲା । ବାହାରୁ ଖୁସି ଦେଖାଯାଉଥିବା କାଜଲ ବିବାହର ୧୫ ଦିନ ପରେ ହିଁ ଶାଶୁଘରଠାରୁ ଯୌତୁକ ଆଣିବାପାଇଁ ଗଞ୍ଜଣା ଶୁଣୁଥିଲେ । ଅଲଗା ହୋଇ ରହିଲେ କାଳେ କିଛି ଠିକ୍ ହୋଇଯିବ ଭାବି ଦୁହେଁ ସ୍ବାମୀ,ସ୍ତ୍ରୀ ଅଲଗା ମଧ୍ୟ ରହିଲେ । କିନ୍ତୁ ସବୁ ପ୍ରୟାସ ବୃଥା ଗଲା । ଅଙ୍କୁର ପ୍ରତିଦିନ ଗାଡ଼ି ଏବଂ ଟଙ୍କା ଆଣିବା ପାଇଁ କାଜଲଙ୍କୁ ମାରପିଟ୍ କରିବା ଆରମ୍ଭ କଲା । ଏପଟେ କାଜଲ୍ ନିଜ କ୍ୟାରିୟର ଏବଂ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ସବୁକିଛି ମଥା ପାତି ସହି ଯାଉଥିଲେ । ଆଉ ଏହାରି ଭିତରେ ସେ ଚାରିମାସର ଗର୍ଭବତୀ ମଧ୍ୟ ହେଲେ । ପ୍ରେଗ୍ନେନ୍ସି ,ଡ୍ୟୁଟି ଏବଂ ସବୁଦିନର ପାଟିତୁଣ୍ଡ , ମାରପିଟ ତାଙ୍କ ପାଇଁ ଅସହ୍ୟ ହୋଇପଡ଼ିଲା । 

୨୨ ଜାନୁଆରି ୨୦୨୬ 

ଏହି ସେ କଳାରାତି ଥିଲା ଯାହା କାଜଲଙ୍କ ପାଇଁ କାଳ ଆଣିଦେଲା । ରାତି ୧୦ ଟାରେ ଜୋରଦାର ଝଗଡ଼ା ମାରପିଟର ରୂପ ନେଲା । ପୁଲିସର ରିପୋର୍ଟ ଅନୁସାରେ ଏମିତି ଲାଗୁଥିଲା ଯେମିତି ଅଙ୍କୁରର ମୁଣ୍ଡରେ କେଉଁ ସଇତାନ ପ୍ରବେଶ କରିଛି । ପ୍ରଥମେ କାଜଲଙ୍କ ମୁଣ୍ଡକୁ କବାଟରେ ପିଟି ତଳେ ଘୋଷାଡ଼ି ଲୁହାର ଡମ୍ବଲରେ ମୁଣ୍ଡକୁ ଆକ୍ରମଣ କଲା ସଇତାନ ସ୍ବାମୀ । ଘରସାରା ରକ୍ତସ୍ରାବ, ଲହୁଲୁହାଣ ଅବସ୍ଥାରେ କାଜଲଙ୍କ ଭାଇଙ୍କୁ ଫୋନ୍ କରି ଭଉଣୀର ଶବ ଆସି ନେଇଯାଅ ବୋଲି କହିଥିଲା ଅଙ୍କୁର । ପୁଣି ମୁଣ୍ଡକୁ କ’ଣ ଜୁଟିଲା କାଜଲଙ୍କୁ ନେଇ ଦୌଡ଼ିଲା ହସ୍ପିଟାଲ୍ । 

ଦୁର୍ଭାଗ୍ୟବଶତଃ ହସ୍ପିଟାଲରେ କିଛି ଦିନ ଚିକିତ୍ସା ହେବା ପରେ ଚିରଦିନ ପାଇଁ ଆଖି ବୁଜିଦେଲେ ଉଭୟ ମା’ ଓ ପିଲା । ଦିଲ୍ଲୀ ପୁଲିସର ଜଣେ କମାଣ୍ଡୋ ଯାହାଙ୍କ ବୀରତାର କାହାଣୀ ଗାଁ ସାରା ଚର୍ଚ୍ଚା ହେଉଥିଲା ଆଜି ସେ ତ୍ରିରଙ୍ଗାରେ ଘୋଡ଼ାଇ ହୋଇ ଗାଁକୁ ଆସିଲେ । ଯିଏ ଅପରାଧୀମାନଙ୍କୁ ମାରି ଗଡ଼ାଉଥିଲେ ଆଜି ସେ ଅଯୋଗ୍ୟ ସ୍ବାମୀ ହାତରେ ବଳି ପଡ଼ିଗଲେ । ଆଉ ଶିକ୍ଷିତ,ଶାଣିତ,ମାର୍ଜିତର ମୁକୁଟ ପିନ୍ଧି ରକ୍ଷା ମନ୍ତ୍ରାଳୟରେ ଚାକିରି କରୁଥିବା ସେହି ଅଯୋଗ୍ୟ ସ୍ବାମୀ ସ୍ତ୍ରୀକୁ ସୁରକ୍ଷା କ’ଣ ଦେବ ଜୀବନରୁ ହିଁ ଅତି ନୃଶଂସ ଭାବେ ମାରିଦେଲା । ଘଟଣା ପରେ ପୁଲିସ ହତ୍ୟାକାରୀ ଅଙ୍କୁରକୁ ଗିରଫ କରିଛି ସତ କିନ୍ତୁ ମନରେ ଏବେ ବି ପ୍ରଶ୍ନ ଉଠୁଛି ଯଦି ଦେଶର ରକ୍ଷକ ହିଁ ସୁରକ୍ଷିତ ଅବସ୍ଥାରେ ନାହାନ୍ତି ତାହେଲେ ସାଧାରଣ ମହିଳାଙ୍କ ସ୍ଥିତି କ’ଣ ହେଉଥିବ ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe