କନକ ବ୍ୟୁରୋ : ଯୁବକଙ୍କୁ ପଥରରେ ଛେଚି ହତ୍ୟା । ରାୟଗଡ଼ା ଜିଲ୍ଲା ଅମ୍ବାଦଳା ରେଲୱେ ଷ୍ଟେସନ ଗେଷ୍ଟ ହାଉସ ନିକଟରେ ଘଟିଛି ଏହି ହତ୍ୟାକାଣ୍ଡ । ରାସ୍ତା କଡ଼ରେ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିବା ସହ ଘଟଣାସ୍ଥଳରେ ଅଧାକଟା ପାପୁଲି ମଧ୍ୟ ପଡ଼ିଛି । ମୁଣ୍ଡରୁ ପ୍ରଚୁର ରକ୍ତଶ୍ରାବ ହେଉଛି । ତେଣୁ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତେବେ କିଏ ସେ ମୃତକ ତାଙ୍କ ପରିଚୟ ମିଳିପାରିନାହିଁ । ଅମ୍ବାଦଳା ପୁଲିସ ଘଟଣାର ଛାନଭିନ୍ ଚଳାଇଛି ।

Advertisment

ଅନ୍ୟପଟେ ରାୟଗଡ଼ା କାଶୀପୁର ଦୋରାଗୁଡ଼ା ଗାଁରେ ବୃଦ୍ଧଙ୍କୁ ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି । ମାମଲାରେ ଜଣେ ଅଭିଯୁକ୍ତକୁ ପୁରୀରୁ ଗିରଫ କରିଛି ପୁଲିସ । ଗିରଫ ଅଭିଯୁକ୍ତର ନାଁ ଗୋପାଳ ଦୋରା । ତୀର୍ଥ ଯିବା ବାହାନାରେ ଖସି ପଳାଇଯିବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ । ପୁରୀ କୁମ୍ଭାରପଡ଼ା ଥାନା ସହାୟତାରେ ଦୋରାଗୁଡ଼ା ପୁଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ମାମଲାରେ ଅନ୍ୟ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି । ମୃତକ ହେଲେ ଗାଁର ଗୋପାଳ ଦୋରା । ଗତ ୯ ତାରିଖରୁ ସେ ନିଖୋଜ ଥିଲେ । ଏ ନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ଗତ ଗୁରୁବାର ଗାଁ ପାଖ ନାଭରୁ ନିଖୋଜ ଗୋପାଳଙ୍କ ହାତଗୋଡ଼ ବନ୍ଧା ମୃତଦେହ ମିଳିଥିଲା । 

ଅଧିକ ପଢ଼ନ୍ତୁ---ସମ୍ୱଲପୁର ବିଶ୍ବବିଦ୍ୟାଳୟର ବ୍ରହ୍ମପୁତ୍ର ହଷ୍ଟେଲ୍‌ରେ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ : ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର