କନକ ବ୍ୟୁରୋ : ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ଝଟକା । ଅନୁଭବଙ୍କ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ତାଙ୍କ ବିରୋଧରେ ଚାଲିବ ଯୌତୁକ ନିର୍ଯାତନା ମାମଲା । ତଳ କୋର୍ଟଙ୍କ ଚାର୍ଜଫ୍ରେମକୁ କାଏମ ରଖିଛନ୍ତି ଉଚ୍ଚ ନ୍ୟାୟାଳୟ । ଅନୁଭବ ଓ ତାଙ୍କ କର୍ମଚାରୀଙ୍କ ବିରୋଧରେ ଏତଲା ଦେଇଥିଲେ ବର୍ଷା ପ୍ରିୟଦର୍ଶିନୀ । ଅନୁଭବଙ୍କ ଘରେ ଥିବା ବେଳେ ମାନସିକ ନିର୍ଯାତନା ପାଉଥିବା ନେଇ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ ।
ଅନୁଭବ ଓ ତାଙ୍କ ସହଯୋଗୀ ଘଗେଶ୍ବରଙ୍କ ବିରୋଧରେ ହେବ ବିଚାର । ତଳ କୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟ ଯାଇଥିଲେ ଓଲିଉଡ୍ ସୁପରଷ୍ଟାର । ଘରୋଇ ହିଂସା ମାମଲାରେ ଜିତିଥିବାରୁ ଏହି ମାମଲାର ଅସ୍ଥିତ୍ୱ ନାହିଁ । ତେଣୁ କ୍ରିମିନାଲ କେସ ଖାରଜ କରିବାକୁ ଅନୁଭବ ଅନୁରୋଧ କରିଥିଲେ ।
ଅଧିକ ପଢ଼ନ୍ତୁ---ଭବିଷ୍ୟତର ବ୍ରହ୍ମାସ୍ତ୍ର, ଭାରତର ପ୍ରଥମ ହାଇପରସୋନିକ ମିସାଇଲ୍
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/30/anubhab-2026-01-30-13-12-49.jpg)