କନକ ବ୍ୟୁରୋ : ଥମିବନି ମହାଯୁଦ୍ଧ, ଜାରି ରହିବ ଲଢ଼େଇ । ଇରାନ ସହିତ ଚାଲିଥିବା ସଂଘର୍ଷ ଉପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ମଧ୍ୟପ୍ରାଚ୍ୟରେ ଚାଲିଥିବା ଏହି ସଂଘର୍ଷ ଆଗାମୀ ଚାରି ସପ୍ତାହ ପର୍ଯ୍ୟନ୍ତ ଚାଲିପାରେ ବୋଲି ସେ କହିଛନ୍ତି । ରବିବାର ପ୍ରତିଷ୍ଠିତ ଡେଲି ମେଲ ସହିତ ଏକ ସାକ୍ଷାତକାରରେ ଡୋନାଲ୍ଡ ଟ୍ରମ୍ପ ଏଭଳି ସୂଚନା ଦେଇଛନ୍ତି । ଆମେରିକାର ସାମରିକ ଅଭିଯାନ ନିର୍ଦ୍ଧାରିତ ସମୟଠାରୁ ଆଗକୁ ଚାଲିଛି, ଅନେକ ଲକ୍ଷ୍ୟ ବାକି ଅଛି ।
ସବୁକିଛି ଯୋଜନା ଅନୁଯାୟୀ ଚାଲିଛି। ସେମାନଙ୍କ ସମ୍ପୂର୍ଣ୍ଣ ନେତୃତ୍ୱକୁ ଆମେ ଭାବିଥିବା ଅପେକ୍ଷା ଅଧିକ ନଷ୍ଟ କରିଦେଇଛୁ । ଏହି ଅଭିଯାନରେ ଇରାନର ୪୮ ଜଣ ଉଗ୍ରବାଦୀ ନେତାଙ୍କୁ ହତ୍ୟା କରାଯାଇଛି । ଇରାନ ପକ୍ଷ ଯୁଦ୍ଧ ବନ୍ଦ ନେଇ ଆଲୋଚନା କରିବାକୁ ଚାହୁଁଥିବା ଟ୍ରମ୍ପ କହିଛନ୍ତି । ସେପଟେ ଏହି ଯୁଦ୍ଧରେ ପ୍ରାଣ ହରାଇଥିବା ୩ଜଣ ଆମେରିକୀୟ ସୈନ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଟ୍ରମ୍ପ୍ । ଏହା ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ପ୍ରଥମ ଆମେରିକୀୟ ସୈନ୍ୟଙ୍କ ଜୀବନହାନି । କାରଣ ଭେନେଜୁଏଲାର ଏକଛତ୍ରବାଦୀ ନିକୋଲାସ ମାଦୁରୋ ଏବଂ ଇରାନୀ ପରମାଣୁ ପ୍ରତିଷ୍ଠାନ ଉପରେ ପୂର୍ବ ବୋମା ବିସ୍ଫୋରଣରେ କୌଣସି ମୃତ୍ୟୁ ହୋଇନଥିଲା ।
ଅଧିକ ପଢନ୍ତୁ : ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଚାରିଆଡ଼େ ଯୁଦ୍ଧ ବିଭୀଷିକା
ଥମିବନି ମହାଯୁଦ୍ଧ, ଜୋରଦାର ହେବ ଆକ୍ରମଣ
ମଧ୍ୟପ୍ରାଚ୍ୟ ମହାଲଢ଼େଇକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ
ଏବେ ଥମିବନି ମହାଯୁଦ୍ଧ, ୪ ସପ୍ତାହ ଯାଏ ଜାରି ରହିବ ଲଢ଼େଇ
‘ସାମରିକ ଅଭିଯାନ ନିର୍ଦ୍ଧାରିତ ସମୟଠାରୁ ଆଗକୁ ଚାଲିଛି, ଅନେକ ଲକ୍ଷ୍ୟ ବାକି ଅଛି’
ଇରାନର ସମ୍ପୂର୍ଣ୍ଣ ନେତୃତ୍ବକୁ ନଷ୍ଟ କରିଥିବା ଆମେରିକା ରାଷ୍ଟ୍ରପତିଙ୍କ ଦାବି
ଇରାନର ୪୮ ଜଣ ଉଗ୍ରବାଦୀ ନେତାଙ୍କୁ ହତ୍ୟା କରାଯାଇଥିବା କହିଛନ୍ତି ଡୋନାଲ୍ଡ ଟ୍ରମ୍ପ
ଇରାନ ପକ୍ଷ ଯୁଦ୍ଧ ବନ୍ଦ ନେଇ ଆଲୋଚନା କରିବାକୁ ଚାହୁଁଥିବା ଟ୍ରମ୍ପ କହିଛନ୍ତି
ସେପଟେ ମଧ୍ୟପ୍ରାଚ୍ୟ ମହାଯୁଦ୍ଧରେ ସାମିଲ ହେବ ସାଉଦି ଆରବ
ଇରାନ ସାଉଦିକୁ ଟାର୍ଗେଟ କରୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଟ୍ରମ୍ପଙ୍କ ସୂଚନା
ବାହାରିନ, କତାର ଏବଂ ଜୋର୍ଡାନ ଭଳି ବନ୍ଧୁରାଷ୍ଟ୍ର ସହ ଆମେରିକାର ଆଲୋଚନା
ଆଗକୁ ଇରାନରେ ଗଣତନ୍ତ୍ର ପ୍ରତିଷ୍ଠା ହେବ ବୋଲି ଆଶା ପ୍ରକଟ କରିଛନ୍ତି ଟ୍ରମ୍ପ୍
ଆଗକୁ ଅନେକ ସକାରାତ୍ମକ ଘଟଣା ଘଟିପାରେ ଯାହା ଦେଖିବା ଆକର୍ଷଣୀୟ ହେବ
ବର୍ତ୍ତମାନ, ମଧ୍ୟପ୍ରାଚ୍ୟରେ ଆମେରିକାର ସାମରିକ ଅଭିଯାନ ପୂର୍ଣ୍ଣ ବଳରେ ଜାରି ରହିଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/02/donald-trump-2026-03-02-09-24-44.jpeg)