କନକ ବ୍ୟୁରୋ : ଶନିବାର ଇରାନ ଉପରେ ଇସ୍ରାଏଲ ଏବଂ ଆମେରିକାର ଆକ୍ରମଣ ପରେ ଆରମ୍ଭ ହୋଇଯାଇଛି ମହାଯୁଦ୍ଧ । ଯାହାର ଜବାବରେ ଇରାନ ମଧ୍ୟ ପାଲଟା ଆକ୍ରମଣ କରି ପୂରା ମଧ୍ୟପ୍ରାଚ୍ୟରେ ୧୦୦ ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରି ପ୍ରତିଶୋଧ ନେଇଥିଲା । ଏହାପରେ ଇରାନ ବାହାରିନରୁ ଦୁବାଇ ପର୍ଯ୍ୟନ୍ତ ଆମେରିକୀୟ ଘାଟିଗୁଡ଼ିକୁ ଟାର୍ଗେଟ କରିଥିଲା । ଇରାନର ଆକ୍ରମଣ ଭିତରେ ଦୁବାଇ ବିମାନବନ୍ଦରରେ ବିଳମ୍ବିତ ରାତିର ପରିବେଶ ସାଧାରଣରୁ ଅଚାନକ ଭୟର ବାତାବରଣରେ ପରିଣତ ହୋଇଯାଇଥିଲା । ମିସାଇଲ୍ ଆକ୍ରମଣ ଏବଂ ବିମାନବନ୍ଦରରେ ବାରମ୍ବାର ଚେତାବନୀ ଭିତରେ ହଜାର ହଜାର ଲୋକଙ୍କ ମଧ୍ୟରେ ଡର ଦେଖିବାକୁ ମିଳିଥିଲା । ତେବେ ଏହି ଯାତ୍ରୀମାନଙ୍କ ଭିତରେ ଭାରତର ବ୍ୟାଡମିଣ୍ଟନ ଷ୍ଟାର୍ ପିଭି ସିନ୍ଧୁ ମଧ୍ୟ ଉପସ୍ଥିତ ଥିଲେ । ବିସ୍ଫୋରଣର ଶବ୍ଦ, ଉପରେ ଉଡ଼ିଥିବା ଇଣ୍ଟରସେପ୍ଟର ମିସାଇଲ୍ ଏବଂ ବିମାନ ଚଳାଚଳର ନିରନ୍ତର ବାତିଲ୍ ଏୟାରପୋର୍ଟକୁ ଯେପରି ଏକ ରଣକ୍ଷେତ୍ରର ବାତାବରଣ ଦେଉଥିଲା। ସିନ୍ଧୁ ନିଜେ ସୋସିଆଲ ମିଡିଆରେ ଏହି ଅଭିଜ୍ଞତାକୁ ଅତି ଭୟଙ୍କର ବୋଲି କହିଛନ୍ତି ଏବଂ ପରିସ୍ଥିତି ଏତେ ଶୀଘ୍ର ବିଗିଡ଼ି ଯାଇଥିଲା ଯେ କାହାରିକୁ କିଛି ବୁଝିବାର ସୁଯୋଗ ମିଳିଲା ନାହିଁ ବୋଲି କହିଛନ୍ତି ।
ଆଗକୁ ପଢ଼ନ୍ତୁ : ମହାଯୁଦ୍ଧ ଆଣିବ ମହାସଙ୍କଟ ? ହୁ ହୁ ହୋଇ ବଢ଼ିବ ସୁନା ଦର ! ୨୦ ହଜାର ଉପରେ ଛୁଇଁବ ସୁନା !
ସମ୍ବାଦ ସରବରାହ ସଂସ୍ଥା ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, ଅଲ୍ ଇଂଲଣ୍ଡ ଓପନ୍ ଖେଳିବା ପାଇଁ ସିନ୍ଧୁଙ୍କ ବର୍ମିଂହାମ ଯାତ୍ରା ହଠାତ୍ ସଙ୍କଟରେ ପରିଣତ ହୋଇଗଲା । ଏୟାରସ୍ପେସ୍ ବନ୍ଦ ଥିବାରୁ ଦୁବାଇ ବିମାନବନ୍ଦରରେ ବିମାନ ଚଳାଚଳ ବନ୍ଦ ହୋଇଯାଇଥିଲା । ଯାତ୍ରୀମାନଙ୍କର ଲମ୍ବା ଧାଡ଼ି ଭିତରେ ଅନେକ ପରିବାର ତଳେ ବସିଥିବା ଦେଖାଯାଇଥିଲା । ଫ୍ଲାଇଟ୍ ଆନାଉନ୍ସମେଣ୍ଟ୍ ବାରମ୍ବାର ପରିବର୍ତ୍ତନ ହେଉଥିଲା । ସିନ୍ଧୁ ସୋସିଆଲ ମିଡିଆରେ କହିଥିଲେ ଯେ ଏଠାରେ ଏକ ବଡ଼ ବିସ୍ଫୋରଣ ହୋଇଛି । ଯେତେବେଳେ ବିସ୍ଫୋରଣ ହେଲା ତାଙ୍କ କୋଚ୍ ପୂରା ପାଖରେ ଥିଲେ । କିନ୍ତୁ ଭଗବାନଙ୍କ କୃପାରୁ ତାଙ୍କର କିଛି ହୋଇନାହିଁ , ପୂରା ଟିମ୍ ସୁରକ୍ଷିତ ଅଛି କିନ୍ତୁ ପରିବେଶ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ଏବଂ ଅସ୍ଥିର ରହିଛି ।
ତେବେ ସିନ୍ଧୁ ମାର୍ଚ୍ଚ ୩ ରୁ ଆରମ୍ଭ ହେଉଥିବା ପ୍ରତିଷ୍ଠିତ ଅଲ୍ ଇଂଲଣ୍ଡ ଓପନ୍ ସୁପର ୧୦୦୦ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ଇଂଲଣ୍ଡର ବର୍ମିଂହାମ ଯାତ୍ରା କରୁଥିଲେ । ଯାତ୍ରା ସମୟରେ ପଶ୍ଚିମ ଏସିଆରେ ହଠାତ୍ ସାମରିକ ଉତ୍ତେଜନା ବୃଦ୍ଧି ପାଇବାରୁ ଦୁବାଇ ଆକାଶପଥ ବନ୍ଦ ହୋଇଗଲା ଯାହା ଫଳରେ ତାଙ୍କ ବିମାନ ଉଡ଼ାଣକୁ ବାତିଲ କରାଯାଇଥିଲା । ତେବେ ଖାଲି ସିନ୍ଧୁ ନୁହେଁ ସାଉଥ୍ ଅଭିନେତା ତଥା ପ୍ରଡ୍ୟୁସର ବିଷ୍ଣୁ ମାଞ୍ଚୁ ଏବଂ ବଲିଉଡ୍ ଅଭିନେତ୍ରୀ ସୋନଲ୍ ଚୌହ୍ବାନ ମଧ୍ୟ ଦୁବାଇରେ ଫସିଛନ୍ତି । ଅଭିନେତ୍ରୀ ସୋନଲ୍ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୋସିଆଲ୍ ମିଡିଆ ଏକ୍ସରେ ଗୁହାରି କରିଥିଲେ । ଅନ୍ୟପକ୍ଷରେ ବିଷ୍ଣୁ ମାଞ୍ଚୁ ମିସାଇଲ୍ ଆଟାକର ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରି ଚିନ୍ତା ପ୍ରକଟ କରିଛନ୍ତି । ଏହି ଦୁଇ କଳାକାର ନିଜ ବ୍ୟକ୍ତିଗତ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ମିସାଇଲ୍ ଆକ୍ରମଣର ଅନେକ ଫଟୋ ଏବଂ ଭିଡିଓ ମଧ୍ୟ ସେୟାର୍ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2026/03/01/sindhu-2026-03-01-15-55-24.jpg)