କନକ ବ୍ୟୁରୋ: ଖାମେନେଇଙ୍କ ମୃତ୍ୟୁ ପରେ ଦୋହଲିଯାଇଛି ଇରାନ୍ । ଘମାଘୋଟ ହେବାରେ ଲାଗିଛି ଇରାନ୍-ଇସ୍ରାଏଲ୍ ଯୁଦ୍ଧ । ଥରାଉଛି ମିସାଇଲ ଓ ଡ୍ରୋନ୍ ବର୍ଷା । ଉଭୟ ପକ୍ଷ ପରସ୍ପରକୁ ଆକ୍ରମଣ ଜାରି ରଖିଥିବା ବେଳେ, ଯୁଦ୍ଧ ବିଭୀଷିକାର ଚିତ୍ର ସାରା ବିଶ୍ୱକୁ ଚିନ୍ତିତ କରିଛି । ଏସବୁ ଭିତରେ ନୂଆ ଅନ୍ତରୀଣ ସୁପ୍ରିମ ଲିଡରଙ୍କ ହାତରେ ଟେକିଛି ଦେଶର କ୍ଷମତା ଭାର ।
ଏହା ବି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ମହାସମର: ଆଜି ରାତି ୯:୩୦ରେ ମୋଦୀଙ୍କ ବଡ଼ ବୈଠକ, ସୁରକ୍ଷା କ୍ୟାବିନେଟ କମିଟି ସହ ହେବ ଆଲୋଚନା
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ । ଚାରିଆଡ଼େ ଯୁଦ୍ଧ ବିଭୀଷିକା । ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲୀ ଖାମେନେଇଙ୍କ ମୃତ୍ୟୁ ପରେ ଗୋଟିଏ ପଟେ ପ୍ରତିଶୋଧ ପରାୟଣ ଇରାନ୍ । ଅନ୍ୟପଟେ ଏବେ ବି ରକ୍ତମୁଖା ଆମେରିକା ଓ ଇସ୍ରାଏଲ୍ ମିଳିତ ଶକ୍ତି । ଇରାନରେ ପୁଣି ଥରେ ଶୁଭିଛି ଧମାକା । ଧୂଆଁ ଧୂଆଁ ତେହରାନ୍ । ଏକାଧିକ ସ୍ଥାନରେ ମିସାଇଲ ଓ ଡ୍ରୋନ୍ ଆକ୍ରମଣ ଜାରି ରଖିଛି ଇସ୍ରାଏଲ୍ । ଇରାନ୍ ଆକ୍ରମଣରୁ ବିରତ ନହେଲେ ଭୟଙ୍କର ପରିଣାମ ଭୋଗିବ ବୋଲି ଟ୍ରମ୍ପ ନାଲି ଆଖି ଦେଖାଇବା ପରେ, ଉତ୍ତର ତେହରାନର ବିଭିନ୍ନ ସ୍ଥାନରେ ବୋମା ବର୍ଷଣ ହୋଇଛି । ବିଶେଷତଃ ସୁଡ଼ଙ୍ଗ କରି ଇରାନ୍ ମାଟି ତଳେ କ୍ଷେପଣାସ୍ତ୍ର ଓ ଘାତକ ଯୁଦ୍ଧାସ୍ତ୍ର ଲୁଚାଇଥିବା ଆଶଙ୍କା କରି, ଏହି ମିଜାଇଲ ସିଟିକୁ ମାଟିରେ ମିଶାଇଦେବାକୁ ଲକ୍ଷ୍ୟ ରଖିଛି ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ।
ଏପଟେ ବଦ୍ଲା ନେଉଛି ଇରାନ୍ । ଖାମେନେଇଙ୍କ ମୃତ୍ୟୁ ପରେ ଇରାନ ଆମେରିକାର ୨୭ଟି ବାୟୁସେନା ଘାଟି ଉପରେ ମିସାଇଲ ମାଡ଼ କରିଛି । ଇସ୍ରାଏଲ ସମେତ ୯ଟି ମଧ୍ୟପ୍ରାଚ୍ୟ ଦେଶ ଉପରେ ଆକ୍ରମଣ ହୋଇଛି । ଇରାକ କୁର୍ଦିସ୍ତାନ ଆମେରିକା ବେସ୍ କ୍ୟାମ୍ପରେ ରକେଟ୍ ମାଡ଼ ହୋଇଥିବା ବେଳେ, କାତାର, ବାହାରିନ, କୁଏତ, ଓମାନ ଆଦି ଦେଶକୁ ବି ନିଶାନା ବନାଉଛି ଇରାନ୍ ସେନା । ଓମାନର ଡକମ ପୋର୍ଟରେ ଡ୍ରୋନ୍ ଆକ୍ରମଣ ହୋଇଛି । ଦୁବାଇର ସାରଜାହାରେ ଏକ ମଲ୍ ଉପରେ ବି ହମଲା ହୋଇଛି ।
ଖାମେନେଇଙ୍କ ମୃତ୍ୟ ପରେ ୪୦ ଦିନିଆ ଶୋକ ପାଳୁଛି ଇରାନ୍ । ଶହଶହ ଲୋକ ତେହେରାନ ଇଂଗହେଲାବ ଅଞ୍ଚଳରେ ଏକଜୁଟ ହୋଇ ସ୍ଥାନୀୟ ମସଜିଦରେ ପ୍ରାର୍ଥନା କରିଛନ୍ତି । ଏଥିସହ ଆମେରିକା ଓ ଇସ୍ରାଏଲ ବିରୋଧରେ ନାରାବାଜି ବି ଶୁଭିଛି । ଏସବୁ ଭିତରେ ବରିଷ୍ଠ ଧର୍ମଗୁରୁ ଆୟତୁଲ୍ଲା ଅଲିରେଜା ଅରାଫିଙ୍କୁ ଅନ୍ତରୀଣ ସର୍ବୋଚ୍ଚ ନେତା ଭାବେ ଘୋଷଣା କରାଯାଇଛି। ଇରାନର ଧାର୍ମିକ ଓ ରାଜନୈତିକ କେନ୍ଦ୍ର ସହ ଦୀର୍ଘକାଳ ଧରି ସଂଶ୍ଳିଷ୍ଟ ଅଛନ୍ତି ୬୬ ବର୍ଷୀୟ ଅଲିରେଜା ଅରାଫି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/03/01/06-war-update-middle-east-2026-03-01-20-26-25.jpg)