କନକ ବ୍ୟୁରୋ: କାହାର କୋଠା ଭାଙ୍ଗି ପଡିଛି ତ ଆଉ କାହାର ଛପର ଉଡ଼ିଯାଇଛି । ପୁନର୍ବାସ-ଥଇଥାନ ବ୍ୟବସ୍ଥା ନକରି ଗାଁ ଖାଲି କରୁଛି କମ୍ପାନି । ଯିଏ ମନା କରୁଛନ୍ତି ତାଙ୍କୁ ନାଲି ଆଖି ଦେଖାଉଛନ୍ତି ଏମସିଏଲ କର୍ତ୍ତୃପକ୍ଷ । ସୁନ୍ଦରଗଡ଼ ଜିଲ୍ଲାର ଗୋପାଳପୁର, ସିଆରମାଲରେ କୋଇଲା ଖଣି ଖୋଳୁଛି ଏମସିଏଲ୍। ଆଉ ଏଠି ନିୟମ କାନୁନ କଥା ଛାଡନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବି ଫୁ କରି ଉଡ଼ାଇ ଦେଉଛି ।
ଅଧିକ ପଢ଼ନ୍ତୁ : ଏମ୍ସିଏଲ୍ର ମନମାନୀ, କଲବଲ କରୁଛି କମ୍ପାନୀ
ନିୟମ ଅନୁସାରେ,
- କମ୍ପାନି ପ୍ରଥମେ ପୁନର୍ବାସ ଓ ଥଇଥାନ ବ୍ୟବସ୍ଥା କରିବ
- ଥଇଥାନ କଲୋନିରେ ଶିକ୍ଷା ଠାରୁ ସ୍ୱାସ୍ଥ୍ୟ, ପାନୀୟ ଜଳ ଭଳି ବ୍ୟବସ୍ଥା ରହିବ
- ତା'ପରେ ଲୋକଙ୍କୁ ସ୍ଥାନାନ୍ତର କରି ଗାଁ ଖାଲି କରାଯିବ
- ହେଲେ ଏଠାରେ ସବୁ ନିୟମକୁ ମୋଡ଼ିମାଡ଼ି ନିଜ ପକେଟରେ ପୂରାଇ ଦେଇଛନ୍ତି ଏମସିଏଲ୍ କର୍ତ୍ତୃପକ୍ଷ। ମନ ଇଛା ନିରିହ ଲୋକଙ୍କ ଉପରେ ଜୁଲମ୍ କରୁଥିବା ଅଭିଯୋଗ ହୋଇଛି।
ଏମସିଏଲ ପୁର୍ନବାସ ଓ ଥଇଥାନ କଲୋନିରେ ପହଞ୍ଚିଥିଲେ ଆମ ପ୍ରତିନିଧି । ସିଆରମାଲ ପ୍ରୋଜେକ୍ଟ ପାଇଁ ପୁର୍ନବାସ ଓ ଥଇଥାନ କଲୋନିରେ ନିର୍ମାଣ କାମ ସରିବାକୁ ଆହୁରି ବର୍ଷେରୁ ଅଧିକ ସମୟ ଲାଗିବ। ବିସ୍ଥାପନ କଲୋନୀରେ ସ୍କୁଲ, ରାସ୍ତା, ଡାକ୍ତରଖାନା, ପାନୀୟ ଜଳ ବ୍ୟବସ୍ଥା ଠାରୁ ଆରମ୍ଭ କରି ଗୋଷ୍ଠୀଗତ ଅଧିକାର ପାଇଁ ଚାଲିଥିବା ନିର୍ମାଣ ସରିନାହିଁ । ଯେଉଁଠି ଗୋଷ୍ଠୀଗତ ଅଧିକାର କାମ ସରିନି ସେଠି ଗାଁକୁ ଖାଲି କରିବା ମାନେ ଲୋକଙ୍କୁ ହଇରାଣ କରିବା ନୁହେଁ ତ କଣ।
ଅଧିକ ପଢ଼ନ୍ତୁ :ଖଣି ଅଞ୍ଚଳରେ ଥମୁନି ଲୋକଙ୍କ ଦୁଃଖ, ମିଛ ରିପୋର୍ଟ ଦେଇ ଖଣି ସମ୍ପ୍ରସାରଣ କରୁଛି ଏମସିଏଲ
ଏହିଭଳି ଘଟଣା ଦେଖିଲେ ମନରେ ଗୋଟିଏ କଥା ଆସୁଛି, ଯେତେ ବେଳେ ରାଷ୍ଟ୍ରାୟତ କମ୍ପାନିର କଥା ଆସେ ସେତେବେଳେ ପ୍ରଶାସନ ଓ ସରକାର ଚୁପ୍ ହେଇଯାଆନ୍ତି କାହିଁକି । ଅନ୍ୟପଟେ ଅତିରିକ୍ତ ଜିଲ୍ଲପାଳ ରାଜସ୍ୱ କହିଛନ୍ତି, ଏହିଭଳି ଜୁଲୁମ ହୋଇପାରିବନାହିଁ । ପୁର୍ନବାସ ଓ ଥଇଥାନର ସମସ୍ତ ସୁବିଧା ନହେବା ଯାଏଁ କମ୍ପାନି ଘର ଭାଙ୍ଗିପାରିବନାହିଁ । ପ୍ରଶାସନ ଶୁଣିବ ନାହିଁ ! ରାଜ୍ୟ ସରକାର ଶୁଣିବେ ନାହିଁ ! ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହେବ ନାହିଁ ! ତାହା ହେଲେ ଏଇ ଆଦିବାସୀ କାହାର ଦ୍ୱାରସ୍ଥ ହେବେ? ଏମାନଙ୍କୁ କିଏ ନ୍ୟାୟ ଦେବ? କାହିଁକି ଚୂପ୍ ସରକାର?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/23/mcl-2025-12-23-16-39-23.jpg)