CDA LAND Photograph: (KanakNews)
କନକ ବ୍ୟୁରୋ; ସିଡିଏ ଜମି କେଳେଙ୍କାରୀକୁ ନେଇ ମନ୍ତ୍ରୀ ଦୁଇ ପ୍ରକାର କଥା କହିବା । ସିଡିଏ ସଚିବଙ୍କ ଅଜବ ଯୁକ୍ତି ଓ ବିଭାଗୀୟ ସଚିବଙ୍କ ନୀରବତାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ବିଭିନ୍ନ ଦଳର ରାଜନେତାଙ୍କ ପରେ ଏବେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ସହରବାସୀ ।
ବହୁମୂଲ୍ୟ ସିଡିଏ ଜମିକୁ ଶାଗ ମାଛ ଦରରେ ଟେକି ଦେବାକୁ ନେଇ ବଢ଼ି ଚାଲିଛି ଅସନ୍ତୋଷ । ଜମି କେଳେଙ୍କାରୀକୁ ନେଇ ବିଭିନ୍ନ ରାଜତୈନିକ ଦଳର ନେତାଙ୍କ ନିନ୍ଦା ପରେ, ଏବେ କଟକ ସହରବାସୀଙ୍କ ଭିତରେ ବଢ଼ୁଛି ଅସନ୍ତୋଷ। ସିଡିଏ ସଚିବ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ ଜବାବ, ସନ୍ଦେହକୁ ବଢ଼ାଇ ଦେଇଛି। ଯଦି ଦୁର୍ନୀତି ହୋଇନି, ତା’ହେଲେ ସଚିବ କାହିଁକି ଆର୍ଟିଆଇରେ ତଥ୍ୟ ମାଗନ୍ତୁ ବୋଲି କହିଲେ? ସେ ନେଇ ପ୍ରଶ୍ନ ଉଠିଛି ।
ସିଡିଏ ଜମି କେଳେଙ୍କାରୀକୁ ନେଇ ତେଜିଲା ତଦନ୍ତ ଦାବି, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ କହିଲେ ଏହି ଦୁଇ ବିଧାୟକ
ସବୁ ନିୟମକୁ ଜଳାଞ୍ଜଳି ଦେଇ ସିଡିଏର ପ୍ରାୟ ଶହେ କୋଟି ଟଙ୍କା ମୂଲ୍ୟର ଜମିକୁ ମାତ୍ର ୩କୋଟିରେ, ଏକ ନିର୍ଦ୍ଧିଷ୍ଟ ସଂସ୍ଥାକୁ ଟେକି ଦେବା ପାଇଁ ମସୁଧା କରିଥିଲେ କର୍ତ୍ତୁପକ୍ଷ । ଟେଣ୍ଡର ନିୟମକୁ ପାଦରେ ଦଳମକଚି ବେଆଇନ ଭାବେ ଜମି ଆବଣ୍ଟନ ଯୋଜନା ହୋଇଥିଲା । କନକ ନ୍ୟୁଜ୍ ଓ ସମ୍ବାଦ ପକ୍ଷରୁ ଏନେଇ ଲଗାତାର ଖବର ପ୍ରସାରଣ ପରେ ବିତଣ୍ଡା ଯୁକ୍ତି ବାଢ଼ିଥିଲେ ସିଡିଏ ସଚିବ। ଆରଟିଆଇଆରରେ ତଥ୍ୟ ମାଗିବାକୁ କହିଥିଲେ । ଏପଟେ ବିଭାଗୀୟ ସଚିବ ବି ଚୁପ୍ । ଯାହାକୁ ନେଇ ଆନ୍ଦୋଳନ ଚେତାବନୀ ଦେଇଛନ୍ତି କଟକ ସହରବାସୀ ।
ସିଡିଏ ଜମି ଜାଲିଆତି ମସୁଧା ଏବେ ସରକାରଙ୍କ ତଣ୍ଟିରେ କଣ୍ଟା ହୋଇ ଅଟକିଛି। କେଳେଙ୍କାରୀକୁ ନେଇ ସରକାରଙ୍କୁ ଘେରି ଆସୁଛନ୍ତି ବିରୋଧୀ । ସରକାର କହୁଛନ୍ତି, ସେମିତି କିଛି ହୋଇନି। ତେଣୁ ପ୍ରଶ୍ନ ଉଠୁଛି, ଯଦି ଦୁର୍ନୀତି ହୋଇନି କାହିଁକି ମୁହଁ ଖୋଲୁ ନାହାନ୍ତି ବିଭାଗୀୟ ସଚିବ କି ସିଡିଏ କର୍ତ୍ତୃପକ୍ଷ? କାହା ସ୍ବାର୍ଥରେ ଟେଣ୍ଡର ନିୟମକୁ ଅଣଦେଖା କରାଯାଇଛି? କେବେ ସ୍ପଷ୍ଟ ହେବ କେତେବାଟ ଗଲା ତଦନ୍ତ ?
Follow Us