କନକ ବ୍ୟୁରୋ : ଜୋର୍ ଧରିଲାଣି ସିଡିଏ ଜମି କେଳେଙ୍କାରୀ ଅଭିଯୋଗର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିପାରେ ଏହି ପ୍ରସଙ୍ଗ । କଟକ ସଦର ଓ ମାହାଙ୍ଗା ବିଧାୟକ ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି । ସେପଟେ ବିନା ଡିପିଆର୍ରେ ଲିଜଧାରୀ ସଂସ୍ଥା କିପରି ୬୦ କୋଟି ଟଙ୍କାର କାର୍ଯ୍ୟାଳୟ କୋଠା ତିଆରି କରିବ ବୋଲି ସିଡିଏ ସଚିବ କହିଥିଲେ, ତାକୁ ନେଇ ବି ପ୍ରଶ୍ନ ଉଠିଛି ।
ଅଧିକ ପଢ଼ନ୍ତୁ : ଚାଷୀଙ୍କୁ ଆଶ୍ବସ୍ତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: କହିଲେ, ହତାଶ ହୁଅନ୍ତୁନି କିଣାଯିବ ସବୁ ଧାନ
କଟକ ଉନ୍ନୟନ କର୍ତ୍ତୃପକ୍ଷର ବହୁମୂଲ୍ୟ ଜମିକୁ ଘରୋଇ ସଂସ୍ଥା ହାତରେ ଟେକିଦେବା ମସୁଧା ଅଭିଯୋଗର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଜୋର୍ ଧରିଲା ଦାବି । ଏନେଇ ବିଭାଗୀୟ ସଚିବ, ଏପରିକି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି କଟକ ସଦର ଏବଂ ମାହାଙ୍ଗା ବିଧାୟକ । ୧୦୦ କୋଟିରୁ ଅଧିକ ମୂଲ୍ୟର ଜମି କେଉଁ ପଦ୍ଧତିରେ ଟେଣ୍ଡର ହେଲା ? କେମିତି ମାତ୍ର ୩ କୋଟି ଟଙ୍କାରେ ଲିଜ୍ ଚୂଡ଼ାନ୍ତ ହେଲା ? ସିଡିଏ ପକ୍ଷରୁ ଏହାର ବିସ୍ତୃତ ବିବରଣୀ ସର୍ବସମ୍ମୁଖରେ ରଖାଯିବା ଦରକାର ବୋଲି ଉଭୟ ଦାବି ରଖିଛନ୍ତି । ଏଥିସହ ସିଚବ ଗଣମାଧ୍ୟମ ଆଗରେ ସ୍ପଷ୍ଟୀକରଣ ନରଖିବାକୁ ନାପସନ୍ଦ କରିଛନ୍ତି ରାଜନେତା ।
ଅଧିକ ପଢ଼ନ୍ତୁ : ଓଡ଼ିଶାକୁ ଆସିବ ୧ ଲକ୍ଷ କୋଟି ଟଙ୍କାର ନିବେଶ, କୋଲକାତା ନିବେଶ ସମ୍ମିଳନୀରେ ୨୭ ଏମଓୟୁ ସ୍ୱାକ୍ଷର ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ସୂଚନା
ସିଡିଏ ସେକ୍ଟର-୬ରେ ଥିବା ଅଢ଼େଇ ଏକର ଜମିକୁ ଲିଜ୍ ନେଇଥିବା ଘରୋଇ ସଂସ୍ଥା ଅଧା ଜାଗାରେ ସିଡିଏ କାର୍ଯ୍ୟାଳୟ ପାଇଁ ୬୦ କୋଟିରୁ ଅଧିକ ଟଙ୍କାର କୋଠା ତିଆରି କରିବ । ବାକି ଅଧାରେ ନିଜର ବ୍ୟାବସାୟିକ ପ୍ରତିଷ୍ଠାନ କରିବ ବୋଲି ପୂର୍ବରୁ କହିଥିଲେ ସିଡିଏ ସଚିବ । ତେବେ ଦୈନିକ ଖବରକାଗଜ 'ସମ୍ୱାଦ'ରେ ପ୍ରକାଶିତ ଖବର ଅନୁସାରେ, ଏହି ଅଟ୍ଟାଳିକାର ଡିପିଆର୍ ପ୍ରସ୍ତୁତ ହୋଇନଥିବା କହିଛନ୍ତି ସିଡିଏ ଉପାଧ୍ୟକ୍ଷ ତଥା ସିଏମସି କମିସନର କିରଣଦୀପ କୌର ସହୋତା । ତେଣୁ ବିନା ଡିପିଆରରେ ସଚିବ ୬୦ କୋଟି ଟଙ୍କା ବ୍ୟୟ ନେଇ କେମିତି ସୂଚନା ଦେଇଥିଲେ? ତାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଗତକାଲି ସିଡିଏ ସଚିବଙ୍କୁ ପଚାରିବାରୁ ସେ ଚିହିଁକି ଉଠି କହିଥିଲେ, ମୋତେ ତଥ୍ୟ ମାଗନି, ଆର୍ଟିଆଇରେ ମାଗ । ପ୍ରକୃତରେ ଲିଜଧାରୀ ସଂସ୍ଥା କେଉଁ ବାବଦରେ କେତେ ଟଙ୍କା ଖର୍ଚ୍ଚ କରିବ? ନିର୍ଦ୍ଦିଷ୍ଟ ସଂସ୍ଥାକୁ ଶସ୍ତାରେ ଜମି ଲିଜ୍ ପଛରେ କାହାର ସ୍ୱାର୍ଥ ନିହିତ? ଏବଂ ସିଡିଏ ସଚିବ ମୁହଁ ନଖୋଲିବା ପଛରେ କାହାର ଚାପ? ଏସବୁ ସନ୍ଦେହକୁ ବଢ଼ାଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/21/ctc-2026-01-21-21-21-55.jpg)