କନକ ବ୍ୟୁରୋ : ଓମାନରେ ବିଶ୍ଵ ସେଲିଂ ଚାମ୍ପିଅନସିପରେ ଇଣ୍ଡିଆ ଟିମରେ ଭାଗନେବେ ଦୁଇ ଓଡ଼ିଆ । ତା ଭିତରେ ଜଣେ ମହିଳା ପାରାଆଥଲେଟ ରହିଛନ୍ତି । ତେବେ ବିଶ୍ଵ ଦରବାରରେ ଭଲ ପ୍ରଦର୍ଶନ ଲାଗି ବାଧକ ହୋଇଛି ସେଲିଂ ପାଇଁ ଆବଶ୍ୟକ କ୍ରୀଡା ଉପକରଣ। ସୁବିଧା ଯୋଗାଇବାକୁ ରାଜ୍ୟ କ୍ରୀଡ଼ା ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ଦୁଇ ଖେଳାଳି ।
ଆହୁରି ପଢ଼ନ୍ତୁ - ବଦଳିଲା ସରକାରୀ ସ୍କୁଲ୍ର ଚିତ୍ର;ଉନ୍ନତୀକରଣ ସାଙ୍ଗକୁ ହେଲା ସୌନ୍ଦର୍ଯ୍ୟୀକରଣ
ମହାନଦୀର ଜଳକୁ ଚିରି ସ୍ୱପ୍ନ ଆଡ଼କୁ ଅଗ୍ରସର । ଓଡିଶା ମାଟିରୁ ଯାଇ ଓମାନରେ ଦେଖାଇବେ କଳାକୌଶଳ । ବିଶ୍ଵ ସେଲିଂ ଚାମ୍ପିୟନସିପ୍ ଲାଗି ଚାଲିଛି ଜୋରଦାର ପ୍ରସ୍ତୁତି । ମହାନଦୀ ଜଳରେ ଅଭ୍ୟାସ କରୁଛନ୍ତି ପାରା ଆଥଲେଟ ମୋନାଲି ସ୍ବାଇଁ ଏବଂ ଅନ୍ୟ ଜଣେ ସାଧାରଣ ବର୍ଗ ଖେଳାଳି ନରେଶ ମଙ୍ଗରାଜ । କେନ୍ଦ୍ରାପଡ଼ାର ମୋନାଲିଙ୍କ ଜନ୍ମରୁ ଡାହାଣ ଗୋଡ଼ ଆଣ୍ଠୁ ତଳକୁ ଆଉ ନାହିଁ । ହାତର କେତେ ଗୁଡ଼ିଏ ଆଙ୍ଗୁଠି ସ୍ଵାଭାବିକ ଠାରୁ ଛୋଟ । ହେଲେ ମନରେ ତାଙ୍କର ଅଦମ୍ୟ ସାହସ । ଆସନ୍ତା ଡିସେମ୍ବର ୩ ରୁ ୮ ତାରିଖ ପର୍ଯ୍ୟନ୍ତ ଓମାନରେ ହେବାକୁ ଥିବା ବିଶ୍ଵ ସେଲିଂ ଚାମ୍ପିଅନସିପ୍ରେ ସାମିଲ ହେବେ ମୋନାଲି ଏବଂ ତାଙ୍କର ପାର୍ଟନର ନରେଶ।
ଆହୁରି ପଢ଼ନ୍ତୁ - ବିଚିତ୍ର ଭତ୍ତା ବଣ୍ଟନ ବ୍ୟବସ୍ଥା ; ବଞ୍ଚି ଥାଉ ଥାଉ ବର୍ଦ୍ଧିତ ଭତ୍ତା ପାଇଁ ବୃଦ୍ଧାଙ୍କୁ ମାରିଦେଲେ
ସିଙ୍ଗଲ ପାରା ସେଲିଂ ଇଭେଣ୍ଟରେ ଏକୁଟିଆ ଏବଂ ମିଳିତ ଇଭେଣ୍ଟରେ ସାଧାରଣ ବର୍ଗର ସହଯୋଗୀ ଖେଳାଳି ନରେଶ ସାମିଲ ହେବେ । ହେଲେ ସେଲିଂ ପାଇଁ ଓଡ଼ିଶାରେ ଭିତ୍ତିଭୂମି , ଟ୍ରେନିଂ, ପେଶାଦାର କୋଚଙ୍କ ଅଭାବ ବି ରହିଛି । କ୍ରୀଡା ମନ୍ତ୍ରୀ ଏହା ଉପରେ ଦୃଷ୍ଟି ଦେଲେ , ସେମାନେ ଆହୁରି ଭଳ କରିପାରନ୍ତେ ବୋଲି ନିବେଦନ କରିଛନ୍ତି ଖେଳାଳି ।
ଭିନ୍ନକ୍ଷମ ହୋଇ ଜନ୍ମ ହେଲେ ପରିସ୍ଥିତି ତାଙ୍କୁ ଅଟକାଇ ପାରିନି । ମୋନାଲି ଏବଂ ନରେଶ ଯୋଡ଼ି ବିଶ୍ଵ ସେଲିଂ ଚମ୍ପିୟାନସିପରେ କଣ କରୁଛନ୍ତି ଦେଖିବାର କଥା।
Follow Us