କନକ ବ୍ୟୁରୋ: ସରକାରରୀ ସ୍କୁଲର ଚେହେରା ବଦଳାଇଛନ୍ତି ପୁରାତନ ଛାତ୍ର ଛତ୍ରୀ । ମୋ ସ୍କୁଲ ଅଭିଯାନ ଯୋଜନା ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀ ମାନେ ନିଜ ବିଦ୍ୟାଳୟକୁ ଏକ ଆଦର୍ଶ ବିଦ୍ୟାଳୟ ଭାବେ ଗଢି ତୋଳିଛନ୍ତି । ଶ୍ରେଣୀ ଗୃହ ଉନ୍ନତିକରଣ ଠାରୁ ଆରମ୍ଭକରି ବିଦ୍ୟାଳୟର ସାମଗ୍ରୀକ ବିକାଶ କରି ସୃଷ୍ଟି କରିଛନ୍ତି ଶିକ୍ଷଣୀୟ ପରିବେଶ । ଆଖି ଲାଖିଗଲା ଭଳି ଶ୍ରେଣୀଗୃହ, ସାଇନ୍ସ ଲାବ୍ରୋଟୋରୀ, ପାଠାଗାରକୁ ସ୍ମାର୍ଟ କ୍ଲାସ୍ ରୁମ୍ । ଏସବୁ କୌଣସି ବେସରକାରୀ ନୁହେଁ, ବରଂ ମାର୍ଶାଘାଇ ବ୍ଲକ ବଛରେଇ ପଞ୍ଚାୟତର ବାଲିକୁଦା ସରକାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ମୋ ସ୍କୁଲ୍ ଅଭିଯୋନ ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀ ମୁକ୍ତ ହସ୍ତରେ ଦାନ କରି ବିଦ୍ୟାଳୟର ସାମଗ୍ରିକ ବିକାଶ କରିଛନ୍ତି । ସୁନ୍ଦର ପାର୍କ ନିର୍ମାଣ କରିଛନ୍ତି । ମଧ୍ୟାହ୍ନ ଭୋଜନ ପାଇଁ ସୁନ୍ଦର ଡାଇନିଙ୍ଗ୍ ନିର୍ମାଣ ହୋଇଛି । ବିଦ୍ୟାଳୟକୁ ସଫାସୁତରା ଓ ପାର୍କର ରକ୍ଷଣାବେକ୍ଷଣ ପାଇଁ ୨ ଜଣଙ୍କୁ ନିଯୁକ୍ତି ଦେଇ ସେମାନଙ୍କୁ ଦରମା ମଧ୍ୟ ଦେଉଛନ୍ତି ପୁରାତନ ଛାତ୍ରଛାତ୍ରୀ ।
୧୯୫୫ରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୦୨ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ବିକାଶ ସତ୍ତ୍ବେ ବିଦ୍ୟାଳୟରେ ରହିଛି ଏକ ପ୍ରମୁଖ ସମସ୍ୟା । ୬ ଜଣଙ୍କ ସ୍ଥାନରେ ଅଛନ୍ତି ୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ । ସ୍ଥାୟୀ ପ୍ରଧାନ ଶିକ୍ଷକ ନାହାନ୍ତି, ଡେପୁଟେସନରେ ଆସୁଛନ୍ତି ପ୍ରଧାନ ଶିକ୍ଷକ । ଏହି ଅଭାବକୁ ଦୃଷ୍ଟିରେ ରଖି ପୁରାତନ ଛାତ୍ରଛାତ୍ରୀ ବିଦ୍ୟାଳୟରେ ପାଳି କରି ପାଠ ପଢ଼ାଉଛନ୍ତି । ପୁରାତନ ଛାତ୍ରଛାତ୍ରୀଙ୍କ ପାଇଁ ଆଜି ପେଣ୍ଠ ବାଲିକୁଦା ବିଦ୍ୟାଳୟ ଆଦର୍ଶ ବିଦ୍ୟାଳୟ ଭାବେ ନୀଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।
ଅଧିକ ପଢ଼ନ୍ତୁ--ବଢ଼ୁଛି ଚୋରା ମଦ କାରବାର ; ନିରବ ପୁଲିସ୍ ଓ ଅବକାରୀ ବିଭାଗ!
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/26/school-2025-11-26-18-02-51.jpg)