ଆଖିରୁ ଜାଣନ୍ତୁ ମଧୁମେହ ଏବଂ କୋଲେଷ୍ଟ୍ରଲର ଲକ୍ଷଣ ! ପରୀକ୍ଷା ନକରି କରନ୍ତୁ ଚିହ୍ନଟ

Advertisment

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ ଡାଇବେଟିସ୍ ଏବଂ ହାଇ କୋଲେଷ୍ଟ୍ରଲ୍ ଏକ ସାଧାରଣ ସମସ୍ୟା ପାଲଟିଛି । ଅନେକ ସମୟରେ ରକ୍ତ ପରୀକ୍ଷା କରିବା ପୂର୍ବରୁ ଆମ ଆଖି କିଛି ସ୍ୱତନ୍ତ୍ର ସଙ୍କେତ ଦେଇଥାଏ, ଯାହାକୁ ଆମେ ଜାଣିବା ନିହାତି ଜରୁରୀ ।

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ ଡାଇବେଟିସ୍ ଏବଂ ହାଇ କୋଲେଷ୍ଟ୍ରଲ୍ ଏକ ସାଧାରଣ ସମସ୍ୟା ପାଲଟିଛି । ଅନେକ ସମୟରେ ରକ୍ତ ପରୀକ୍ଷା କରିବା ପୂର୍ବରୁ ଆମ ଆଖି କିଛି ସ୍ୱତନ୍ତ୍ର ସଙ୍କେତ ଦେଇଥାଏ, ଯାହାକୁ ଆମେ ଜାଣିବା ନିହାତି ଜରୁରୀ ।

Diabetes high cholesterol

Diabetes high cholesterol Photograph: (Google)

କନକ ବ୍ୟୁରୋ:  ଆଖିକୁ ଶରୀରର ଦର୍ପଣ କୁହାଯାଏ । କେବଳ ଦୁନିଆକୁ ଦେଖିବା ପାଇଁ ନୁହେଁ, ବରଂ ଶରୀର ଭିତରେ କେଉଁ ରୋଗ ପାଦ ଥାପୁଛି, ତାହା ମଧ୍ୟ ଆଖି ମାଧ୍ୟମରେ ଜାଣିହୁଏ । ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ ଡାଇବେଟିସ୍ ଏବଂ ହାଇ କୋଲେଷ୍ଟ୍ରଲ୍ ଏକ ସାଧାରଣ ସମସ୍ୟା ପାଲଟିଛି । ଅନେକ ସମୟରେ ରକ୍ତ ପରୀକ୍ଷା କରିବା ପୂର୍ବରୁ ଆମ ଆଖି କିଛି ସ୍ୱତନ୍ତ୍ର ସଙ୍କେତ ଦେଇଥାଏ, ଯାହାକୁ ଆମେ ଜାଣିବା ନିହାତି ଜରୁରୀ ।

ସେହି ଲକ୍ଷଣଗୁଡ଼ିକ ବିଷୟରେ  ଆସନ୍ତୁ ଜାଣିବା 

୧. ଆଖିରୁ କୋଲେଷ୍ଟ୍ରଲ୍ ବଢ଼ିବାର ସଙ୍କେତ 
ଯେତେବେଳେ ଶରୀରରେ ଖରାପ କୋଲେଷ୍ଟ୍ରଲ୍ ର ମାତ୍ରା ବଢ଼ିଯାଏ, ଏହା ରକ୍ତନଳୀରେ ଜମା ହେବାକୁ ଲାଗେ। ଏହାର ପ୍ରଭାବ ଆଖିରେ ମଧ୍ୟ ଦେଖାଯାଏ:

କର୍ଣ୍ଣିଆ ଚାରିପଟେ ଧଳା ବଳୟ : ଯଦି ଆପଣଙ୍କ ଆଖିର କଳା ଡୋଳା ବା କର୍ଣ୍ଣିଆର ଚାରିପଟେ ଧଳା, ପାଉଁଶିଆ କିମ୍ବା ନୀଳ ରଙ୍ଗର ଏକ ଗୋଲାକାର ବଳୟ ଦେଖାଯାଉଛି, ତେବେ ଏହା ହାଇ କୋଲେଷ୍ଟ୍ରଲ୍‌ର ଏକ ପ୍ରମୁଖ ସଙ୍କେତ । ଏହା ଚର୍ବି ଜମା ହେବା କାରଣରୁ ହୋଇଥାଏ ।

ଆଖି ପତା ଉପରେ ହଳଦିଆ ଦାଗ: ଆଖିର ଉପର କିମ୍ବା ତଳ ପତା ପାଖରେ ଛୋଟ ଛୋଟ ହଳଦିଆ ରଙ୍ଗର ମାଂସଳ ପେଣ୍ଡୁଳା ବା ଦାଗ ଦେଖାଯିବା। ଏଥିରେ ଯନ୍ତ୍ରଣା ହୁଏନାହିଁ, କିନ୍ତୁ ଏହା ଶରୀରରେ ବଢୁଥିବା ଚର୍ବି ବା କୋଲେଷ୍ଟ୍ରଲ୍‌ର ସ୍ପଷ୍ଟ ପ୍ରମାଣ।

ଦୃଷ୍ଟିଶକ୍ତି ହଠାତ୍ କମିଯିବା: କୋଲେଷ୍ଟ୍ରଲ୍ କାରଣରୁ ଆଖିକୁ ରକ୍ତ ଯୋଗାଉଥିବା ନଳୀରେ ବାଧା ସୃଷ୍ଟି ହୋଇପାରେ, ଯାହାକୁ 'ରେଟିନାଲ୍ ଆର୍ଟେରୀ ଅକ୍ଲୁଜନ' କୁହାଯାଏ । ଏହା ଦ୍ୱାରା ଜଣେ ବ୍ୟକ୍ତି ହଠାତ୍ ଦେଖିବାରେ ଅସୁବିଧା ଅନୁଭବ କରେ । 

ଅଧିକ ପଢନ୍ତୁ ; ମାରାତ୍ମକ ହେଉଛି ମୋବାଇଲ୍ ଲାଇଟ୍ ! ବଦଳାନ୍ତୁ ଅଭ୍ୟାସ ନଚେତ୍ ହୋଇପାରେ ଏହି ସମସ୍ୟା

୨. ଆଖିରୁ ଡାଇବେଟିସ୍‌ର ସଙ୍କେତ 
ରକ୍ତରେ ଶର୍କରା ବା ସୁଗାରର ମାତ୍ରା ବଢ଼ିଲେ ଏହା ଆଖିର ସୂକ୍ଷ୍ମ ରକ୍ତନଳୀଗୁଡ଼ିକୁ ନଷ୍ଟ କରିଦିଏ । ଏହାକୁ 'ଡାଇବେଟିକ୍ ରେଟିନୋପାଥି' କୁହାଯାଏ।

ଝାପ୍ସା ଦେଖାଯିବା : ଯଦି ଆପଣଙ୍କୁ ହଠାତ୍ ସବୁକିଛି ଝାପ୍ସା ଦେଖାଯାଉଛି, ତେବେ ଏହା ବଢୁଥିବା ସୁଗାରର ଲକ୍ଷଣ ହୋଇପାରେ । ରକ୍ତରେ ସୁଗାର ବଢ଼ିଲେ ଆଖିର ଲେନ୍ସ ଫୁଲିଯାଏ, ଯାହା ଫଳରେ ଦୃଷ୍ଟିଶକ୍ତି ଅସ୍ପଷ୍ଟ ହୋଇଯାଏ ।

ଆଖି ଆଗରେ କଳା ଦାଗ ଉଡ଼ିବା : ଅନେକ ସମୟରେ ଡାଇବେଟିସ୍ ରୋଗୀଙ୍କୁ ଆଖି ଆଗରେ ଛୋଟ ଛୋଟ କଳା ଦାଗ, ବିନ୍ଦୁ କିମ୍ବା ବୁଢ଼ିଆଣି ଜାଲ ଭଳି କିଛି ଉଡ଼ୁଥିବାର ଦେଖାଯାଏ । ଏହା ରେଟିନାରୁ ରକ୍ତସ୍ରାବ ହେବାର ସଙ୍କେତ ହୋଇପାରେ ।

ରଙ୍ଗ ଚିହ୍ନିବାରେ ଅସୁବିଧା: ସୁଗାର ବହୁତ ଦିନ ଧରି ଅଧିକ ରହିଲେ ବ୍ୟକ୍ତି ରଙ୍ଗ ଚିହ୍ନିବାର କ୍ଷମତା ହରାଇବାକୁ ଲାଗେ। ବିଶେଷ କରି ନୀଳ ଏବଂ ହଳଦିଆ ରଙ୍ଗ ମଧ୍ୟରେ ପାର୍ଥକ୍ୟ ବୁଝିବା କଷ୍ଟକର ହୁଏ।
ରାତିରେ ଦେଖିବାରେ କଷ୍ଟ: ମଧୁମେହ କାରଣରୁ ଆଖିର ଦୃଷ୍ଟିଶକ୍ତି ଦୁର୍ବଳ ହୋଇଯାଏ, ଯାହାଫଳରେ ଅଳ୍ପ ଆଲୁଅରେ କିମ୍ବା ରାତିରେ କୌଣସି ଜିନିଷ ସଠିକ୍ ଭାବେ ଦେଖାଯାଏ ନାହିଁ।

କ’ଣ କରିବା ଉଚିତ୍?
ଯଦି ଆପଣଙ୍କ ଆଖିରେ ଏହିଭଳି କୌଣସି ପରିବର୍ତ୍ତନ ଦେଖାଯାଉଛି, ତେବେ ତାକୁ ନଜରଅନ୍ଦାଜ କରନ୍ତୁ ନାହିଁ । ଜଣେ ଚକ୍ଷୁ ବିଶେଷଜ୍ଞଙ୍କୁ ଦେଖାଇବା ସହ ନିଜର ବ୍ଲଡ୍ ସୁଗାର ଏବଂ ଲିପିଡ୍ ପ୍ରୋଫାଇଲ୍ (କୋଲେଷ୍ଟ୍ରଲ୍) ଟେଷ୍ଟ କରାଇ ନିଅନ୍ତୁ ।

ଆଖିରେ ଦେଖାଯାଉଥିବା ଏହି ସଙ୍କେତଗୁଡ଼ିକ ଶରୀରର ଆଭ୍ୟନ୍ତରୀଣ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇଥାନ୍ତି। ସଠିକ୍ ସମୟରେ ଏହାକୁ ଚିହ୍ନଟ କରି ଚିକିତ୍ସା କଲେ ଆମେ ଭବିଷ୍ୟତରେ ଅନ୍ଧତ୍ୱ କିମ୍ବା ହୃଦଘାତ ଭଳି ବଡ଼ ବିପଦରୁ ରକ୍ଷା ପାଇପାରିବା   । ମନେରଖନ୍ତୁ, ସଚେତନତା ହିଁ ସୁସ୍ଥ ଜୀବନର ଚାବିକାଠି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe