କନକ ବ୍ୟୁରୋ : ଘରେ ଫୋନ୍, ଅଫିସରେ ଫୋନ୍, ରାସ୍ତାରେ ଫୋନ୍, ଆଉ ଗାଡ଼ି ଚଳାଇଲା ବେଳେ ବି ଫୋନ୍ । ଫୋନ୍ ସହ ଖାଇବା, ଫୋନ୍ ଧରି ଶୋଇବା ନିଶା ଏବେ ଯୁବପିଢ଼ିଙ୍କୁ ଘାରିବାରେ ଲାଗିଛି । ଏପରିକି ଦିନ ସାରା ଫୋନର ଲାଗି ରହିବା କେବଳ ଏକ ଅଭ୍ୟାସ ନୁହେଁ, ବରଂ ଏହା ଆପଣଙ୍କ ଶରୀରକୁ ବିଭିନ୍ନ ଢଙ୍ଗରେ କ୍ଷତି ପହଞ୍ଚାଉଛି ବୋଲି ସତର୍କ କରାଇଛନ୍ତି ବିଶେଷଜ୍ଞ ।
ଏମ୍ସର ନ୍ୟୁରୋଲୋଜିଷ୍ଟ ଡାକ୍ତର ପ୍ରିୟଙ୍କା ସେରାୱତ୍ କହିଛନ୍ତି ଯେ ଆଜିର ଆଧୁନିକ ଦୁନିଆରେ ଅନେକ ଲୋକ ସକାଳୁ ଉଠିବା ମାତ୍ରେ ଫୋନ୍ ଦେଖିବା ଆରମ୍ଭ କରିଦେଉଛନ୍ତି ।
ଆଉ ରାତିରେ ଶୋଇବା ପୂର୍ବରୁ ଘଣ୍ଟା ଘଣ୍ଟା ଧରି ଫୋନ୍ ଦେଖି ଶୋଉଛନ୍ତି । ଏଭଳି ବ୍ୟାଡ୍ ହାବିଟ୍ ବା ବଦ ଅଭ୍ୟାସ ଅନେକଙ୍କୁ ମନୋରଞ୍ଜନ ଧର୍ମୀ ଲାଗୁଥାଇପାରେ କିନ୍ତୁ ଏହା ସାଇଲେଣ୍ଟ୍ କିଲର ଭାବେ ଲୋକଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ , ଖାସ୍ କରି ନିଦ୍ରାର ସାଇକେଲିଂକୁ ନଷ୍ଟ କରି କରି ଚାଲେ ।
ଯେତେ ଦିନର କାଶ ହେଉ ଶୀଘ୍ର ଭଲ ହେବ : ଉପଶମ କରିବ ଘରୋଇ ଉପଚାର
ଆପଣ ଯଦି ସକାଳୁ ଉଠୁ ଉଠୁ ମୋବାଇଲ୍ ଦେଖିବା ଆରମ୍ଭ କରୁଛନ୍ତି ତେବେ ଅନେକ କ୍ଷେତ୍ରରେ ଆପଣ ପ୍ରଭାବିତ ହେବେ । ଫଳରେ ଆପଣଙ୍କ ସାରାଦିନର କାର୍ଯ୍ୟ ଦକ୍ଷତା ଓ ଦୈନନ୍ଦିନ ଜୀବନର ପ୍ରଭାବିତ ହୋଇଥାଏ । ତେବେ ଏଭଳି ବଦ ଅଭ୍ୟାସରୁ କେମିତି ମୁକୁଳିବେ?
କେମିତି ଭାଙ୍ଗିବେ ଏହି ବଦ ଅଭ୍ୟାସ?
ବରିଷ୍ଠ ଚିକିତ୍ସିକଙ୍କ କହିବା ଅନୁସାରେ...ଏଭଳି ବ୍ୟାଡ୍ ହାବିଟ୍ ପୂରା ବଡିକୁ ପ୍ରଭାବିତ କରିଥାଏ । କାରଣ ଏହା ଚିନ୍ତା ବଢିବା ସହ ମୁଣ୍ଡବିନ୍ଧା ମଧ୍ୟ ବଢ଼ାଇ ଥାଏ । ଡାକ୍ତରଙ୍କ ମତରେ ଏଭଳି ଅଭ୍ୟାସ ଭାଙ୍ଗିବା ପାଇଁ ଏକ ଡେଲି ରୁଟିନ୍ ଫଲୋ କରିବା ଆବଶ୍ୟକ । ଏହି ରୁଟିନରେ ସକାଳୁ ସକାଳୁ ମୋବାଇଲ୍ ସ୍କ୍ରିନ୍ ଲାଇଟ୍ ବଦଳରେ ସନ୍ ଲାଇଟକୁ ଯାଆନ୍ତୁ । ବଡ଼କଥା ହେଉଛି ସୂର୍ଯ୍ୟ କିରଣ ସହ ଘରର ବିଭିନ୍ନ କୋଣ ଅନୁକୋଣକୁ ଦେଖିବା ଏବଂ ପରିବାର ସହ ସମୟବିତାନ୍ତୁ । ଠିକ୍ ସେହିଭଳି ରାତିରେ ସ୍କ୍ରିନ୍ ଏକ୍ସପୋଜକୁ ସୀମିତ କରନ୍ତୁ । ବିଶେଷକରି ଶୋଇବା ପୂର୍ବରୁ ମୋବାଇଲଠାରୁ ଦୂରେଇ ରହି ବହି ପଢ଼ିବା ଅଭ୍ୟାସ କରନ୍ତୁ । ଯାହାକି ନିଦ ଲାଗିବା ସହ ଆପଣଙ୍କ ମାନସିକ ସନ୍ତୁଳନ ସଠିକ୍ ରଖିବାରେ ସହାୟକ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/12/19/23-mobile-light-raja-2025-12-19-12-22-26.jpg)