କନକ ବ୍ୟୁରୋ : ରଣବୀର ସିଂ ଏବଂ ଅକ୍ଷୟ ଖାନ୍ନାଙ୍କ ଅଭିନୀତ ଚଳଚ୍ଚିତ୍ର 'ଧୁରନ୍ଧର' ଗତ ଡିସେମ୍ବର ୫ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମଟି ଏହାର ପ୍ରଥମ ସପ୍ତାହ ସଫଳତାର ସହ ପୂରଣ କରିବା ସହ ଦ୍ୱିତୀୟ ରବିବାର ମଧ୍ୟ ଅତିକ୍ରମ କରିସାରିଛି । ବର୍ତ୍ତମାନ ସପ୍ତାହ ସାରା କେବଳ ଏହି ଫିଲ୍ମ ବିଷୟରେ ଚର୍ଚ୍ଚା ଚାଲିଛି । ରବିବାରର ବକ୍ସ ଅଫିସ୍ କଲେକ୍ସନ ଦେଖିବା ପରେ ପ୍ରଶଂସକମାନେ କହୁଛନ୍ତି ଯେ 'ଧୁରନ୍ଧର'ର ଆୟ ରେକର୍ଡ କରିବ । ଦ୍ୱିତୀୟ ସପ୍ତାହର ରୋଜଗାର ସହିତ ଏହି ଚଳଚ୍ଚିତ୍ରଟି ଲୋକପ୍ରିୟ ଫିଲ୍ମ 'ପୁଷ୍ପା-୨'କୁ ପଛରେ ପକାଇ ଦେଇଛି ଏବଂ ମାତ୍ର ୧୦ ଦିନ ମଧ୍ୟରେ ଭାରତରେ ୩୫୦ କୋଟି ଟଙ୍କାର ଆକଳନ ପାର୍ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି ଧୁରନ୍ଧର ।
ଅଧିକ ପଢନ୍ତୁ : ଧୂରନ୍ଧର ଫିଲ୍ମରେ ମନ ଜିଣୁଛି ୯୦ ଦଶକର ଗୀତ
ବକ୍ସ ଅଫିସ ଟ୍ରାକର 'ସାକନିକ'ର ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ, ଦଶମ ଦିନ ଅର୍ଥାତ୍ ରବିବାର ଦିନ 'ଧୁରନ୍ଧର' ୫୯ କୋଟି ଟଙ୍କା କଲେକ୍ସନ କରିଛି । ଏହା ପରେ ଭାରତରେ ଫିଲ୍ମର ମୋଟ କଲେକ୍ସନ ୩୫୧.୭୫ କୋଟି ଏବଂ ବିଶ୍ୱବ୍ୟାପୀ ଆୟ ୫୩୦.୭୫ କୋଟି ଟଙ୍କାରେ ପହଞ୍ଚିଛି । ଫିଲ୍ମଟି ପ୍ରଥମ ଦିନରେ ୨୮ କୋଟିର ଓପନିଂ କରିଥିଲା, ଯାହା ଦ୍ୱିତୀୟ ଦିନରେ ୩୨ କୋଟିରେ ପହଞ୍ଚିଥିଲା । କ୍ରମାଗତ ଭାବେ ତୃତୀୟ ଦିନରେ ୪୩ କୋଟି, ଚତୁର୍ଥ ଦିନରେ ୨୩.୨୫ କୋଟି ଏବଂ ପଞ୍ଚମ ଦିନରେ ୨୭ କୋଟି ଟଙ୍କା ଆୟ ହୋଇଥିଲା । ସେହିପରି ଷଷ୍ଠ ଓ ସପ୍ତମ ଦିନରେ ୨୭ କୋଟି ଲେଖାଏଁ ଏବଂ ଅଷ୍ଟମ ଦିନରେ ୩୨.୫ କୋଟି ରୋଜଗାର ହୋଇଥିଲା । ନବମ ଦିନରେ ଫିଲ୍ମର ଆୟ ବୃଦ୍ଧି ପାଇ ୫୩ କୋଟିରେ ପହଞ୍ଚିଥିଲା ।
'ଧୁରନ୍ଧର'ର ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ମୁମ୍ବାଇ ଏବଂ ପୁଣେରେ ବିଳମ୍ବିତ ରାତିର ଶୋ’ ସଂଖ୍ୟା ବୃଦ୍ଧି କରାଯାଇଛି । ଦର୍ଶକଙ୍କ ଭିଡ଼କୁ ଦେଖି ବର୍ତ୍ତମାନ ରାତି ୧୨.୫୦ରୁ ଆରମ୍ଭ କରି ଭୋର ୪.୧୦ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଶୋ’ ଚାଲୁଛି । ଏହି ଚଳଚ୍ଚିତ୍ରଟି ସାଢେ ତିନି ଘଣ୍ଟାର , ତଥାପି ଦର୍ଶକଙ୍କ ମଧ୍ୟରେ ଏହାକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/15/dhurandar-2025-12-15-13-28-44.jpg)