କନକ ବ୍ୟୁରୋ : ବଲିଉଡ ଅଭିନେତା ରଣବୀର ସିଂ ତାଙ୍କର ଅପକମିଙ୍ଗ୍ ଫିଲ୍ମ ଧୂରନ୍ଧରକୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଖବର ଆସିଛି ଯେ ଫିଲ୍ମ ସେଟରେ ବଡ଼ ଅଘଟଣ ଘଟିଛି । ଏକାସାଙ୍ଗରେ ୧୨୦ ଜଣ କ୍ରୁ ମେମ୍ବର ଖାଦ୍ୟ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି । ତେବେ ଏମିତି କାହିଁକି ହେଲା ଏବଂ ବର୍ତ୍ତମାନ କ୍ରୁ ମେମ୍ବରଙ୍କ ସ୍ୱାସ୍ଥ୍ୟ କିପରି ଅଛି , ଆସନ୍ତୁ ଜାଣିବା ? ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ଫିଲ୍ମ ଧୂରନ୍ଧରର ସୁଟିଂରେ ରଣବୀର ସିଂ ବର୍ତ୍ତମାନ ବ୍ୟସ୍ତ ଅଛନ୍ତି । ଏହି ସମୟରେ ଫିଲ୍ମ ସେଟରୁ ସୂଚନା ମିଳିଛି ଯେ ଲଦାଖରେ ଚାଲିଥିବା ଫିଲ୍ମର ସୁଟିଂ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ପ୍ରକୃତରେ ଫିଲ୍ମ ୟୁନିଟର ପ୍ରାୟ ୧୨୦ କ୍ରୁ ମେମ୍ବର ଫୁଡ୍ ପଏଜନିଂର ଶିକାର ହୋଇଛନ୍ତି ।

Advertisment
RANVEER
RANVEER Photograph: (Google)

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଖାଦ୍ୟ ଖାଇବା କାରଣରୁ ଅସୁସ୍ଥ ହୋଇଥିବା ଲୋକଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଲେହରେ ଫିଲ୍ମର ସୁଟିଂ ଲୋକେସନରୁ ୧୦୦ରୁ ଅଧିକ ଟିମର କ୍ରୁ ମେମ୍ବରଙ୍କୁ ଏସଏନଏସ ହସ୍ପିଟାଲକୁ ଅଣାଯାଇଥିଲା, ଯେଉଁମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିଲା । ରିପୋର୍ଟରେ କୁହାଯାଇଛି ଯେ ଫିଲ୍ମର କ୍ରୁ ମେମ୍ବରଙ୍କ ସହ ଜଡ଼ିତ ଲୋକମାନେ ଖାଦ୍ୟ ଖାଇବା ପରେ ପେଟରେ ଯନ୍ତ୍ରଣା, ମୁଣ୍ଡବିନ୍ଧା ଏବଂ ବାନ୍ତି ଅନୁଭବ କରିଥିଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଫିଲ୍ମର ଟେକ୍ନିକାଲ ଟିମ ସହିତ ଜଡ଼ିତ ଥିଲେ ଏବଂ ଏମାନେ ସମସ୍ତେ ବାହାର କର୍ମଚାରୀ ବୋଲି ଜଣାପଡ଼ିଛି । ଅଧିକାରୀଙ୍କ କହିବାନୁସାରେ, ବର୍ତ୍ତମାନ ସମସ୍ତଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଛି ।

Dhurandar
Dhurandar Photograph: (KanakNews)

ରଣବୀର ସିଂଙ୍କ ଆଗାମୀ ଫିଲ୍ମର ଫାଷ୍ଟ ଲୁକ୍ ନିକଟରେ ସେୟାର କରାଯାଇଥିଲା । ଏହାପରଠାରୁ ଲୋକମାନଙ୍କ ମଧ୍ୟରେ ମୁଭିକୁ ନେଇ ଜବରଦସ୍ତ ଚର୍ଚ୍ଚା ଚାଲିଛି । ମେକର୍ସ ଧୂରନ୍ଧରକୁ ୫ ସେପ୍ଟେମ୍ବର ୨୦୨୫ରେ ରିଲିଜ୍ କରିବା ପାଇଁ ଯୋଜନା କରୁଥିଲେ କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ଏହି ଘଟଣାର ପ୍ରଭାବ ଫିଲ୍ମର ସୁଟିଂ ଉପରେ ପଡ଼ିପାରେ । ଯଦିଓ ବର୍ତ୍ତମାନ ମେକର୍ସଙ୍କ ତରଫରୁ ଏହାର ରିଲିଜରେ ସମ୍ଭାବିତ ପରିବର୍ତ୍ତନ ଉପରେ କୌଣସି ଅପଡେଟ୍ ଦିଆଯାଇନାହିଁ । ଫିଲ୍ମର କାଷ୍ଟ ବିଷୟରେ କହିବାକୁ ଗଲେ ଏଥିରେ ରଣବୀର ସିଂଙ୍କ ବ୍ୟତୀତ, ଆର ମାଧବନ, ସଞ୍ଜୟ ଦତ୍ତ, ଅକ୍ଷୟ ଖାନ୍ନା, ସାରା ଅର୍ଜୁନ ଏବଂ ଅର୍ଜୁନ ରାମପାଲଙ୍କ ଭଳି ଷ୍ଟାର ନଜର ଆସିବେ । ଧୂରନ୍ଧରର ଦମଦାର ଟିଜର ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ଏହାପରଠାରୁ ହିଁ ଲୋକମାନେ ଏହାକୁ ଏହି ବର୍ଷର ମୋଷ୍ଟ ଅୱେଟେଡ୍ ଫିଲ୍ମ ଭାବିବା ଆରମ୍ଭ କରିଦେଇଛନ୍ତି ।