କନକ ବ୍ୟୁରୋ : କେନାଲର ସଂପୂର୍ଣ୍ଣ ଉନ୍ନୟନ କାମ ସରିନି । ଏପଟେ କିନ୍ତୁ ଚାଲିଛି ରଙ୍ଗ କାର୍ଯ୍ୟ । କଟକ ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟୀକରଣ କାମରେ ଦୁର୍ନୀତି ନେଇ ଆସିଛି ବଡ଼ ଅଭିଯୋଗ।
ଅଧିକ ପଢ଼ନ୍ତୁ : କଟକରେ ଦୁଇ ଗୋଷ୍ଠୀ ମୁହାଁମୁହିଁ : ତାଳଦଣ୍ଡା କେନାଲ ରାସ୍ତାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ
କଟକ ତାଳଦଣ୍ଡା କେନାଲ କାର୍ଯ୍ୟ ଏଯାଏଁ ସଂପୂର୍ଣ୍ଣ ହୋଇ ନଥିବା ବେଳେ ରାଣୀହାଟ ପାଖରୁ ଛତ୍ରବଜାର ଯାଏଁ ଯେଉଁ କାମ ଶେଷ ହୋଇଛି ତା'ର ଚାଲିଛି ସୌନ୍ଦର୍ଯ୍ୟୀକରଣ । କେନାଲର ସିନ୍ଥେଟିକ୍ ୱାଲରେ ଦିଆଯାଇଛି ରଙ୍ଗ। ମାତ୍ର ଏଥିରେ ବି ଆସିଛି ଦୁର୍ନୀତି ଅଭିଯୋଗ। ପ୍ରାୟ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।
କେନାଲରେ ମନଇଛା ଚାଲିଛି ରଙ୍ଗ କାମ। ପାଣି ଭରପୂର ଥିବାବେଳେ ଟେଣ୍ଡର କରାଯାଇ କାର୍ଯ୍ୟାଦେଶ ଦିଆଯାଉଛି । କାମ ତଦାରଖ କରିବାକୁ ବି କେହି ନାହାନ୍ତି। ଏନେଇ ମେୟର କହିଛନ୍ତି, କାର୍ଯ୍ୟ ଶେଷ ହେବା ପରେ ମହାନଗର ନିଗମ ପକ୍ଷରୁ ତଦାରଖ କରାଯିବ । ଯଦି ନିମ୍ନମାନର କାମ ହୋଇଥିବ, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ।
କେବେ ରଙ୍ଗ କାମ ଶେଷ ହେଉଛି ଏବଂ ଏ ସୌନ୍ଦର୍ଯ୍ୟୀକରଣ କେତେଦିନ ରହୁଛି ତାହା ଦେଖିବାକୁ ରହିଲା।
Follow Us