ଭିଡିଓ କନଫରେନ୍ସିଂରେ କଟକ ତାଳଦଣ୍ଡା କେନାଲ ପ୍ରଶସ୍ତିକରଣର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ: ଏଣିକି କଟକ ଏସସିବି ମେଡିକାଲକୁ ଯିବା ହେବ ସହଜ; ଆଗକୁ ୱାଟର ସ୍ପୋର୍ଟସ ହେବା ନେଇ ସୂଚନା

ସହଯୋଗ ପାଇଁ କଟକ ଜିଲ୍ଲାବାସୀଙ୍କ କଲେ ପ୍ରଶଂସା

104

କନକ ବ୍ୟୁରୋ: ଆଜି କଟକ ତାଳଦଣ୍ଡା କେନାଲ ପ୍ରଶସ୍ତିକରଣ କାମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି କଟକ ଏସସିବି ମେଡିକାଲକୁ ଯିବାଆସିବା ଆହୁରି ସହଜ ହୋଇଯିବ । ଏହି କାର୍ଯ୍ୟରେ ସହଯୋଗ କରିଥିବାରୁ କଟକସହରବାସୀଙ୍କୁ ପ୍ରଶଂସା କରିଛନ୍ତି ନବୀନ ।

ଆଗକୁ ତାଳଦଣ୍ଡା କେନାଲରେ ୱାଟର ସ୍ପୋର୍ଟସ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ସେ ସୂଚନା ଦେଇଛନ୍ତି । ତାଳଦଣ୍ଡା କେନାଲ ପ୍ରଶସ୍ତିକରଣ ଯୋଜନା ନେଇ ଗତ ଜାନୁଆରୀ ମାସରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳ, ସିଏମସି କମିଶନର, କଟକ ଚୌଦ୍ୱାର ବିଧାୟକ ଉପସ୍ଥିତ ଥିବା ବେଳେ ମୁଖ୍ୟମନ୍ତ୍ରୀ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଉଦଘାଟନ କରିଥିଲେ ।

Comments are closed.