କନକବ୍ୟୁରୋ : କଟକରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ତାଳଦଣ୍ଡା କେନାଲ ରାସ୍ତାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟର ଦୃଶ୍ୟ ସାମ୍ନାକୁ ଆସିଛି ।  ଯୋବ୍ରା ବୋଟିଂ କ୍ଲବ ନିକଟରେ ସୋମବାର ରାତିରେ ବଡ ଧରଣର ଗଣ୍ଡଗୋଳ ହୋଇଛି   ।  ଦୁଇ ଯୁବଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଛନ୍ତି   ।  ରାତି ପ୍ରାୟ ସାଢେ ୮ଟାରେ ଏକାଧିକ ବାଇକରେ କିଛି ଯୁବକ ଆସି ବୋଟ କ୍ଲବ ସମ୍ମୁଖ ରାସ୍ତାରେ ଅନ୍ୟ ଦୁଇ ଯୁବକକୁ ଅଟକାଇଥିଲେ  ।  ସେଠାରେ ପରସ୍ପର ଭିତରେ ଗାଳିଗୁଲଜ ହେବା ପରେ ହାତାହାତି ହୋଇଥିଲେ  ।

Advertisment

ପ୍ରାୟ ୮ରୁ ୧୦ ଜଣ ଯୁବକ ପରସ୍ପର ଭିତରେ ମାରପିଟ ହୋଇଥିଲେ  । ଏଥିଯୋଗୁଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା  । ଖବର ପାଇ ମାଲଗୋଦାମ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା  । ମାତ୍ର ପୋଲିସକୁ ଦେଖି ଭିଡ ଭିତରେ ଉପଦ୍ରବକାରୀ ଯୁବକମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ  । ମାରପିଟ କରୁଥିବା ଯୁବକମାନେ କଲେଜ ଛାତ୍ର ହୋଇଥିବା ଆଶଙ୍କା କରାଯାଉଛି  ।