କନକ ବ୍ୟୁରୋ : ଦାଦନ ଯିବେ ଜାତୀୟ ସ୍ତର କବାଡ଼ି ଖେଳାଳି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅଞ୍ଚଳ ଜାତୀୟସ୍ତରର କବାଡ଼ି ଖେଳାଳି ସୀତା ଜାନି ଏବେ ଦାଦନ ଯିବାକୁ ପ୍ରସ୍ତୁତ ହେଉଛନ୍ତି । ଛୋଟବେଳୁ ମାଆ ଚାଲିଯାଇଥିଲେ । କିଛି ମାସ ତଳେ ବାପା ବି ଚାଲିଗଲେ। କବାଡ଼ି ଖେଳି ଜାତୀୟ ସ୍ତରରେ ନାଁ କମାଇବା ସହ ସ୍ନାତକ ପାଠ ପଢ଼ିଛନ୍ତି । ହେଲେ ଅନେକ ଚେଷ୍ଟା ପରେ ବି ଚାକିରି ଖଣ୍ଡିଏ ମିଳିଲା ନାହିଁ । ଏଣୁ ଦାଦନ ଚାଲିଯିବେ ବୋଲି କହିଛନ୍ତି ସୀତା ଜାନି ।
ଅଧିକ ପଢ଼ନ୍ତୁ : ଏନ୍ଏସି ଦାବିରେ ବନ୍ଦ ପାଳନ; ବଲାଙ୍ଗୀରର ବେଲପଡ଼ା ଓ ବାଲେଶ୍ବରର ବାଲିଆପାଳରେ ଚାଲିଛି ପ୍ରତିବାଦ
ବଲାଙ୍ଗୀର ଜିଲ୍ଲା ଦେଓଗାଁ ଅନ୍ତର୍ଗତ ହାତୀସରାର ସୀତା ଜାନିଙ୍କୁ ବହୁଦିନ ଧରି ଖେଳାଳି ପ୍ରମାଣପତ୍ର ଦିଆଯାଉ ନ ଥିଲା । ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶନ ପରେ ପ୍ରମାଣପତ୍ର ପାଇଥିଲେ। ହେଲେ ପ୍ରମାଣପତ୍ର ମିଳିବାରେ ବିଳମ୍ବ ଯୋଗୁ ଚାକିରି ପାଇପାରି ନାହାନ୍ତି। ଘରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଦାଦନ ଯିବେ ବୋଲି କହି ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ସୀତା । ସୀତା କହନ୍ତି, ସପ୍ତମଶ୍ରେଣୀରେ ପଢ଼ିବା ସମୟରେ କବାଡ଼ି ଖେଳିବା ଆରମ୍ଭ କରିଥିଲେ । ୨୦୧୭ ମସିହାରେ ଛତିଶଗଡ଼ର ବିଳାସପୁରରେ ଅନୁଷ୍ଠିତ ଜାତୀୟ କବାଡ଼ିରେ ଭାଗନେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଏହାପୂର୍ବରୁ ସେ ରାଜ୍ୟସ୍ତରୀୟ କବାଡ଼ି ଚାମ୍ପିଅନସିପରେ ଭାଗ ନେଇଥିଲେ।
ଅଧିକ ପଢ଼ନ୍ତୁ : ଅଜଣା ରୋଗରେ ଶଯ୍ୟାାଶାୟୀ ପୁଅ: ଯନ୍ତ୍ରଣାରେ ଛଟପଟ ବଲାଙ୍ଗୀର ତୁରେକେଲାର ଗୀତାଂଶୁ
ଆର୍ଥିକ ଓ ସାମାଜିକ ଭାବେ ଦୁର୍ବଳବର୍ଗର ହୋଇ ମଧ୍ୟ ଉଭୟ ଖେଳ ଓ ପାଠପଢ଼ାରେ ଭଲ କରୁଥିଲେ। ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରୁ ଯୁକ୍ତ ତିନି ସମ୍ପୂର୍ଣ୍ଣ କରିଛନ୍ତି। କିଛିମାସ ପୂର୍ବରୁ ବାପାଙ୍କ ଅଚାନକ ଦେହାନ୍ତ ପରେ ସବୁ ସ୍ଵପ୍ନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସେ ବର୍ତମାନ ବଡ଼ମା'ଙ୍କ ସହ ରହୁଛନ୍ତି। ତାଙ୍କ ଭତ୍ତା ଅର୍ଥରେ ଚଳୁଛନ୍ତି। ଅନେକ ଚେଷ୍ଟା ପରେ ବି ଚାକିରି ମିଳିଲା ନାହିଁ। ଏଣୁ କୌଣସି ଏକ ଗୋଷ୍ଠୀ ସହିତ ମିଶି ଦାଦନ ଖଟିବାକୁ ଯିବି ବୋଲି ସେ କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/15/bolangir-2026-01-15-16-38-28.jpg)