କନକ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ବେଲପଡ଼ାକୁ ପୂର୍ବ ସରକାର ଏନଏସି ଘୋଷଣା କରିଥିବା ବେଳେ ନୂତନ ସରକାର ଏନ.ଏ.ସି ତାଲିକାରୁ ବାଦ୍ ଦେଇଛନ୍ତି । ଏହାର ପ୍ରତିବାଦରେ ଆଜି ବେଲପଡ଼ା ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ବନ୍ଦ ପାଳନରେ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ସହିତ ବେଲପଡ଼ା ଅଂଚଳର ବାସିନ୍ଦା ସାମିଲ ହୋଇଛନ୍ତି । ସକାଳ ୬ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଏହାକୁ ସମର୍ଥନ ଜଣାଇ ଦୋକାନ ବଜାର ବନ୍ଦ କରିଛନ୍ତି ।
ସେହିପରି ବାଲେଶ୍ବର ଜିଲ୍ଲା ବାଲିଆପାଳକୁ ଏନଏସି ମାନ୍ୟତା ଦାବିରେ ଆଜି ବାଲିଆପାଳ ବନ୍ଦ ଡାକରା ଦେଇଛି ସ୍ଵାଭିମାନୀ ବାଲିଆପାଳ ମଞ୍ଚ । ସମସ୍ତ ପ୍ରକାର ଭିତ୍ତିଭୂମି ଥାଇ କାହିଁକି ବାଲିଆପାଳ ଏଥିରୁ ବଞ୍ଚିତ ହେଲା । ଗତ ସରକାର ନିର୍ବାଚନ ପୂର୍ବରୁ ଏନଏସି ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନ ସରକାର ଏହାକୁ କାହିଁକି ବାଦ୍ ଦେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅଂଚଳବାସୀ । ସ୍ବାଭିମାନୀ ବାଲିଆପାଳ ମଞ୍ଚ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/08/21/23-2025-08-21-09-37-32.jpg)