କନକ ବ୍ୟୁରୋ: ମୁହଁରୁ ହସ ଛଡ଼ାଇ ନେଇଛି ରୋଗ । ପୁଅକୁ ନେଇ ମା’ ବାପା ଦେଖିଥିବା ସ୍ବପ୍ନ ରହିଯାଇଛି ଅଧା । ଜନ୍ମରୁ ମାସକର ପୁଅ ଅଜଣା ରୋଗରେ ପୀଡ଼ିତ ହୋଇ ବିଛଣା ପଡ଼ିରହିଛି । ଚିକିତ୍ସା ପାଇଁ ଗରିବ ମା’ ବାପାଙ୍କ ପାଖରେ ଅର୍ଥ ନାହିଁ । ଖାଲି ଲୁହ ଗଡ଼ାଉଛନ୍ତି । 

Advertisment

ଗୀତାଂଶୁ ତାଣ୍ଡି । ବୟସ ୧୦ ବର୍ଷ । ଗୀତାଂଶୁଙ୍କ ଜନ୍ମ ପରେ ମା’ ବାପା ବହୁତ ଖୁସି ଥିଲେ । ହେଲେ ଏହି ଖୁସି ବେଶି ଦିନ ରହିଲାନି । ଜନ୍ମର ମାସକ ପରେ ଜାଣିଲେ ପୁଅ ଗୀତାଂଶୁ ଅଜଣା ରୋଗରେ ପୀଡ଼ିତ । ମସ୍ତିଷ୍କ ଠିକ୍ ଭାବେ କାମ କରୁନି । ଚିକିତ୍ସା ପାଇଁ ମା’ ବାପା ଅନେକ ଜାଗାକୁ ନେଇ ସାରିଲେଣି । ହେଲେ ପୁଅ ଭଲ ହେବା ତ ଦୂରର କଥା, ବରଂ ତା’ ସ୍ବାସ୍ଥ୍ୟ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । କିଛି କାମ କରିପାରୁନାହିଁ, ବିଛଣାରେ ପଡ଼ିରହିଛି । 

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍ କରୁଆମୁଣ୍ଡା ପଞ୍ଚାୟତର କୁଲିଆଦୋରୋ ଗାଁର ଗୀତାଂଶୁ ତାଣ୍ଡି । ପରିବାରରେ ମା’ ବାପା ଓ ଛୋଟଛୋଟ ୨ ଭାଇ ଅଛନ୍ତି । ବାପା ନୃପ ତାଣ୍ଡିଙ୍କ ପକ୍ଷେ ଘର ଚଳାଇବା କଷ୍ଟ । ପୁଅର ଚିକିତ୍ସା କରିବେ କେମିତି? ସବୁ ସମ୍ବଳ ସରିଗଲାଣି । ଏବେ ପୁଅର ଚିକିତ୍ସା ପାଇଁ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି । ତେବେ ସହାୟତା ପାଇଁ ତୁରେକେଲା ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି । 

ଆଉ କେହି ସହୃଦୟ ବ୍ୟକ୍ତି ଗୀତାଂଶୁଙ୍କ ଚିକିତ୍ସା ପାଇଁ ସହଯୋଗରେ ହାତ ବଢ଼ାଇଲେ ଏହି ଅଭାବୀ ପରିବାର ଉପକୃତ ହେବେ । 

ଦୀପାଳି ତାଣ୍ଡି
ଆକାଉଣ୍ଟ ନମ୍ବର- ୩୫୨୫୫୨୩୨୭୯୩
IFSC CODE- SBIN00001724
ଠିକଣା- କୁଳିଆଦୋର 
ପୋଷ୍ଟ- ଖାଗସା 
ବ୍ଲକ୍‌- ତୁରକେଲା
ଜିଲ୍ଲା- ବଲାଙ୍ଗୀର