ଓଡ଼ିଆ ଅଧିକାରୀ ହୋଇ ବି ଛାଡୁନି ଇଂରାଜୀ ମୋହ, ଦୁଇ ଦିନରେ ଉଚ୍ଚଶିକ୍ଷା ବିଭାଗର ଆସିଲାଣି ଅଣଓଡିଆ ଚିଠି

Advertisment

ବିଲକ୍ଷଣ କେବଳ ଗୋଟିଏ ବିଭାଗରେ ସୀମିତ ନାହିଁ । ଗତ ୧୩ ତାରିଖରେ ହିଁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଓଡ଼ିଆ ଭାଷା ବ୍ୟବହାର ନକଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଥିଲା ।

ବିଲକ୍ଷଣ କେବଳ ଗୋଟିଏ ବିଭାଗରେ ସୀମିତ ନାହିଁ । ଗତ ୧୩ ତାରିଖରେ ହିଁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଓଡ଼ିଆ ଭାଷା ବ୍ୟବହାର ନକଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଥିଲା ।

46

କନକ ବ୍ୟୁରୋ: ଭାଷା ଭିତ୍ତିରେ ଗଠନ ହୋଇଥିଲା ଓଡ଼ିଶା । ହେଲେ ଏବେ ଓଡ଼ିଶାରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ଏବେ ସରକାରଙ୍କୁ ଚିଠି ଲେଖିବାକୁ ପଡୁଛି। କିନ୍ତୁ ସରକାରଙ୍କ ନିର୍ଦ୍ଦେଶକୁ ବାବୁଙ୍କର ପରବାଏ ନାହିଁ । ଇଂରାଜୀରେ ଚିଠି କରିବାକୁ ଯେପରି ପଣ କରିଛନ୍ତି ଓଡ଼ିଆ ବାବୁ । ପ୍ରଶ୍ନ ଉଠୁଛି, ମାତୃଭାଷା ପ୍ରତି ଏତେ ହୀନମନ୍ୟତା କାହିଁକି ?

ବାବୁ ଓଡ଼ିଆ, ଚିଠି ଇଂରାଜୀ 
ସରକାରଙ୍କ ନିର୍ଦ୍ଦେଶକୁ ନାହିଁ ଖାତିର

ସରକାରୀ ବିଭାଗରେ ଓଡ଼ିଆ ଭାଷାର ବ୍ୟବହାରକୁ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ମନ୍ତ୍ରୀ ନିର୍ଦ୍ଦେଶ ଦେଇ କାମ ସାରିଦେଲେ। ହେଲେ ବିଭାଗୀୟ ବାବୁ ଏହାକୁ ଫୁ କରି ଉଡାଇ ଦେଲେ। ଏ ହେଉଛି ତାହାର ଲେଖାଯୋଖା ପ୍ରମାଣ । ଉଚ୍ଚଶିକ୍ଷା ବିଭାଗର ବାବୁ ଓ ମନ୍ତ୍ରୀ ଉଭୟ ଓଡ଼ିଆ । ହେଲେ ବିଭାଗର ଇଂରାଜୀ ଚିଠି ମୋହ ଏଯାଏଁ ଛାଡିନି । ବିଲକ୍ଷଣ କେବଳ ଗୋଟିଏ ବିଭାଗରେ ସୀମିତ ନାହିଁ । ଗତ ୧୩ ତାରିଖରେ ହିଁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଓଡ଼ିଆ ଭାଷା ବ୍ୟବହାର ନକଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଥିଲା । ହେଲେ ୨ ଦିନ ଭିତରେ ହିଁ ସମାନ ବିଭାଗରୁ ଇଂରାଜୀରେ ଆସିଛି ଚିଠି। ପ୍ରଶ୍ନ ଉଠୁଛି, କାହିଁକି ଓଡ଼ିଆ ଭାଷାରେ ଚିଠିକୁ ଗୁରୁତ୍ବ ଦେଉନାହିଁ ବିଭାଗ? ନିର୍ଦ୍ଦେଶ ପାଳନ କରୁନଥିବା ବାବୁଙ୍କ ଉପରେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ?

ଅଧିକ ପଢ଼ନ୍ତୁ: ଇଡି ରେଡ୍  ରାଜନୀତି

କେବଳ ବିଭାଗରେ ନୁହେଁ ଜିଲ୍ଲାସ୍ତରରେ ମଧ୍ୟ ଓଡ଼ିଆ ଭାଷାର ବ୍ୟବହାର ପାଇଁ ନାକ ଟେକୁଛନ୍ତି ବାବୁ ଓ ଅଧିକାରୀ । ସ୍ଥିତି ଏମିତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଲୋକସେବା ଭବନ ଫାଟକ ଡେଇଁପାରୁନି । ଜଗତସିଂହପୁର ଜିଲ୍ଲାପାଳଙ୍କ ଦସ୍ତଖତରେ ଆସିଥିବା ଏହି ଇଂରାଜୀ ଚିଠି ହିଁ ଜିଲ୍ଲା ଓ ବ୍ଲକସ୍ତରରେ ବାବୁଙ୍କ ଓଡ଼ିଆ ପ୍ରୀତିକୁ ପଦାରେ ପକାଇଛି । 

ଅଧିକ ପଢ଼ନ୍ତୁ: ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳ ନୀତି ଆପଣାଉଛନ୍ତି ସରକାର

ସେହିଭଳି ପୁରୀରେ ବଙ୍ଗାଳୀ ଭାଷାର ରାଜୁତି ବଢିବାରେ ଲାଗିଲାଣି । ବଡ ବଡ ହୋଟେଲ ଓ ରେଷ୍ଟୁରାଣ୍ଟରେ ଏହାର ଝଲକ ଦେଖିବାକୁ ମିଳିଛି । ଓଡ଼ିଆ ଭାଷାର ବ୍ୟବହାର କେବଳ ନାରାବାଜିରେ ଅଟକିଛି। ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ବାବୁଙ୍କ ଖାମଖିଆଲି ବଢୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe