କନକ ବ୍ୟୁରୋ: ମାଫିଆଙ୍କ ଠିକଣାରେ ଇଡି ଚଢ଼ାଉ ପରେ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ମାଫିଆଙ୍କ ପଛରେ କିଏ ତାକୁ ନେଇ ତେଜିଛି ରାଜନୀତି । ବିବାଦ ଭିତରେ ଖଣି ମନ୍ତ୍ରୀଙ୍କୁ ଟାଣିଛନ୍ତି ବିରୋଧୀ । ଜବାବରେ ମନ୍ତ୍ରୀ କହିଛନ୍ତି, ଦୁର୍ନୀତିରେ ଯିଏ ସମ୍ପୃକ୍ତ ଥିବ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।
ବାଲି ଓ କଳା ପଥର ମାଫିଆଙ୍କ ଚଢ଼ାଉ ବେଳେ ପୁଳା ପୁଳା ଟଙ୍କା ଓ ସୁନା ଗହଣା ଜବତ କରିଛି ଇଡି । ଦାମୀ ଗାଡି ଓ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି । ମାଫିଆଙ୍କ ପଛରେ ବାହୁବଳୀଙ୍କ ହାତ ଥିବା ସୁରାକ୍ ମିଳିଛି । ଏନେଇ ଇଡି ପକ୍ଷରୁ ପ୍ରେସ୍ ରିଲିଜ୍ ଜରିଆରେ ସୂଚନା ଦିଆଯିବା ପରେ ତେଜିଛି ରାଜନୈତିକ ବୟାନବାଜି ।
ଅଧିକ ପଢ଼ନ୍ତୁ: ମହାପ୍ରଭୁଙ୍କୁ ବି ଛାଡ଼ିଲେନି
ବାଲି ମାଫିଆଙ୍କ ପଛରେ ବାହୁବଳୀ ଥିବା ଇଡି ସୂଚନା ଦେବା ପରେ ଖୋଦ୍ ଖଣି ମନ୍ତ୍ରୀଙ୍କୁ ଟାଣିଛି ବିରୋଧୀ ବିଜେଡି । ଖଣି ମନ୍ତ୍ରୀଙ୍କ ଏକ ଚିଠିକୁ ଦେଖାଇ ବର୍ଷିଛନ୍ତି ବିଜେଡି ନେତା । ଅଭିଯୋଗ କରି କହିଛନ୍ତି, ଏହି ଚିଠିରୁ ସ୍ପଷ୍ଟ ହେଉଛି ଇଡ଼ି ଚଢ଼ାଉ କରିଥିବା ସୁନୀଲ ପାତ୍ରଙ୍କ ସହ ମନ୍ତ୍ରୀଙ୍କ ନିବିଡ ସମ୍ପର୍କ ଥିଲା । ମନ୍ତ୍ରୀଙ୍କ ଛତ୍ରଚାୟାରେ ସୁନୀଲ ବେଆଇ ବାଲି ଓ ଲଘୁ ଖଣିଜ ଚୋରିରେ ସମ୍ପୃକ୍ତ ଥିଲା । ସେପଟେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ । କହିଛନ୍ତି, ଯିଏ ଦୋ ନମ୍ବରୀ କାମ କରିବ ତା’ ଘରେ ପଶିବ ଇଡି ।
ଅଧିକ ପଢ଼ନ୍ତୁ: ଧନୀ ଅଞ୍ଚଳରେ ଲୁଟେରାଙ୍କ ଆତଙ୍କ
ବାଲି, କଳାପଥର, ମଦ, ଗୋ-ମାଫିଆଙ୍କୁ ସାବାଡ଼ କରିବାକୁ ପଡିଛି ଛାଟ । ଗଞ୍ଜାମରେ ବାଲି ଓ ମଦ ମାଫିଆଙ୍କ ୨୫ଟି ଠିକଣାରେ ୧୭୫ଜଣିଆ ଟିମ୍ ଚଢ଼ାଉ କରିଥିଲା । ୨.୬୩କୋଟି ନଗଦ ଟଙ୍କା, ୧୦ରୁ ଅଧିକ ଦାମୀ କାର ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2026/01/19/35-2026-01-19-21-14-51.jpg)