କନକ ବ୍ୟୁରୋ: ଭାଷା ଭିତ୍ତିରେ ଗଠନ ହୋଇଥିଲା ଓଡ଼ିଶା । ହେଲେ ଏବେ ଓଡ଼ିଶାରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ଏବେ ସରକାରଙ୍କୁ ଚିଠି ଲେଖିବାକୁ ପଡୁଛି। କିନ୍ତୁ ସରକାରଙ୍କ ନିର୍ଦ୍ଦେଶକୁ ବାବୁଙ୍କର ପରବାଏ ନାହିଁ । ଇଂରାଜୀରେ ଚିଠି କରିବାକୁ ଯେପରି ପଣ କରିଛନ୍ତି ଓଡ଼ିଆ ବାବୁ । ପ୍ରଶ୍ନ ଉଠୁଛି, ମାତୃଭାଷା ପ୍ରତି ଏତେ ହୀନମନ୍ୟତା କାହିଁକି ?
ବାବୁ ଓଡ଼ିଆ, ଚିଠି ଇଂରାଜୀ
ସରକାରଙ୍କ ନିର୍ଦ୍ଦେଶକୁ ନାହିଁ ଖାତିର
ସରକାରୀ ବିଭାଗରେ ଓଡ଼ିଆ ଭାଷାର ବ୍ୟବହାରକୁ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ମନ୍ତ୍ରୀ ନିର୍ଦ୍ଦେଶ ଦେଇ କାମ ସାରିଦେଲେ। ହେଲେ ବିଭାଗୀୟ ବାବୁ ଏହାକୁ ଫୁ କରି ଉଡାଇ ଦେଲେ। ଏ ହେଉଛି ତାହାର ଲେଖାଯୋଖା ପ୍ରମାଣ । ଉଚ୍ଚଶିକ୍ଷା ବିଭାଗର ବାବୁ ଓ ମନ୍ତ୍ରୀ ଉଭୟ ଓଡ଼ିଆ । ହେଲେ ବିଭାଗର ଇଂରାଜୀ ଚିଠି ମୋହ ଏଯାଏଁ ଛାଡିନି । ବିଲକ୍ଷଣ କେବଳ ଗୋଟିଏ ବିଭାଗରେ ସୀମିତ ନାହିଁ । ଗତ ୧୩ ତାରିଖରେ ହିଁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଓଡ଼ିଆ ଭାଷା ବ୍ୟବହାର ନକଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଥିଲା । ହେଲେ ୨ ଦିନ ଭିତରେ ହିଁ ସମାନ ବିଭାଗରୁ ଇଂରାଜୀରେ ଆସିଛି ଚିଠି। ପ୍ରଶ୍ନ ଉଠୁଛି, କାହିଁକି ଓଡ଼ିଆ ଭାଷାରେ ଚିଠିକୁ ଗୁରୁତ୍ବ ଦେଉନାହିଁ ବିଭାଗ? ନିର୍ଦ୍ଦେଶ ପାଳନ କରୁନଥିବା ବାବୁଙ୍କ ଉପରେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ?
ଅଧିକ ପଢ଼ନ୍ତୁ: ଇଡି ରେଡ୍ ରାଜନୀତି
କେବଳ ବିଭାଗରେ ନୁହେଁ ଜିଲ୍ଲାସ୍ତରରେ ମଧ୍ୟ ଓଡ଼ିଆ ଭାଷାର ବ୍ୟବହାର ପାଇଁ ନାକ ଟେକୁଛନ୍ତି ବାବୁ ଓ ଅଧିକାରୀ । ସ୍ଥିତି ଏମିତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଲୋକସେବା ଭବନ ଫାଟକ ଡେଇଁପାରୁନି । ଜଗତସିଂହପୁର ଜିଲ୍ଲାପାଳଙ୍କ ଦସ୍ତଖତରେ ଆସିଥିବା ଏହି ଇଂରାଜୀ ଚିଠି ହିଁ ଜିଲ୍ଲା ଓ ବ୍ଲକସ୍ତରରେ ବାବୁଙ୍କ ଓଡ଼ିଆ ପ୍ରୀତିକୁ ପଦାରେ ପକାଇଛି ।
ଅଧିକ ପଢ଼ନ୍ତୁ: ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳ ନୀତି ଆପଣାଉଛନ୍ତି ସରକାର
ସେହିଭଳି ପୁରୀରେ ବଙ୍ଗାଳୀ ଭାଷାର ରାଜୁତି ବଢିବାରେ ଲାଗିଲାଣି । ବଡ ବଡ ହୋଟେଲ ଓ ରେଷ୍ଟୁରାଣ୍ଟରେ ଏହାର ଝଲକ ଦେଖିବାକୁ ମିଳିଛି । ଓଡ଼ିଆ ଭାଷାର ବ୍ୟବହାର କେବଳ ନାରାବାଜିରେ ଅଟକିଛି। ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ବାବୁଙ୍କ ଖାମଖିଆଲି ବଢୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2026/01/19/46-2026-01-19-22-38-20.jpg)