ଦିଲ୍ଲୀ ରାଜନୀତିରେ ଝଡ଼:ଆତିଶୀଙ୍କ ନକଲି ଭିଡିଓ ସେୟାର କରି ଅଡୁଆରେ କପିଲ ମିଶ୍ରା

Advertisment

ପୁଲିସ ଅନୁସାରେ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର । ଏହି ମାମଲାକୁ ନେଇ ରାଜଧାନୀ ଦିଲ୍ଲୀ ଏବଂ ପଞ୍ଜାବର ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଏକ ନୂଆ ବିବାଦ ଆରମ୍ଭ ହୋଇଛି। ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନାଙ୍କ  "ଏଡିଟେଡ" ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ପୁଲିସ ଅନୁସାରେ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର । ଏହି ମାମଲାକୁ ନେଇ ରାଜଧାନୀ ଦିଲ୍ଲୀ ଏବଂ ପଞ୍ଜାବର ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଏକ ନୂଆ ବିବାଦ ଆରମ୍ଭ ହୋଇଛି। ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନାଙ୍କ  "ଏଡିଟେଡ" ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

Delhi

Delhi Photograph: (kanak news)

କନକ ବ୍ୟୁରୋ : ଆମ ଆଦମୀ ପାର୍ଟି ନେତା ଆତିଶୀଙ୍କ ଏକ "ଏଡିଟେଡ" ଭିଡିଓ ପ୍ରସାରିତ କରିବା ଅଭିଯୋଗରେ ପଞ୍ଜାବର ଜଳନ୍ଧର ପୁଲିସ ଦିଲ୍ଲୀ ମନ୍ତ୍ରୀ କପିଲ ମିଶ୍ର ଏବଂ ଅନେକ କଂଗ୍ରେସ ବିଧାୟକଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି । ଏହା ଯୋଗୁ ରାଜଧାନୀ ଦିଲ୍ଲୀର ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି ।  ପୁଲିସ ଅନୁସାରେ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର । ଏହି ମାମଲାକୁ ନେଇ ରାଜଧାନୀ ଦିଲ୍ଲୀ ଏବଂ ପଞ୍ଜାବର ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଏକ ନୂଆ ବିବାଦ ଆରମ୍ଭ ହୋଇଛି। ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନାଙ୍କ  "ଏଡିଟେଡ" ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଇକବାଲ ସିଂହଙ୍କ ଅଭିଯୋଗ ଆଧାରରେ ଏନେଇ ଏକ ଏଫଆଇଆର ପଞ୍ଜିକୃତ ହୋଇଥିଲା । ସେ ଅଭିଯୋଗ କରିଥିଲେ ଯେ, ଆତିଶୀ ଭିଡିଓରେ ଧର୍ମୀୟ ଭାବନାକୁ ଆଘାତ ଦେଇ ଗୁରୁମାନଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି ।

ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି, ଜଳନ୍ଧର ପୁଲିସ ତଦନ୍ତ ଆରମ୍ଭ କରିଥିଲା ।  ଭିଡିଓ କ୍ଲିପ୍‌ରେ ଉତ୍ତେଜନାପୂର୍ଣ୍ଣ କ୍ୟାପସନ୍ ସଂଲଗ୍ନ କରାଯାଇଥିଲା । ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ କପିଲ ମିଶ୍ରଙ୍କ ଦ୍ୱାରା ସେୟାର କରାଯାଇଥିବା ଭିଡିଓକୁ ଡାଉନଲୋଡ୍ କରାଯାଇ ତଦନ୍ତ ପାଇଁ ପଞ୍ଜାବର ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ ନିର୍ଦ୍ଦେଶକଙ୍କ ନିକଟକୁ ପଠାଯାଇଥିଲା । ଫୋରେନସିକ୍ ରିପୋର୍ଟରେ ସ୍ପଷ୍ଟ ଭାବରେ ଦର୍ଶାଯାଇଥିଲା ଯେ, ଭିଡିଓକୁ ଏଡିଟ୍ କରାଯାଇଥିଲା । ଭିଡିଟି ନକଲି ବୋଲି ଜଣାପଡ଼ିଥିଲା । ପୁଲିସ ତଦନ୍ତ ଅନୁସାରେ ଭିଡିଓରେ ଦର୍ଶାଯାଇଥିବା ପ୍ରସଙ୍ଗରେ ଆତିଶୀଙ୍କ ପ୍ରକୃତ ଭିଡିଓରେ "ଗୁରୁ" ଶବ୍ଦର ବ୍ୟବହାର କରାଯାଇ ନଥିଲା ।

ଅଧିକ ପଢ଼ନ୍ତୁ---ଜର୍ମାନୀ-ଭାରତ ୮ ବିଲିୟନ ଡଲାରର ବୁଡ଼ାଜାହାଜ ଚୁକ୍ତି ସ୍ୱାକ୍ଷର କରିବେ

କପିଲ ମିଶ୍ରାଙ୍କ ସହ ପୁଲିସ ପଞ୍ଜାବ କଂଗ୍ରେସ ବିଧାୟକ ସୁଖପାଲ ସିଂହ ଖୈରା ଏବଂ ପରଗତ ସିଂହଙ୍କୁ ବିରୋଧରେ ତଦନ୍ତ ଆରମ୍ଭ କରିଛି । ପଞ୍ଜାବ କଂଗ୍ରେସ ସଭାପତି ଅମରିନ୍ଦର ସିଂହ ରାଜା ୱାରିଂ ଏହି କାର୍ଯ୍ୟାନୁଷ୍ଠାନର କଡ଼ା ବିରୋଧ କରିଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଲେଖିଛନ୍ତି ଯେ ଏହି ଏଫଆଇଆର ଦ୍ବାରା ଦିଲ୍ଲୀ ବିଧାନସଭାରେ ଗୁରୁ ତେଗ ବାହାଦୁର ସାହିବଙ୍କ ପ୍ରତି ଆତିଶୀଙ୍କ କଥିତ ଅପମାନ ଜନକ ମନ୍ତବ୍ୟକୁ ଘୋଡାଇବା ପାଇଁ ଏକ ପ୍ରୟାସ କରାଯାଉଛି ।

ଆମ ଆଦମୀ ପାର୍ଟି ସରକାର ନିଜ ନେତାଙ୍କ ଅପରାଧକୁ ଘୋଡାଇବା ପାଇଁ ବିରୋଧୀ ନେତାମାନଙ୍କୁ ଟାର୍ଗେଟ କରୁଛି ବୋଲି ରାଜା ୱାରିଂ ଅଭିଯୋଗ କରିଛନ୍ତି । ସେ ଚେତାବନୀ ଦେଇଛନ୍ତି ଯେ, ଶିଖ ସମ୍ପ୍ରଦାୟ ଏବଂ ପଞ୍ଜାବର ଲୋକମାନେ କାର୍ଯ୍ୟକୁ କେବେ କ୍ଷମା କରିବେ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe