କନକ ବ୍ୟୁରୋ : ଦିଲ୍ଲୀ ର ସବୁଠୁ ସୁରକ୍ଷିତ ଅଞ୍ଚଳ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ଆତ୍ମଘାତୀ ବିସ୍ଫୋରଣ ସାରା ଦେଶକୁ ଦୋହଲାଇ ଦେଇଛି । ବିସ୍ଫୋରଣ ପଛର ସତ ଓ ଦୋଷୀଙ୍କୁ ଧରିବାକୁ ଏନଆଇଏକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ତଦନ୍ତରୁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଆତ୍ମଘାତୀ ବିସ୍ଫୋରଣର ଆତଙ୍କୀ ମାଷ୍ଟର ମାଇଣ୍ଡ ଜଣେ ଡାକ୍ତର । ଖାଲି ସେତିକି ନୁହେଁ ଏହି ଷଡ଼ଯନ୍ତ୍ରରେ ସାମିଲ ୫ଜଣ ଡାକ୍ତର ଗିରଫ ହେବା ସାରା ଦେଶକୁ ଚମକାଇ ଦେଇଛି ।
ଆତ୍ମଘାତୀ କାର ବିସ୍ଫୋରଣ ଘଟଣାସ୍ଥଳରେ ତଦନ୍ତ ଏନଆଇଏ ଆରମ୍ଭ କରିଛି । ଏନଆଇଏ ତଦନ୍ତରୁ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି । ବିସ୍ଫୋରଣ ପଛରେ ଉଚ୍ଚଶିକ୍ଷିତ ଡାକ୍ତରଙ୍କ ଆତଙ୍କୀ ମୋଡ୍ୟୁଲର ସଂପୃକ୍ତି ସାରା ଦେଶକୁ ଚମକାଇ ଦେଇଛି। ବିସ୍ଫୋରଣ ଏହି ଲିଙ୍କ୍ ଦିଲ୍ଲୀ- ଫରିଦାବାଦ ଓ କାଶ୍ମୀର ଯାଏଁ ଲମ୍ୱିଥିବା ସ୍ପଷ୍ଟ ହୋଇଛି । ଫରିଦାବାଦର ମେଡିକାଲ କଲେଜରୁ କାଶ୍ମୀରର ମୌଲବୀ ଯାଏ ଆତଙ୍କବାଦର ବିଷ ବୁଣିଥିବା ଜଣାପଡିଛି । ଏହାରି ଭିତରେ ବିସ୍ଫୋରଣରେ ନିଜକୁ ଉଡ଼ାଇ ଦେଇଥିବା ଆତଙ୍କୀ ଡାକ୍ତର ଉମର ମହମ୍ମଦର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି ।
ପଦ୍ମପୁରରେ ଖୋଲା ରଙ୍ଗମଞ୍ଚର ଶହେ ବର୍ଷ ପୂର୍ତ୍ତି ପାଳିତ
ଲାଲ୍ଲକିଲ୍ଲା ବିସ୍ଫୋରଣରେ ୫ଜଣ ଡାକ୍ତରଙ୍କ ସମ୍ପୃକ୍ତି ଥିବା ସାମନାକୁ ଆସିଛି। ପୂର୍ବରୁ ଫରିଦାବାଦର ଡାକ୍ତର ଆଦିଲ ଅହମ୍ମଦ, ହାଇଦ୍ରାବାଦ ଡାକ୍ତର ଅହମ୍ମଦ ମୋହିଉଦ୍ଦିନ, କାଶ୍ମୀରର ଡାକ୍ତର ମୁଝମିଲ ଶକିଲ ଓ ଲକ୍ଷ୍ନୌର ମହିଳା ଡାକ୍ତର ଶାହିନ ଶାହିଦ ଗିରଫ ହୋଇଥିଲେ। ସେମାନଙ୍କ ପାଖରୁ ବିସ୍ଫୋରକ, ମାରଣାସ୍ତ୍ର ଓ ଉତ୍କଟ ବିଷ ଜବତ ହୋଇଥିଲା। ସବୁ ସାଥୀ ଧରାପଡ଼ିବାରୁ ଉମର ଆତ୍ମଘାତୀ ବିସ୍ଫୋରଣରେ ନିଜକୁ ଉଡ଼ାଇ ଦେଇଥିବା ଅନୁମାନ କରାଯାଉଛି । ଫରିଦାବାଦର ଅଲ-ଫଲାହ ୟୁନିର୍ଭସିଟି ଆତଙ୍କୀ ମୋଡ୍ୟୁଲଙ୍କ ଆଡ୍ଡା ଥିବାରୁ ୟୁନିର୍ଭସିଟିର ଆହୁରି ୫୨ ଜଣଙ୍କୁ ପଚରାଉଚରା କରୁଛି ଏନଆଇଏ ।
ନୂଆପଡ଼ାରେ ବମ୍ପର ଭୋଟିଂ ; ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ
ଏପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉଚ୍ଚ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ବିସ୍ଫୋରଣରେ ସମ୍ପୃକ୍ତ ଥିବା ଆତଙ୍କୀଙ୍କୁ ଖୋଜି ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଭୁଟାନରୁ ଶତ୍ରୁଙ୍କୁ କଡ଼ା ଶବ୍ଦରେ ଭର୍ତ୍ସନା କରିବା ସହ ଦୋଷୀଙ୍କୁ କଡ଼ା ଶାସ୍ତି ଦିଆଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ପୁଲିସ ଏସଆଇ କେଳେଙ୍କାରୀ ମାମଲା; ପ୍ରକାଶ ପାଇଲା ସିବିଆଇ ତଦନ୍ତ ବିଜ୍ଞପ୍ତି
ଗତକାଲି ସନ୍ଧ୍ୟାରେ ଆତଙ୍କବାଦୀଙ୍କ କାର ବିସ୍ଫୋରଣରେ ଦୋହଲି ଯାଇଥିଲା ଦିଲ୍ଲୀ। ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ହୋଇଥିବା ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ଗଛ ଡାଳରେ ଝୁଲୁଥିଲା ମୃତଦେହବ। ଜଳି ଯାଇଥିଲା ୮ରୁ ଅଧିକ କାର। ଲୋକଙ୍କ ଆର୍ତ୍ତ ଚିତ୍କାର, ଧାଁ ଦଉଡ, ପୁଲିସ ସାଇରନରେ ଥରି ଉଠିଥିଲା ଦିଲ୍ଲୀର ସବୁଠୁ ସୁରକ୍ଷିତ ଅଂଚଳ ।
Follow Us