କନକ ବ୍ୟୁରୋ: କାହାର ହେବ ଦିଲ୍ଲୀ? ଦିଲ୍ଲୀରେ କିଏ ଗଢ଼ିବ ସରକାର? କାହାର ଫିଟିବ ଭାଗ୍ୟ? ଆସିବାରେ ଲାଗିଛି ଦିଲ୍ଲୀ ବିଧାନସଭା ନିର୍ବାଚନର ଟ୍ରେଣ୍ଡ । ତେବେ ମୋଟ ୧୯ଟି କେନ୍ଦ୍ରରେ ଭୋଟ ଗଣତି ପାଇଁ ଦୁଇ କମ୍ପାନି ଅର୍ଦ୍ଧସାମରିକ ବାହିନୀ ଓ ଦିଲ୍ଲୀ ପୁଲିସ କର୍ମଚାରୀଙ୍କ ସମେତ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗଣତି କେନ୍ଦ୍ରରେ ମୋବାଇଲ୍ ବ୍ୟବହାରକୁ କଡ଼ାକଡ଼ି ଭାବେ ବାରଣ କରାଯାଇଛି। ସେଠାରେ କେବଳ କ୍ଷମତାପ୍ରାପ୍ତ କର୍ମଚାରୀଙ୍କୁ ପ୍ରବେଶ ଅନୁମତି ଦିଆଯିବ ବୋଲି ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।
ଫଳାଫଳ ପୂର୍ବରୁ ଏଗଜିଟ ପୋଲ ଯେଉଁ ତଥ୍ୟ ଦେଉଛି, ସେଥିରେ ବିଜେପି ସରକାର ଗଠନ କରିବା ଏକପ୍ରକାର ନିଶ୍ଚିତ। କିନ୍ତୁ ନିକଟ ଅତୀତରେ ଏଗଜିଟ ପୋଲ ଏଗଜାଟରେ ପରିଣତ ହୋଇନଥିବା ଦେଖିବାକୁ ମିଳିଛି। ଏଗଜିଟ ପୋଲ ଆକଳନ ଯଦି ସତ ହୁଏ, ତାହେଲେ ବିଜେପି ୨୭ ବର୍ଷ ପରେ ଦିଲ୍ଲୀ ଦଖଲ କରିବାକୁ ଯାଉଛି। ଅନ୍ୟପଟେ ଭୁଲ ପ୍ରମାଣିତ ହେଲେ, ଆପ ଚତୁର୍ଥ ଥର ସରକାର ଗଢ଼ିବ। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାର ଗୋଟିଏ ପର୍ଯ୍ୟାୟରେ ମତଦାନ ଫେବୃଆରୀ ୫ ତାରିଖରେ ହୋଇଥିଲା। ମୋଟ ୬୦.୫୪ ପ୍ରତିଶତ ହୋଇଛି। ନିର୍ବାଚନରେ ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ବାଜିରେ ଲାଗିଛି।
- Feb 08, 2025 08:42 IST
କିଏ କେତେ ସିଟରେ ଆଗୁଆ?
ଦିଲ୍ଲୀ ବିଜେପି (BJP) ଆପ୍ (AAP) କଂଗ୍ରେସ (INC) ଅନ୍ୟାନ୍ୟ (OTH) 70/70 48 22 00 00 - Feb 08, 2025 13:18 IST
ଝାଡୁ ସଫା, ଫୁଟିଲା ପଦ୍ମ!
- Feb 08, 2025 12:46 IST
ବିଜୟ ପରେ ପ୍ରାର୍ଥୀଙ୍କ ଆଖିରେ ଖୁସିର ଲୁହ
#ବିଜୟ_ପରେ_ପ୍ରାର୍ଥୀଙ୍କ_ଆଖିରେ_ଖୁସିର_ଲୁହ
— Kanak News (@kanak_news) February 8, 2025
ବିଜୟ ପରେ ବିଜେପି ପ୍ରାର୍ଥୀଙ୍କ ଆଖିଲେ ଖୁସିର ଲୁହ । ଜୟ ଶ୍ରୀରାମ କହି କାନ୍ଦିପକାଇଲେ ପ୍ରାର୍ଥୀ #DelhiElections2025#Delhi#DelhiAssemblyElection2025#DelhiResult#ResultWithKanakNewspic.twitter.com/K3DiVyZRwo - Feb 08, 2025 12:44 IST
ହାରିଗଲେ କେଜ୍ରିୱାଲ
ହାରିଗଲେ ଅରବିନ୍ଦ କେଜ୍ରିୱାଲ ; ଆପକୁ ଡବଲ ଝଟକା । ସିସୋଦିଆଙ୍କ ପରେ ଆସିଲା କେଜ୍ରିୱାଲଙ୍କ ପରାଜୟ ଖବର । ସେପଟେ ଖୁବ୍ ପଛରେ ଅଛନ୍ତି ଆତିସୀ ମାର୍ଲେନା।
- Feb 08, 2025 12:30 IST
ହାରିଗଲେ ମନୀଷ ସିସୋଦିଆ !
ହାରିଗଲେ ମନୀଷ ସିସୋଦିଆ। ଜଙ୍କପୁରୀ ଆସନରେ ସିସୋଦିଆଙ୍କ ଶୋଚନୀୟ ପରାଜୟ ହୋଇଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। ପୁଣି ପଛରେ ପଡିଲେ କେଜ୍ରିୱାଲ ଓ ଆତିସୀ ମାର୍ଲେନା । ଅରବିନ୍ଦ କେଜ୍ରିୱାଲ ୨୦ ଭୋଟରେ ପଛୁହାରିଗଲେ ମନୀଷ ସିସୋଦିଆ। ଏହାସହ ପୁଣି ପଛରେ ପଡିଲେ କେଜ୍ରିୱାଲ ଓ ଆତିସୀ ମାର୍ଲେନା। ଅରବିନ୍ଦ କେଜ୍ରିୱାଲ ୨୦ ଭୋଟରେ ପଛୁଆ ପଡିଥିବା ନେଇ ସୂଚନା। ଆ ପଡିଥିବା ନେଇ ସୂଚନା।
- Feb 08, 2025 11:57 IST
ଭୁଲ୍ ବାଟରେ ଗଲେ ସେଥିପାଇଁ ଡାଉନ୍ ହେଲେ ..
#ଭୁଲ୍_ବାଟରେ_ଗଲେ_ସେଥିପାଇଁ_ଡାଉନ୍_ହେଲେ
— Kanak News (@kanak_news) February 8, 2025
ମଦ କଥା ଉଠାଇ ବଦନାମ ହୋଇଗଲେ କେଜ୍ରିୱାଲ୍ । ମୁଁ ଆଗରୁ କହିଛି ଆଚାରକୁ ଶୁଦ୍ଧ ରଖ , ବିଚାରକୁ ଶୁଦ୍ଧ ରଖ । ଭୁଲ୍ ବାଟରେ ଗଲେ ସେଥିପାଇଁ ଡାଉନ୍ ହେଲେ : ଆନ୍ନା ହଜାରେ #KanakNews#AnnaHazare#DelhiElections2025#DelhiAssemblyElection2025#DelhiResult#ResultWithKanakNewspic.twitter.com/h0tBxooYrH - Feb 08, 2025 10:01 IST
ଆଗେଇଲେ କେଜ୍ରିୱାଲ, ମନୀଷ
କନକ ବ୍ୟୁରୋ: ପ୍ରାରମ୍ଭିକ ଟ୍ରେଣ୍ଡରେ ପଛୁଆ ପଡିଥିବା ଅରବିନ୍ଦ କେଜ୍ରିୱାଲ ଏବେ ଆଗୁଆ ଚାଲୁଛନ୍ତି । ସେହିପରି ଜଙ୍କପୁରା ଆସନରେ ମଧ୍ୟ ମନୀଷ ସିସୋଦିଆ ପ୍ରଥମରୁ ପଛରେ ପଡିଥିଲେ ବି ଏବେ ଆଗରେ ଅଛନ୍ତି। ମନୀଷ ସିସୋଦିଆ ୧୮୦୦ ଭୋଟରୁ ଆଗୁଆ ଥିବା ଜଣାପଡିଛି।
- Feb 08, 2025 09:28 IST
ଟ୍ରେଣ୍ଡରେ ବିଜେପିକୁ ବହୁମତ
- Feb 08, 2025 09:28 IST
ପଛରେ ପଡିଲେ ଆପର ୩ ବଡ ନେତା
ଆପର ୩ ବଡ ନେତା ଅରବିନ୍ଦ କେଜ୍ରିୱାଲ, ଆତିଶୀ ମାର୍ଲେନା ଓ ମନୀଷ ସିସୋଦିଆ ଗଣତିର ପ୍ରଥମ ପର୍ୟ୍ୟାୟରେ ପଛରେ ପଡିଥିବା ସୂଚନା ମିଳିଛି। ଏହାସହ ଦର୍ଘ ୨୭ ବର୍ଷ ପରେ ଦିଲ୍ଲୀର ଶାସନରେ ବଡ ପରିବର୍ତ୍ତନ ଆଶା କରାଯାଉଛି । ଦିନ ୯ଟା ୧୦ ସୁଦ୍ଧା ମିଳିଥିବା ସୂଚନା ମୁତାବକ, ଅରବିନ୍ଦ କେଜ୍ରିୱାଲ ପାଖାପାଖି ଦେଢ ହଜାର ପଛୁଆ ଭୋଟରେ ଚାଲିଛନ୍ତି । ସେହିପରି କାଲକାଜି ଆସନରୁ ଆତିଶୀ ବି ପଛରେ ପଡିଛନ୍ତି । ଏବଂ ଜଙ୍ଗପୁରାରୁ ଆସନରୁ ମନିଷ ସିସୋଦିଆ ମଧ୍ୟ ପଛୁଆ ଥିବା ଜଣାପଡିଛି।
- Feb 08, 2025 09:14 IST
ଟ୍ରେଣ୍ଡରେ ବିଜେପି ପାରିକଲା ବହୁମତ
ଦିଲ୍ଲୀରେ ବିଜେପି ପାରିକଲା ବହୁମତ। ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗୁଆ ବିଜେପି । ୭୦ ଅସନରୁ ୪୩ ଆସନ ହାତେଇଲାଣି ବିଜେପି । ପଛରେ ପଡିଲା ଆପ୍ । କଂଗ୍ରେସ ନିରାଶ । ଖାତା ଖୋଲିଲେନି ଅନ୍ୟାନ୍ୟ।
Updates2 Photograph: (KanakNews) - Feb 08, 2025 08:55 IST
bJP leads in Delhi counting
updates Photograph: (kanakNews) - Feb 08, 2025 08:53 IST
ଦିଲ୍ଲୀରେ ଆରମ୍ଭ ହେଲା ଭୋଟ୍ ଗଣତି
ଦିଲ୍ଲୀରେ ଆରମ୍ଭ ହେଲା ଭୋଟ୍ ଗଣତି । ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଗଣତି । ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଗଣତି #KanakNews#AtishiMarlena#DelhiElection#VoteCountingpic.twitter.com/Hql5AUx1dn
— Kanak News (@kanak_news) February 8, 2025 - Feb 08, 2025 08:51 IST
ଆଗଉଛି ବିଜେପି
ଦିଲ୍ଲୀ ଆସନରେ କିଏ ବସିବ ତା ଉପରେ ସାରା ଦେଶର ନଜର। କାହା ମୁଣ୍ଡରେ ହାତୀ ସୁନାକଳସ ଢାଳିବ ସେଥିପାଇଁ ସକାଳ ୮ଟାରୁ ଚାଲିଛି ଭୋଟ ଗଣତି। ପ୍ରଥମ ପର୍ୟ୍ୟାୟ ତଥା ସାଢେ ୮ଟା ଯାଏଁ ମିଳିଥିବା ସୂଚନା ଅନୁସାରେ, ବିଜେପି ଆଗେଇଥିବାବେଳେ, ପଛରେ ପଡିଛି ଆପ୍..