କନକ ବ୍ୟୁରୋ: ଆସିବାରେ ଲାଗିଛି, ଦିଲ୍ଲୀ ନିର୍ବାଚନ ରେଜଲ୍ଟର ପ୍ରାରମ୍ଭିକ ଟ୍ରେଣ୍ଡ । ଆଉ ଟ୍ରେଣ୍ଡ ଅନୁସାରେ ବିଜେପିକୁ ମିଳିଛି ବହୁମତ । ଦିଲ୍ଲୀର ୭୦ ଆସନ ମଧ୍ୟରୁ ୩୭ ଆସନରେ ଆଗରେ ରହିଛି ବିଜେପି । ସେହିପରି ଆପ୍ ୨୭ ସିଟରେ ଆଗରେ ଥିବାବେଳେ, କଂଗ୍ରେସ କେବଳ ଗୋଟିଏ ସିଟରେ ଆଗରେ ରହିଛି । ତେବେ ଏବେ ଆସୁଥିବା ଟ୍ରେଣ୍ଡ ଯଦି ରେଜଲ୍ଟରେ ବଦଳେ, ତେବେ ଦୀର୍ଘ ବର୍ଷ ପରେ ଦିଲ୍ଲୀରେ ସରକାର ଗଠନ କରିବ ବିଜେପି ।
ଗତ ୫ ତାରିଖରେ ଦିଲ୍ଲୀରେ ପଡିଥିଲା ଭୋଟ୍, ଆଉ ସନ୍ଧ୍ୟା ୫ଟା ପରେ ଆସିଥିଲା ଏକଜିଟ୍ ପୋଲ୍ । ଅଧିକାଂଶ ଏକଜିଟ୍ ପୋଲରେ ବିଜେପିକୁ ବହୁମତ ମିଳିବା ନେଇ ପୂର୍ବାନୁମାନ କରାଯାଇଥିଲା । ଆଉ ସତକୁ ସତ, ଟ୍ରେଣ୍ଡ ମଧ୍ୟ ସେହି ଦିଗରେ ଗତି କରୁଛି । ଟ୍ରେଣ୍ଡ ଅନୁସାରେ ଦିଲ୍ଲୀରେ ସରକାର ଗଢିବାକୁ ବହୁମତ ପାଉଛି ବିଜେପି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରାରମ୍ଭିକ ଟ୍ରେଣ୍ଡର ଦିଲ୍ଲୀର ବହୁ ବଡ଼ ବଡ଼ ନେତା ପଛରେ ପଡିଛନ୍ତି । ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସହିତ ମନୀଷ ସିସୋଦିଆ, ଅତିଶୀ ଏବଂ ଅବଧ ଓଝା ପଛରେ ପଡିଛନ୍ତି ।
#ପ୍ରାରମ୍ଭିକ_ଟ୍ରେଣ୍ଡରେ_ପଦ୍ମ_ଆଗୁଆ
— Kanak News (@kanak_news) February 8, 2025
ଦିଲ୍ଲୀରେ ଜାରି ରହିଛି ଭୋଟ୍ ଗଣତି ଜାରି । ପ୍ରାରମ୍ଭିକ ଟ୍ରେଣ୍ଡରେ ପଦ୍ମ ଆଗୁଆ , ପଦ୍ମ ପଛକୁ କିଏ ଦେଖନ୍ତୁ #KanakNews #DelhiElection #VoteCounting pic.twitter.com/wDSFbpXSCd
ଅନ୍ୟପଟେ ଆପର ୩ ବଡ ନେତା ଅରବିନ୍ଦ କେଜ୍ରିୱାଲ, ଆତିଶୀ ମାର୍ଲେନା ଓ ମନୀଷ ସିସୋଦିଆ ଗଣତିର ପ୍ରଥମ ପର୍ୟ୍ୟାୟରେ ପଛରେ ପଡିଥିବା ସୂଚନା ମିଳିଛି।ଏହାସହ ଦର୍ଘ ୨୭ ବର୍ଷ ପରେ ଦିଲ୍ଲୀର ଶାସନରେ ବଡ ପରିବର୍ତ୍ତନ ଆଶା କରାଯାଉଛି । ଦିନ ୯ଟା ୧୦ ସୁଦ୍ଧା ମିଳିଥିବା ସୂଚନା ମୁତାବକ, ଅରବିନ୍ଦ କେଜ୍ରିୱାଲ ପାଖାପାଖି ଦେଢ ହଜାର ପଛୁଆ ଭୋଟରେ ଚାଲିଛନ୍ତି । ସେହିପରି କାଲକାଜି ଆସନରୁ ଆତିଶୀ ବି ପଛରେ ପଡିଛନ୍ତି । ଏବଂ ଜଙ୍ଗପୁରାରୁ ଆସନରୁ ମନିଷ ସିସୋଦିଆ ମଧ୍ୟ ପଛୁଆ ଥିବା ଜଣାପଡିଛି।