Ayodhya Link Photograph: (KanakNews)
କନକ ବ୍ୟୁରୋ : ଗତ ୨ ଦିନ ତଳେ ଦିଲ୍ଲୀରେ ହୋଇଥିବା ବିସ୍ଫୋରଣରେ ସାରା ଦେଶ ଦୋହଲିଗଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏଥିରେ ୧୨ ଜଣଙ୍କ ଜୀବନ ଚାଲିଗଲା ଏବଂ ୨୦ ରୁ ଅଧିକ ଲୋକ ଆହତ ଅବସ୍ଥାରେ ଚିକିତ୍ସୀତ ହେଉଛନ୍ତି । ଏହି ବ୍ଲାଷ୍ଟରେ ଅନେକ ବାହନ ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଥିଲା । ଦେଶର ରାଜଧାନୀରେ ବିସ୍ଫୋରଣର ଖବର ଆସିବା ପରେ ପୂରା ଦେଶର ଯେମିତି ସତର୍କଘଣ୍ଟି ବାଜିଗଲା । ପ୍ରତିଟି ମେଟ୍ରୋ ସିଟିରୁ ଆରମ୍ଭ କରି ବଡ଼ ବଡ଼ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ପ୍ରତିଟି ଗାଡ଼ିକୁ ଚେକ୍ କରାଗଲା । ଏହି ମାମଲାରେ ବିସ୍ଫୋରଣ ଘଟାଇଥିବା ୫ ଜଣଙ୍କୁ ଗିରଫ କଲା ପୁଲିସ୍ ଏବଂ ୧୩ ଜଣଙ୍କୁ ଚାଲିଛି ପଚରାଉଚରା । ଆଉ ଏହାରି ଭିତରେ ଦୁଇଟି ବଡ଼ ସୂଚନା ସାମ୍ନାକୁ ଆସିଛି । ସୂତ୍ର ମୁତାବକ , ଆତଙ୍କୀଙ୍କ ଟାର୍ଗେଟରେ ଉତ୍ତରପ୍ରଦେଶର କିଛି ଧାର୍ମିକସ୍ଥଳ ଏବଂ ପ୍ରମୁଖ ମନ୍ଦିର ସାମିଲ୍ ଥିଲା । ଖାସ୍ କରି ଅଯୋଧ୍ୟା ରାମ ମନ୍ଦିର ଏବଂ ବାରଣାସୀର କିଛି ମନ୍ଦିର ମଧ୍ୟ ଆତଙ୍କବାଦୀଙ୍କ ନଜରରେ ଥିଲା । ଦ୍ବିତୀୟଟି ହେଉଛି ବିସ୍ଫୋରଣ ପଛରେ ଓଡ଼ିଶାର ଲିଙ୍କ୍ ଥିବା ସୂଚନା ମିଳୁଛି । ଓଡ଼ିଶାରେ ଆତଙ୍କୀ ମୁଜାମିଲ୍ ସକିଲର ସମ୍ପର୍କ ରହିଛି । ଏନେଇ ଅଟକ ଥିବା ଜମାତିଙ୍କୁ ଜେରା ବେଳେ ସୂଚନା ମିଳିଛି । ମୁଜାମିଲର ହ୍ୱାଟ୍ସଆପରେ ଓଡ଼ିଶାର ଲିଙ୍କ୍ ଆସିଥିଲା । ଆଉ ଏହାସହିତ ଏହି ଘଟଣାରେ ଜମ୍ମୁ, ହରିୟାଣା, ତାମିଲନାଡୁରେ ବି ଲିଙ୍କ୍ ରହିଛି ବୋଲି କୁହାଯାଉଛି ।
ତିରୁପତି ଲଡୁରେ ଗୋରୁ ଚର୍ବି ମାମଲା : ପ୍ରସାଦ ପଛରେ ୫୦ ଲକ୍ଷର ଗେମ୍ ପ୍ଲାନ୍
ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ ଆତଙ୍କବାଦୀ ଅଯୋଧ୍ୟା ରାମ ମନ୍ଦିରକୁ ଉଡ଼ାଇବାକୁ ପ୍ଲାନିଂ କରିଥିଲେ । ଦେଶର ରାଜଧାନୀରେ ବିସ୍ଫୋରଣ ଘଟାଇଥିବା ସାହିନ୍ ଅଯୋଧ୍ୟାର ସ୍ଲିପର୍ ସେଲକୁ ଆକ୍ଟିଭେଟ୍ କରିଥିବାର ମଧ୍ୟ ସୂଚନା ମିଳୁଛି । ଆତଙ୍କବାଦୀ ରାମ ମନ୍ଦିର ଉପରେ ଆକ୍ରମଣ କରିବା ପୂର୍ବରୁ ହିଁ ଯୋଜନା ପଣ୍ଡ ହୋଇଗଲା । ଆଉ ବିସ୍ଫୋଟକ ସାମଗ୍ରୀକୁ ଜବତ କରି ଆତଙ୍କୀଙ୍କୁ ଗିରଫ କଲା ପୁଲିସ୍ । ସୂତ୍ର ମୁତାବକ ଆତଙ୍କୀଙ୍କ ଟାର୍ଗେଟରେ ନଥିଲା ଲାଲକିଲ୍ଲା ! ଯାହା ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ଯାଞ୍ଚରୁ ଜାଣିବାକୁ ମିଳୁଛି । କାରଣ ବିସ୍ଫୋରକ ସମୟରେ କୌଣସି ଟାଇମର୍ କିମ୍ବା ଅନ୍ୟ କୌଣସି ଉପକରଣର ବ୍ୟବହାର କରାଯାଇନଥିଲା । ଏହି ବିସ୍ଫୋରଣ ତରତରିଆ ଭାବେ ହୋଇଥିବା ସନ୍ଦେହ କରାଯାଉଛି । ଆତଙ୍କୀଙ୍କୁ ପଚରାଉଚରା ସମୟରେ ଜାଣିବାକୁ ମିଳୁଛି ଯେ ଏହି ମଡ୍ୟୁଲ୍ ହସ୍ପିଟାଲକୁ ଟାର୍ଗେଟ୍ କରିବା ଚକ୍କରରେ ଥିଲା ଯେଉଁଥିରେ ଅଧିକରୁ ଅଧିକ ଲୋକଙ୍କ ଜୀବନ ଯାଇଥା’ନ୍ତା । ଆତଙ୍କୀଙ୍କ ହିଟ୍ ଲିଷ୍ଟରେ ବଡ଼ ବଡ଼ ହସ୍ପିଟାଲ୍ ଏବଂ ଜନଗହଳିପୂର୍ଣ୍ଣ ସ୍ଥାନ ଥିଲା ।
ଗୋବର ବିକି ମାଲାମାଲ୍ : ବିଦେଶୀ ମାର୍କେଟରେ ୪୦୦ କୋଟିର ବେପାର ଦେଉଛି ଗୋବର
ଦିଲ୍ଲୀ ବିସ୍ଫୋରଣ ମାମଲାରେ ତିନି ମୁଖ୍ୟ ସନ୍ଦିଗ୍ଧ ଡାକ୍ତର ମୁଜମ୍ମିଲ୍ , ଡାକ୍ତର ଅଦିଲ୍ ଅହମ୍ମଦ ଡାର ଏବଂ ଡାକ୍ତର ଉମର ବୋଲି ଜଣାପଡୁଛି । ଯେଉଁଥିରେ ଡାକ୍ତର ଉମର୍ ବିସ୍ଫୋରଣ ସମୟରେ ହିଁ ପ୍ରାଣ ହରାଇଥିବାର ସୂଚନା ମିଳୁଛି । ଅନ୍ୟ ୨ ଜଣ ଡାକ୍ତର ମୁଜମ୍ମିଲ୍ ଏବଂ ଅଦିଲ୍ ଅହମ୍ମଦ ଡାର ଗିରଫ ହୋଇଛନ୍ତି ।
Follow Us