କନକ ବ୍ୟୁରୋ : ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ବିସ୍ଫୋରଣ ପରେ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି । ଅଧିକାରୀଙ୍କ ଅନୁଯାୟୀ, ଲାଲକିଲ୍ଲା ନିକଟରେ ଛିଡା ହୋଇଥିବା ଏକ କାରରେ ବିସ୍ଫୋରଣ ପରେ ଅନେକ ଗାଡ଼ିରେ ନିଆଁ ଲାଗିଯାଇଥିଲା । ଏଥିରେ ୮ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଲୋକ ଆହତ ହେବାର ଆଶଙ୍କା କରାଯାଉଛି । ଜଣେ ଅଧିକାରୀ କହିଛନ୍ତି ଯେ ଦିଲ୍ଲୀ ଅଗ୍ନିଶମ ସେବାକୁ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ବିସ୍ଫୋରଣ ହୋଇଥିବା ଖବର ମିଳିଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ନିକଟରେ ପାର୍କିଂ ହୋଇଥିବା ଯାନଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇଛି । ବିସ୍ଫୋରଣ ପରେ ଦିଲ୍ଲୀ ଏବଂ ମୁମ୍ବାଇରେ ହାଇଆଲର୍ଟ ଜାରି କରାଯାଇଛି । ତେବେ ଭାରତର ରାଜଧାନୀ ଦିଲ୍ଲୀରେ ଏହା ପୂର୍ବରୁ କେବେ କେବେ ହୋଇଥିଲା ବିସ୍ଫୋରଣ ? ଆସନ୍ତୁ ଜାଣିବା । 

Advertisment

୨୯ ଅକ୍ଟୋବର ୨୦୦୫ : ନୂଆଦିଲ୍ଲୀ ରେଳ ଷ୍ଟେସନ, ଗୋବିନ୍ଦପୁରୀ ଏବଂ ସରୋଜିନୀ ମାର୍କେଟରେ ତିନୋଟି ବିସ୍ଫୋରଣ, ୬୨ ଜଣଙ୍କର ମୃତ୍ୟୁ ଏବଂ ୨୧୦ ଜଣ ଆହତ ।
୧୪ ଏପ୍ରିଲ୍ ୨୦୦୬ :  ଜାମା ମସଜିଦ ଭିତରେ ଦୁଇଟି ବୋମା ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୧୪ ଜଣ ଆହତ ହୋଇଥିଲେ ।
୧୩ ସେପ୍ଟେମ୍ବର ୨୦୦୮ : ଦିଲ୍ଲୀରେ ପାଞ୍ଚଟି ବୋମା ବିସ୍ଫୋରଣ, ୨୫ ଜଣଙ୍କ ମୃତ୍ୟୁ, ୧୦୦ ରୁ ଅଧିକ ଆହତ ।

୨୭ ସେପ୍ଟେମ୍ବର ୨୦୦୮ : ଦିଲ୍ଲୀର ମେହରୌଲି ଫୁଲ ବଜାରରେ ବିସ୍ଫୋରଣ, ୪ ଜଣଙ୍କ ମୃତ୍ୟୁ, ୧୫ ଆହତ ।
୧୯ ସେପ୍ଟେମ୍ବର , ୨୦୧୦ : ଜାମା ମସଜିଦ (ଦିଲ୍ଲୀ)ରେ ଗୁଳିଚାଳନା ଏବଂ ବିସ୍ଫୋରଣ, ୨ ଜଣ ଆହତ ।
୭ ସେପ୍ଟେମ୍ବର ୨୦୧୧ : ଦିଲ୍ଲୀ ହାଇକୋର୍ଟରେ ବିସ୍ଫୋରଣ, ୧୧ ଜଣଙ୍କ ମୃତ୍ୟୁ, ୬୪ ଜଣ ଆହତ । 
୧୦ ନଭେମ୍ବର, ୨୦୨୫: ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା, ଅନେକ ଯାନବାହାନ ଏବଂ ନିକଟବର୍ତ୍ତୀ ଦୋକାନ କ୍ଷତିଗ୍ରସ୍ତ ହୋଇଥିଲା ।

ତେବେ ବର୍ତ୍ତମାନ ଦିଲ୍ଲୀରେ ହୋଇଥିବା ଏହି ଭୟାବହ ବିସ୍ଫୋରଣର ଅନେକ ଭିଡିଓ ସାମ୍ନାକୁ ଆସୁଛି ।