delhi blast odisha link Photograph: (kanak news)
କନକ ବ୍ୟୁରୋ: ଦିଲ୍ଲୀ ବିସ୍ଫୋରଣ ଓଡ଼ିଶା ଲିଙ୍କ୍ ! ଦିଲ୍ଲୀରେ ଘଟିଥିବା ଭୟଙ୍କର ବିସ୍ଫୋରଣ ପଛରେ ଓଡ଼ିଶାର ଲିଙ୍କ୍ ଥିବା ସୂଚନା ମିଳିଛି । ଓଡ଼ିଶାରେ ଆତଙ୍କୀ ମୁଜାମିଲ୍ ସକିଲର ସମ୍ପର୍କ ରହିଛି । ଏନେଇ ଅଟକ ଥିବା ଜମାତିଙ୍କୁ ଜେରା ବେଳେ ସୂଚନା ମିଳିଛି । ମୁଜାମିଲର ହ୍ୱାଟ୍ସଆପରେ ଓଡ଼ିଶାର ଲିଙ୍କ୍ ଆସିଥିଲା । ଆଉ ଏହାସହିତ ଏହି ଘଟଣାରେ ଜମ୍ମୁ, ହରିୟାଣା, ତାମିଲନାଡୁରେ ବି ଲିଙ୍କ ରହିଛି ବୋଲି କୁହାଯାଉଛି ।
ଆହୁରି ପଢ଼ନ୍ତୁ : ରୁଷ୍ଠାରୁ ଭାରତର ତେଲ କିଣା ବନ୍ଦ, ଏଥର ଟାରିଫ କମାଇବ ଆମେରିକା !
ଅନ୍ୟପଟେ ବି ଦିଲ୍ଲୀ ବିସ୍ଫୋରଣର ଆଉ ଏକ ଲୋମଟାଙ୍କୁରା ଭିଡିଓ ଏବେ ସାମ୍ନାକୁ ଆସିଛି। ସନ୍ଧ୍ୟାର ଭିଡ଼ ଟ୍ରାଫିକ୍, ଧୀରେ ଧୀରେ ଗାଡ଼ି ଯାଉଥିବାବେଳେ ବଡ଼ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ବେଳର ଆଉ ଏକ ସିସିଟିଭି ଦୃଶ୍ୟରେ ଏଭଳି କିଛି ଦେଖିବାକୁ ମିଳିଛି। ୧୫ ସେକେଣ୍ଡର ଏହି ଭିଡିଓରେ ଲାଲ କିଲ୍ଲା ମେଟ୍ରୋ ନିକଟର ବୋଲି ଜଣାପଡ଼ିଛି । ଯେଉଁଠି ଟ୍ରାଫିକ୍ରେ ଏକାଧିକ କାର ଧୀରେ ଧୀରେ ଆଗକୁ ବଢୁଥିବାବେଳେ ହଠାତ୍ ବଡ଼ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି ।
ଆହୁରି ପଢ଼ନ୍ତୁ : Bihar Exit Poll: ତେଜସ୍ୱୀଙ୍କ ଟେନସନ୍ ବଢ଼ିଲା : ବିଜେପିକୁ ଫାଇଦା ଦେଲେ କି ମହିଳା ଭୋଟର?
ଏହି ବିସ୍ଫୋରଣ ଫରିଦାବାଦରେ ୨,୯୦୦ କେଜିର ବିସ୍ଫୋରକ ସାମଗ୍ରୀ ଜବତ ହେବାର ମାତ୍ର କିଛି ଘଣ୍ଟା ପରେ ଘଟିଛି । ସେପଟେ ବିସ୍ଫୋରଣ ହୋଇଥିବା ଧଳା ହ୍ୟୁଣ୍ଡାଇ କାର୍ ସହ ଆତଙ୍କୀ ଉମର ଦିଲ୍ଲୀର ବିଭିନ୍ନ ସ୍ଥାନରେ ବୁଲୁ ଥିବାର ଦେଖିବାକୁ ମିଳିଛି। ବିସ୍ଫୋରଣର କିଛି ଦିନ ପୂର୍ବରୁ ଦିଲ୍ଲୀ କନୌଟ ପ୍ଲେସ୍, ମୟୁର ବିହାର ଅଞ୍ଚଳରେ ବୁଲୁଥିବାର ତଥ୍ୟ ତଦନ୍ତକାରୀ ସଂସ୍ଥାକୁ ହସ୍ତଗତ ହୋଇଛି। ସେପଟେ ଦିଲ୍ଲୀ ବିସ୍ଫୋରଣ ଏବଂ ହ୍ବାଇଟ୍ କଲାର ଟେରର ମଡ୍ୟୁଲ୍ ସଂକ୍ରାନ୍ତରେ ଆଜି ଅପରାହ୍ଣରେ ବସୁଛି ବଡ଼ ବୈଠକ ।
Follow Us