କନକ ବ୍ୟୁରୋ : ଦିଲ୍ଲୀ ବ୍ଲାଷ୍ଟରେ ନୂଆ ମୋଡ଼ । ବାଂଲାଦେଶ ରାଜଧାନୀ ଢାକାରେ ବସିଥିଲା ଆତଙ୍କୀଙ୍କ ବୈଠକ । ପ୍ରଥମେ ପାକିସ୍ତାନ ସହ ସମ୍ପର୍କ ମିଳିବା ପରେ ଏବେ ବାଂଲାଦେଶର ନା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ଆକ୍ରମଣ ପାଇଁ ସମ୍ପୂର୍ଣ୍ଣ ଯୋଜନା ବାଂଲାଦେଶର ରାଜଧାନୀ ଢାକାରେ ପ୍ରସ୍ତୁତ ହୋଇଥିଲା । ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି, ଅକ୍ଟୋବର ଶେଷ ସପ୍ତାହରେ ଢାକାରେ ଏକ ଗୁପ୍ତ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆତଙ୍କବାଦୀ ସୈଫୁଲ୍ଲା ସୈଫ୍, ନିଷିଦ୍ଧ ହିଜବ୍-ଉଲ-ତହରୀରର ଢାକା ମୁଖ୍ୟ ଜୁବେର ଅହମ୍ମଦ, ସୈଫଙ୍କ ଘନିଷ୍ଠ ସହଯୋଗୀ ତଥା ମରକଜୀ ଜମିୟତ-ଅହଲ-ଏ-ହଦୀସର ସାଧାରଣ ସମ୍ପାଦକ ଇବତିସାମ ଇଲାହୀ ଜାହିର, ହାଫିଜ ଶୁଜାଦୁଲ୍ଲା ଏବଂ ହାଫିଜ ଅଲି ଫଜୁଲଙ୍କ ସମେତ ଅନ୍ୟ କେତେକ ବ୍ୟକ୍ତି ସାମିଲ ଥିଲେ ।

Advertisment

ଅଧିକ ପଢ଼ନ୍ତୁ---Sheikh Hasina : ବଡ଼ ରାୟ ଦେଲେ ବାଂଲାଦେଶ କୋର୍ଟ : ହସିନାଙ୍କୁ ଫାଶୀଦଣ୍ଡ

ଏହି ବୈଠକରେ ହିଁ ଭାରତରେ ବିସ୍ଫୋରଣ ଘଟାଇବାକୁ ଚୂଡାନ୍ତ ଯୋଜନା କରାଯାଇଥିଲା ।  ତଦନ୍ତକାରୀ ସଂସ୍ଥା ଦାବି କରୁଛନ୍ତି ଯେ ଏହି ବୈଠକ ସହିତ ଜଡିତ ଏକ ଦଳ ନଭେମ୍ବରରେ ପଶ୍ଚିମବଙ୍ଗ ଦେଇ ଭାରତରେ ପ୍ରବେଶ କରିଥିଲେ ଏବଂ ଏବିଟି ସଦସ୍ୟମାନଙ୍କ ଘରେ ରହିଥିଲା । ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଜାଣିବାକୁ ଚେଷ୍ଟା କରୁଛନ୍ତି ପାକିସ୍ତାନରୁ ଦିଲ୍ଲୀ-ଏନସିଆରକୁ କୌଣସି ବିସ୍ଫୋରକ ପଠାଯାଇଥିଲା କି ନାହିଁ । ପାକିସ୍ତାନର ଏକ ରାଲିରୁ ସୈଫୁଲ୍ଲା ସୈଫଙ୍କ ଏକ ଭିଡିଓ ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ହାଇ ଆଲର୍ଟରେ ଅଛନ୍ତି । ଭିଡିଓରେ ସୈଫୁଲ୍ଲା ଖୋଲାଖୋଲି ଦାବି କରିଛି, ଲସ୍କର-ଏ-ତୈବା ସଦସ୍ୟମାନେ ବାଂଲାଦେଶରେ ସକ୍ରିୟ ଅଛନ୍ତି ଏବଂ ଭାରତରେ ଆକ୍ରମଣ ଯୋଜନା କରୁଛନ୍ତି । ତଦନ୍ତକାରୀ ଅଧିକାରୀମାନେ ଆହୁରି ପ୍ରକାଶ କରିଛନ୍ତି , ଡକ୍ଟର ଓମାର ନବି ଏବଂ ଡକ୍ଟର ଶାହିନଙ୍କ ମଧ୍ୟରେ ଟଙ୍କା କାରବାରକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । ପଚରାଉଚରା ସମୟରେ ମୁଜାମ୍ମିଲ ଟଙ୍କା କାରବାରରେ ବିବାଦ ବିଷୟରେ ମଧ୍ୟ ଉଲ୍ଲେଖ କରିଛି ।