କନକ ବ୍ୟୁରୋ : ସ୍ମାର୍ଟସିଟି ରାଉରକେଲାରେ ଇ-ବସ୍ ଟର୍ମିନାଲ ନିର୍ମାଣ ନାଁରେ ସାଙ୍ଘାତିକ ଘୋଟାଲା । ଖୋଦ୍ ସରକାରୀ ବିଭାଗ କରିଛି ଆଇନର ଖୋଲା ଉଲଂଘନ । ଏଭଳି ଏକ ଅଭିଯୋଗର ବଡ଼ ପ୍ରମାଣ ଲାଗିଛି କନକ ନ୍ୟୁଜ୍‌ ହାତରେ । ଝାରସୁଗୁଡ଼ାର ଏକ ଘରୋଇ କମ୍ପାନିକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଲେଖିଛି ଚିଠି l ଏଥିରେ ସ୍ପଷ୍ଟ ଭାବରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆର୍‌ ଆଣ୍ଡ ବି ବିଭାଗକୁ ୨୦ ହଜାର ମେଟ୍ରିକ୍ ଟନ୍ ବିଷାକ୍ତ ପାଉଁଶ ଯୋଗାଇବାକୁ ଲେଖିଛି । ଏପରିକି ଚିଠି ଲେଖିବାର ଦୁଇ ମାସ ଭିତରେ ଏସବୁ ବିଷାକ୍ତ ପାଉଁଶ ଇ-ବସ୍ ଟର୍ମିନାଲ ଜାଗାରେ ପକାଇବାକୁ ରହିଛି ସ୍ପଷ୍ଟ ନିର୍ଦ୍ଦେଶ । ସେପଟେ ଆର୍‌ ଆଣ୍ଡ ବି ବିଭାଗ ଓ ଇ-ବସ୍ ଟର୍ମିନାଲ ନିର୍ମାଣ କରୁଥିବା କ୍ରୁଟ୍‌ ବିଷାକ୍ତ ପାଉଁଶ ପକାଇବାର ଯୋଜନା ନ ଥିବା କହିଥିବା ବେଳେ କେମିତି ଚିଠି ଲେଖିଲା ପ୍ରଦୂଷଣ ବିଭାଗ, ତାକୁ ନେଇ ଉଠିଛି ପ୍ରଶ୍ନ । 

Advertisment

ସହରରେ ୧୦୦ଟି ଇ-ବସ୍ ଚଳାଇବାକୁ ରହିଛି ଯୋଜନା । ଏଥିଲାଗି ପ୍ରାୟ ୪ ଏକର ଜମି ଉପରେ ଚାଲିଛି ବସ୍‌ ଟର୍ମିନାଲ ନିର୍ମାଣ କାମ । ଏଠି ପ୍ରଶ୍ନ ଉଠୁଛି ମାଟି ବଦଳରେ ବିଷାକ୍ତ ଫ୍ଲାଏଆସ୍‌ କାହିଁକି ପକାଇଛନ୍ତି କାମ ନେଇଥିବା PWD ଓ କ୍ରୁଟ୍‌ ବିଭାଗ ? କାହା ନିର୍ଦ୍ଦେଶରେ ଝାରସୁଗୁଡ଼ାର ଏକ ଘରୋଇ କମ୍ପାନିକୁ ବିଷାକ୍ତ ପାଉଁଶ ପକାଇବାକୁ ଚିଠି କରିଛି ପ୍ରଦୂଷଣ ବିଭାଗ ? ଲକ୍ଷ ଲକ୍ଷ ଟନ୍‌ ବିଷାକ୍ତ ଫ୍ଲାଏଆଶ୍‌ ପଡ଼ିଥିଲେ ସୁଦ୍ଧା କେମିତି ଜାଣିପାରିଲାନି କାମ କରୁଥିବା ଦୁଇଟି ସରକାରୀ ବିଭାଗ ? ନା ଏହା ପଛରେ ହୋଇଛି ଏକ ବଡ଼ ଡିଲ୍ ? ଏନେଇ ଆମେ ପୂର୍ତ୍ତ ବିଭାଗ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମତାମତ ନେବାକୁ ଚେଷ୍ଟା କରିଥଲେ ମଧ୍ୟ ତାହା ସମ୍ଭବ ହୋଇପାରିନଥିଲା । 

ଅଧିକ ପଢ଼ନ୍ତୁ---ଆଠଗଡ଼ ଚାଷୀଙ୍କୁ ମଣ୍ଡି ଯନ୍ତ୍ରଣା ; ହାତୀଙ୍କ ଭୟର ଫାଇଦା ନେଉଛନ୍ତି ଦଲାଲ!