କନକ ବ୍ୟୁରୋ :ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆଜି ଆରମ୍ଭ ହୋଇଛି । ଏହି ଅଧିବେଶନ ପୂର୍ବରୁ ରାଜ୍ୟ ସରକାର ଏକ ଶ୍ୱେତପତ୍ର ଜାରି କରିଛନ୍ତି । ଏଥିରେ ବିଭିନ୍ନ ଯୋଜନା ବାବଦରେ ଉଲ୍ଲେଖ ରହିଛି । ରାଜ୍ୟ ସରକାର ସହରାଞ୍ଚଳ ରେ ସୁଦୃଢ ଗମନାଗମନ ବ୍ୟବସ୍ଥା ସମୃନ୍ଧ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେଥିପାଇଁ ସରକାରଙ୍କ ନୂଆ ଯୋଜନା ‘ଅର୍ବାନ ମୋବିଲିଟି’ ଆରମ୍ଭ କରିଛନ୍ତି । ଏହି ଯୋଜନାରେ ଭୁବନେଶ୍ୱର ପାଇଁ ୧୫୦ଟି ଇ-ବସ୍ କ୍ରୟ ଏବଂ ୮ଟି ଅତିରିକ୍ତ ସହରକୁ ମୋ ବସ୍ ସେବା ମିଳିବ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନା ଅଧୀନରେ ରାଜ୍ୟର ବିଭିନ୍ନ ସହରରେ ୪୦୦ଟି ଇ-ବସ୍ ନିୟୋଜିତ କରାଯିବ । ଏହା ଦ୍ୱାରା ସଂଯୋଗୀକରଣ ବୃଦ୍ଧି,ପରିବେଶ ପ୍ରଭାବ ହ୍ରାସ ହେବା ସହ ସହରାଞ୍ଚାଳରେ ପରିବର୍ତ୍ତନ ଆଣିବା ନେଇ ସରକାର ଆଶା ରଖିଛନ୍ତି ।
ଏହା ସହ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ବାରା ପରିଚାଳିତ "ମହିଳା ସ୍ବତନ୍ତ୍ର ବସ୍" ଭଳି ପଦକ୍ଷେପ ନିଆଯିବ । ମହିଳାଙ୍କ ସୁରକ୍ଷା ଏବଂ ସଶକ୍ତିକରଣକୁ ପ୍ରାଥମିକତା ଦେବେ ସରକାର ।
ମୁଖ୍ୟମନ୍ତ୍ରୀ ବସ ସେବା ଉପକ୍ରମ ସୁଲଭ ଏବଂ ଦକ୍ଷ ବସ୍ ସେବା ପ୍ରଦାନ, ଦୁର୍ଗମ ଅଞ୍ଚଳକୁ ସହରାଞ୍ଚଳ ସହ ସଂଯୋଗ କରିବା ଏବଂ ବିଭିନ୍ନ ଅଞ୍ଚଳକୁ ଗମନାଗମନ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/02/13/NBRxDberrZU5r9COLXGl.jpg)