ବଢୁଛି ବାତ୍ୟା ଭୟ,  ଆହୁରି ଘନିଭୂତ ହେଉଛି ଲଘୁଚାପ

ଆସନ୍ତାକାଲି ନେଇପାରେ ଅବପାତର ରୂପ । ୨୬ ବେଳକୁ ହୋଇପାରେ ବାତ୍ୟାରେ ପରିଣତ ।

Cyclone

Cyclone Photograph: (KanakNews)

କନକ ବ୍ୟୁରୋ:  ବଢୁଛି ବାତ୍ୟା ଭୟ । ଆସନ୍ତାକାଲି ସୁଦ୍ଧା ଅବପାତରେ ପରିଣତ ହୋଇପାରେ ଲଘୁଚାପ । ଏବେ ସମୁଦ୍ର ଭିତରେ ଆହୁରି ଘନୀଭୂତ ହେବାରେ ଲାଗିଛି ଲଘୁଚାପ । ୨୬ରେ ନେଇପାରେ ବାତ୍ୟାର ରୂପ । ମାଲାକ୍କା ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ଲଘୁଚାପ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତିକରି ୨୪ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ପରବର୍ତ୍ତୀ ୨୪ଘଣ୍ଟାରେ ଗଭୀର ଅବପାତ ରୂପ ନେଇପାରେ । ସମୁଦ୍ର ଭିତରେ ବଳ ଗୋଟାଇ ଏହା ଧୀରେ ଶକ୍ତିଶାଳୀହେବ ଓ ୨୬ରେ ବାତ୍ୟାରେ ପରିଣତ ହୋଇପାରେ ।

ପୁଣି ଆସୁଛି ଲଘୁଚାପ, ବଢ଼ିଲା ବାତ୍ୟା ଭୟ

ବାତ୍ୟାର ଗତିପଥ, ତୀବ୍ରତା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନି। କିନ୍ତୁ ଏହାର ପ୍ରଭାବରେ ଆଣ୍ଡାମାନ, ନିକୋବର ଦୀପପୁଞ୍ଜରେ ବର୍ଷା ଆରମ୍ଭ ହୋଇଗଲାଣି । ୨୭ବେଳକୁ ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବଡ ବର୍ଷା ଭୟ ରହିଛି । ଏବେଠାରୁ ଏ ସଂକ୍ରାନ୍ତରେ ସତର୍କ କରିଛନ୍ତି ପାଣିପାଗ ବିଜ୍ଞାନୀ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ, ଏଣୁ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ଧାନ ଅମଳ ସମୟ ହୋଇଥିବାରୁ ଅଦିନିଆ ବର୍ଷାକୁ ନେଇ ଚାଷୀଙ୍କୁ ଚିନ୍ତା ଘାରିଛି । ପାଚିଲା ଧାନ ନଷ୍ଟ ହେବାର ଆଶଙ୍କା ଥିବାରୁ ତରତର ହୋଇ ଜମିରୁ ଧାନ କାଟି ନେଉଛନ୍ତି ଚାଷୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe