କନକ ବ୍ୟୁରୋ: ଜ୍ୟୋତିଷ ଶାସ୍ତ୍ର ଗଣନା ଦ୍ବାରା ପଞ୍ଜିକାରେ ବାତ୍ୟା ମୋନ୍ଥାର ଭବିଷ୍ୟବାଣୀ ବହୁପୂର୍ବରୁ ସୂଚିତ କରାଯାଇଥିଲା । ଯାହାକି ଜନସାଧାରଣ ଏବେ ପ୍ରତ୍ୟକ୍ଷ କରିଛନ୍ତି । ଚଳିତ ଅକ୍ଟୋବର ମାସରେ ଘଟିଥିବା ସାମୁଦ୍ରିକ ଝଡବାତ୍ୟା "ମୋନ୍ଥା" ଭାରତର ପୂର୍ବ ଉପକୂଳ ରାଜ୍ୟ ଆନ୍ଧ୍ରପ୍ରଦେଶ ତଥା ଓଡ଼ିଶାରେ ଏବଂ ଓଡ଼ିଶାର ଉପକୂଳ ଜିଲ୍ଲା ଗୁଡ଼ିକରେ ଅନେକ କ୍ଷୟକ୍ଷତି ଘଟାଇଛି ।
/filters:format(webp)/kanak/media/media_files/2025/11/01/2-2025-11-01-18-56-03.png)
ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ମୋନ୍ଥା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମ୍ବନ୍ଧରେ କିଛିଦିନ ପୂର୍ବରୁ ଜଣାପଡିଥିଲା । ଯାହାକି ଧନଜୀବନ କ୍ଷୟକ୍ଷତି କମ୍ କରାଇବାରେ ନିଶ୍ଚିତ ସାହାଯ୍ୟ କରିଥିଲା । କିନ୍ତୁ ଏସବୁ ଜ୍ଞାନକୌଶଳ କେବଳ ୧୦/୧୨ ଦିନ ପୂର୍ବରୁ ସୂଚନା ଦେଇ ପାରୁଛନ୍ତି । ମାତ୍ର ଭାରତର ସର୍ବପୂରାତନ ଜ୍ୟୋତିର୍ବିଜ୍ଞାନ ଏବଂ ଜ୍ୟୋତିଷ ଶାସ୍ତ୍ର ଦ୍ବାରା ପଞ୍ଜିକାରେ ବହୁପୂର୍ବରୁ ସୂଚନା ଦିଆଯାଇପାରୁଅଛି ।
ଅଧିକ ପଢ଼ନ୍ତୁ--- ମୋନ୍ଥା ଯିବା ପରେ ସମୁଦ୍ରରେ ବଡ଼ ହଲଚଲ
ଓଡ଼ିଶାର ପ୍ରତିଷ୍ଠିତ"ଅସଲି ଖଡ଼ୀରତ୍ନ ପଞ୍ଜିକା"ର ୨୦୨୫-୨୬ ମସିହା ସଂସ୍କରଣର ୧୯୯ ପ୍ରୃଷ୍ଠାରେ ବାତ୍ୟା ସମ୍ପର୍କରେ ବହୁପୂର୍ବରୁ ସୂଚନା ଦିଆଯାଇଥିଲା । ଯାହାକି ଭାରତ ତଥା ଓଡ଼ିଶାବାସୀ ପ୍ରତ୍ୟକ୍ଷ କରିଛନ୍ତି । ବର୍ଣ୍ଣିତ ବାତ୍ୟା ସମ୍ପର୍କରେ ଅସଲି ଖଡ଼ୀରତ୍ନ ପଞ୍ଜିକାର ଗଣନାକାର ଦେବଦର୍ଶୀ ଖଡ଼ୀରତ୍ନ କୁହନ୍ତି ୧୯୯୯ ମସିହା ମହାବାତ୍ୟା, ବାତ୍ୟା ଫନି, ଫାଇଲିନ୍, ହୁଡ୍ହଡ୍, ପେଥାଇ, ତିତ୍ଲି, ଏବଂ ଦାନା ଆଦି ବାତ୍ୟା ସମ୍ପର୍କରେ ମଧ୍ୟ ଉକ୍ତ ପଞ୍ଜିକାରେ ସ୍ପଷ୍ଟ ସୂଚନା ଦିଆଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/11/01/11-2025-11-01-18-53-01.jpeg)