କନକ ବ୍ୟୁରୋ: ପୁଣି ଆସୁଛି ଲଘୁଚାପ । ୨୨ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା । ସମୁଦ୍ର ଭିତରେ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତିକରି ଘନୀଭୂତ ହୋଇ ୨୪ତାରିଖ ବେଳକୁ ଦକ୍ଷିଣବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତରେ ପରିଣତ ହେବ । ପରବର୍ତ୍ତୀ ୪୮ଘଣ୍ଟାରେ ଗତିର ଦିଗ ବଜାୟ ରଖିବା ସହ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି ।
ବାଂଲାଦେଶୀଙ୍କୁ ବିଦା କରିବାକୁ ବିଭିନ୍ନ ଜିଲ୍ଲାରେ ଘନ ଘନ ରେଡ୍; ଜଗତସିଂହପୁରରେ ମାରଣାସ୍ତ୍ର ଜବତ ପରେ ପୁଲିସର ଛାନଭିନ
ତେବେ ଅବେଳରେ ଲଘୁଚାପ ଆସୁଥିବାରୁ ବାତ୍ୟା ଆଶଙ୍କା କରାଯାଉଛି । ଯଦିଓ ଲଘୁଚାପ ଅବପାତରେ ପରିଣତ ହେବା ପରେ କେତେ ଶକ୍ତିଶାଳୀ ହେବ, କେଉଁ ପଥରେ ଆଗକୁ ବଢ଼ିବ, ସ୍ଥଳଭାଗକୁ ମାଡ଼ି ଆସିବ କି, ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ଅସମୟରେ ଲଘୁଚାପ ସୃଷ୍ଟି ହେଉଥିବା ବାତ୍ୟା ହେବାର ଆଶଙ୍କା ସୃଷ୍ଟି ହୋଇଛି ।
ଯେଉଁ ସମୟରେ ହାଡ଼ଭଙ୍ଗା ଶୀତ ହେବା କଥା ସେହି ସମୟରେ ଲଘୁଚାପ ହେବା ଜଳବାୟୁ ପରିବର୍ତ୍ତନର ଏକ ସଙ୍କେତ ବୋଲି କହିପାରିବା । ବର୍ତ୍ତମାନ ନଭେମ୍ବର ମାସ ଚାଲିଛି । ଏହି ସମୟରେ ପ୍ରବଳ ଶୀତ ଅନୁଭୂତ ହେବା କଥା । କିନ୍ତୁ ବର୍ତ୍ତମାନ ସେଭଳି ଶୀତ ପଡ଼ିନଥିବା ବେଳେ ବାତ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଯାହା ଏକ ଚିନ୍ତାଜନକ ବିସୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/20/1-2025-11-20-07-34-12.jpg)