କନକ ବ୍ୟୁରୋ : ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା । ଆନ୍ଧ୍ରପ୍ରଦେଶ କାକିନାଡ଼ାରେ ଅନୁଭୂତ ହେଲାଣି ବାତ୍ୟା ମୋନ୍ଥାର ପ୍ରଭାବ । ଘଣ୍ଟାପ୍ରତି ୧୫ କିମି ବେଗରେ ଆସୁଛି । ଆନ୍ଧ୍ରପ୍ରଦେଶ କାକିନାଡାର କୋନାସୀମାରେ ସ୍ଥଳଭାଗ ଅତିକ୍ରମ କରିବ । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୧୦୦ରୁ ୧୧୦ କିମି ରହିପାରେ । ବର୍ତ୍ତମାନ ମଚ୍ଛଲିପଟ୍ଟନମ ଠାରୁ ୭୦କିଲୋମିଟର, କାକିନାଡାଠୁ ୧୫୦କିମି, ଗୋପାଳପୁରଠୁ ୪୮୦ କିମି ଦୂରରେ ଘନୀଭୂତ ରହିଛି ମୋନ୍ଥା । ମୋନ୍ଥା ପ୍ରଭାବରେ ବର୍ଷାର ପରିମାଣ ମଧ୍ୟ ବଢ଼ିବାରେ ଲାଗିଛି । ଆନ୍ଧ୍ରର ୩୦ଟି ବିଧାନସଭା କ୍ଷେତ୍ରରେ ବର୍ଷା ହୋଇଛି । 

Advertisment

ଅଧିକ ପଢ଼ନ୍ତୁ--ବାତ୍ୟା ମୋନ୍ଥା: ସମୁଦ୍ରରେ ନିଖୋଜ ହେଲେ ନାବାଳକ, ବାଇକ୍‌ରୁ ଖସି ପଡ଼ିଥିଲେ

ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାଜନିତ କ୍ଷୟକ୍ଷତି ଦେଖିବାକୁ ମିଳିଛି । ଆଜି ବର୍ଷା ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରିଛି ଆଇଏମ୍‌ଡି। ଏହା ସହ ନବରଙ୍ଗପୁର, କଳାହାଣ୍ତି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୯ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ତି, ନବରଙ୍ଗପୁର ଜିଲ୍ଲାକୁ ବିପଦ ରହିଛି । ଏହି ସମୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ସେହିପରି ପବନ ପାଇଁ ଆଜି ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ତିକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ୨୯ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତିରେ ପ୍ରବଳ ପବନ ବହିପାରେ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । 

ଅଧିକ ପଢ଼ନ୍ତୁ--ଆଉ କିଛି ସମୟ ପରେ ଆରମ୍ଭ ହେବ ଲ୍ୟାଣ୍ଡଫଲ ପ୍ରକ୍ରିୟା: ମଚ୍ଛଲିପଟ୍ଟନମଠୁ ୭୦ କିମି, ଗୋପାଳପୁରଠୁ ୪୮୦ କିମି କିମି ଦୂରରେ ଘନୀଭୂତ

ବାତ୍ୟା ମୋନ୍ଥାର ପ୍ରକୋପ ଏତେ ଭୟଙ୍କର ଯେ, ତୁହା କୁ ତୁହା ବର୍ଷା ହେଉଛି। ଗଜପତି ପ୍ରଶାସନ ଦିନ ରାତି ଏକ କରି ପ୍ରତିଟି ବ୍ଲକର ଆଶ୍ରୟସ୍ଥଳୀ ବୁଲି ବୁଲି ସମସ୍ତ ପ୍ରକାର ସହଯୋଗ କରି ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରୁଛନ୍ତି । ଏହାରି ମଧ୍ୟରେ ଆର.ଉଦୟଗିରି ବ୍ଲକର ଅନଘା ପଞ୍ଚାୟତର ରାସ୍ତା କଡ଼ ପାହାଡ଼ରୁ ବିରାଟକାୟ ପଥର ଖସି ରାସ୍ତା ଅବରୋଧ ହୋଇଛି । ବଡ଼ ଗାଁ ରାସ୍ତା ଅବରୋଧ ହେବାରୁ ଯାତାୟତ ଠପ୍‌ ହୋଇଯାଇଛି ।