କନକ ବ୍ୟୁରୋ: ଭୀଷଣ ବାତ୍ୟାର ରୂପ ନେଇ ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି । ଗୋପାଳପୁର ଠାରୁ ୫୧୦ କିମି ଦକ୍ଷିଣ ଦକ୍ଷିଣ ପଶ୍ଚିମରେ ରହିଛି । ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରିବା ସହ ଆଜି ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଏହା କାକିନାଡା ପାଖାପାଖି ମଛଲିପାଟନମ ଏବଂ କଳିଙ୍ଗପାଟନମ ମଝିରେ ସ୍ଥଳଭାଗ ଅତିକ୍ରମ କରିବ । ବାତ୍ୟା ଉପକୂଳ ନିକଟତର ହେବା ସହ ଭୀଷଣ ବାତ୍ୟାର ରୂପ ନେଇଛି । ସମୟରେ ୯୦-୧୦୦ କିମି ବେଗରେ ପବନ ଓ ଝଟକା ପବନ ୧୧୦ କିଲୋମିଟର ପର୍ଯ୍ୟନ୍ତ ହେବ । ବାତ୍ୟା ‘ମୋନ୍ଥା’ର ଅବସ୍ଥିତି ଓ ଏହାର ପ୍ରଭାବ ସଂପର୍କରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ଏହି ସୂଚନା ଦେଇଛନ୍ତି ।
ବାତ୍ୟା ମୋନ୍ଥାର ପ୍ରଭାବରେ ଆଜି(ମଙ୍ଗଳବାର) ଓ ଆସନ୍ତାକାଲି(ବୁଧବାର) ପ୍ରବଳ ବର୍ଷା ହେବାକୁ ଥିବା ବେଳେ ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ରହିବ ସର୍ବାଧିକ ପବନର ପ୍ରଭାବ ରହିବ । ଆଗାମୀ ୨୪ ଘଣ୍ଟାରେ ସାରା ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରିରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିବ । ଏହି ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷାକୁ ନେଇ ରେଡ ଆଲର୍ଟ ଜାରି କରାଯାଇଛି । ସେହିଭଳି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ,ନୟାଗଡ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଜିଲ୍ଲାରେ ବି ପ୍ରବଳରୁ ଅତି ପ୍ରବଳ ଵର୍ଷାକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ୧୯ ଜିଲ୍ଲା ଯେପରିକି ନୂଆପଡା ବଲାଙ୍ଗୀର ସୋନପୁର ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ବରଗଡ଼, ଝାରସୁଗୁଡା, ଦେଓଗଡ, କେନ୍ଦୁଝର , ମୟୁରଭଞ୍ଜ, ସୁନ୍ଦରଗଡ, କଟକ, ଜଗତସିଂପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଏହା ବି ପଢ଼ନ୍ତୁ: ମୋନ୍ଥା ପ୍ରଭାବରେ ରାତିରେ ପବନର ବେଗ ବଢ଼ିବ, IMD DGଙ୍କ ସୂଚନା
୧୯ ଜିଲ୍ଲାରେ ୬୦ରୁ ୭୦ କିମି ଘଣ୍ଟା ପ୍ରତି ପବନ ଓ ଝଟକା ପବନ ୮୦ କିମି ପ୍ରତି ଘଣ୍ଟାରେ ରହିବ । ଆସନ୍ତାକାଲି ସାରା ଓଡ଼ିଶାରେ ବର୍ଷା ହେବା ସହ ସହ ଅତ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ମାଲକାନଗିରି କୋରାପୁଟ ରାୟଗଡ଼ା କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିଛି ବିଭାଗ । ସେହିପରି ଗଜପତି କନ୍ଧମାଳ ଓ ବଲାଙ୍ଗୀର ୪ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଅରେଞ୍ଜ ସହ ୨୧ ଜିଲ୍ଲାକୁ ପ୍ରବଳ ଵର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ୩୦ ତାରିଖରେ ଉତ୍ତର ଓଡ଼ିଶାର ୫ ଜିଲ୍ଲା ଯେପରିକି ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ଵର୍ଷା ଜାରି ରହିବା ସହ ୧ ତାରିଖ ଯାଏ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ପବନର ବେଗ ବଢ଼ିବା ଆଶଙ୍କା ଥିବାରୁ ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର କୂଳକୁ ଯିବାକୁ ମନା କରାଯାଇଛି । ବନ୍ଦର ଗୁଡିକ ପାଇଁ ରହିଛି ୨ ନମ୍ବର ବିପଦ ସଂକେତ ରହିଥିବା ବେଳେ ଗୋପାଳପୁର ପାଇଁ ୧ ନମ୍ବର ବିପଦ ସଂକେତ ଜାରି ହୋଇଛି । ବିଶେଷ ଭାବେ ମାଲକାନଗିରି, ଗଜପତି ଗଞ୍ଜାମ, କୋରାପୁଟ କଳାହାଣ୍ଡି ଓ ନବରଙ୍ଗପୁର ଏହି ୬ ଜିଲ୍ଲା ବାତ୍ୟାର ପ୍ରଭାବ ଅଧିକ ହେବାକୁ ଥିବା ବେଳେ ଭୁସ୍ଖଳନ ସହ କଚ୍ଚା ଘର ଭାଙ୍ଗିବା,ଗଛ ପଡିବା ଓ କୁତ୍ରିମ ବନ୍ୟା ସ୍ଥିତି ଭୟ ରହିଥିବାରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/10/28/cyclone-montha-2025-10-28-15-34-25.jpg)