ଆନ୍ଧ୍ରପ୍ରଦେଶର ନର୍ସାପୁରମ୍‌ରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ମୋନ୍ଥା’: ଘର ଉପରେ ଗଛ ପଡ଼ି ଚାଲିଗଲା ଜଣେ ବୃଦ୍ଧାଙ୍କ ଜୀବନ

ଅମ୍‌ଲାପୁରମ୍‌ଠାରୁ ୪୫ କିଲୋମିଟର ଦୂରରେ ନର୍ସପୁରମ୍‌ରେ ସ୍ଥଳଭାଗ ଛୁଇଁଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

cyclone-montha-landfall-and-path

cyclone landfall Photograph: (m.economictimes.com)

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ନର୍ସାପୁରମ୍‌ରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ମୋନ୍ଥା’। ଅମ୍‌ଲାପୁରମ୍‌ଠାରୁ ୪୫ କିଲୋମିଟର ଦୂରରେ ନର୍ସପୁରମ୍‌ରେ ସ୍ଥଳଭାଗ ଛୁଇଁଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାତି ସାଢେ ୧୧ଟାରୁ ସାଢେ ୧୨ଟା ଭିତରେ ଳ୍ୟାଣ୍ଡଫଲ୍ କରିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିଲୋମିଟର ରହିଥିଲା । ପ୍ରଥମେ କାକିନାଡ଼ା, ପରେ ଅମ୍‌ଲାପୁରମ୍‌ ଶେଷରେ ଅମ୍‌ଲାପୁରମଠାରୁ ୪୫ କିଲୋମିଟର ଦୂର ନର୍ସାପୁରମରେ ସ୍ଥଳଭାଗ ଛୁଇଁଥିଲା । ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହୋଇଯିବ ମୋନ୍ଥା । 

ବାତ୍ୟା ମନ୍ଥାର ଆଖି ନାହିଁ, ତଥାପି ସବୁଆଡ଼େ ଘାଣ୍ଟୁଛି

ତେବେ ଏହି ବାତ୍ୟା ପ୍ରଭାବରେ ଆନ୍ଧ୍ରରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି । ଆନ୍ଧ୍ର କୋନାସୀମା ଜିଲ୍ଲାରେ ବୃଦ୍ଧାଙ୍କ ଘର ଉପରେ ଗଛ ପଡ଼ିଯିବାରୁ ମୃତ୍ୟୁ ହୋଇଛି । ସେହି କୋନାସୀମା ଜିଲ୍ଲାର ଅନ୍ୟ ଏକ ସ୍ଥାନରେ ଜଣେ ନାବାଳକ ଏବଂ ଜଣେ ଅଟୋ ଡ୍ରାଇଭର ଆହତ ହୋଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe