କନକ ବ୍ୟୁରୋ : ବାତ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରେସମିଟ୍ । ୮ ଜିଲ୍ଲାର ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ରାଜସ୍ୱ ମନ୍ତ୍ରୀ ଓ ଏସ୍ଆରସିଙ୍କ ସହ ସମୀକ୍ଷା । ଲ୍ୟାଣ୍ତଫଲ୍ ପ୍ରକ୍ରିୟା ସତ୍ତ୍ୱେ ଓଡ଼ିଶାରେ ପ୍ରଭାବ ପଡ଼ିନାହିଁ । କିଛି ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି । ଗୋଟିଏ ସ୍ଥାନରେ ପାହାଡ଼ ଧସିଛି । ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୧୭,୮୧୭ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର । ଏପର୍ଯ୍ୟନ୍ତ ୨,୧୯୮ ଗର୍ଭବତୀଙ୍କୁ ମେଡିକାଲରୁ ନିଆଯାଇଛି । ଆବଶ୍ୟକ ହେଲେ ତ୍ୱରିତ୍ ପଦକ୍ଷେପ ନିଆଯିବ ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେଉ ହେଉ କାକିନାଡାରେ ଭୀଷଣ ବାତ୍ୟା ନିଜ କରାଳ ରୂପେ ଦେଖାଇଛି । ଏହାକୁ ଦୃଷ୍ଟିରେ ରଖି ଆନ୍ଧ୍ରରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ହୋଇଛି । କାହରିକୁ ବାହାରକୁ ବାହିରବା ଅନୁମତି ନାହିଁ । କୌଣସି ଗାଡ଼ି ଚାଲି ପାରିବ ନାହିଁ । ବିଭିନ୍ନ ସ୍ଥାନରେ ଚେକିଂ ବ୍ଲକିଂ କରାଯାଉଛି । ଏକ ହଜାର ପୁଲିସ ଏହି କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ଆନ୍ଧ୍ରରେ ପ୍ରଭାବିତ ହେବାକୁ ଥିବା ସବୁ ଜିଲ୍ଲାର ଜିଲ୍ଲାପାଳ ଆଲର୍ଟ ମୋଡ୍ରେ ରହିଛନ୍ତି । ତେବେ ଛୋଟ ବାତ୍ୟା ହୋଇଥିବାରୁ ଏହି ବାତ୍ୟାର ଆଖି ନାହିଁ । ଏହାସତ୍ତ୍ୱେ କାକିନାଡ଼ାରେ ଘାଣ୍ଟୁଛି ଏହି ବାତ୍ୟା । ପ୍ରବଳ ବର୍ଷା ହେଉଥିବା ବେଳେ ସୁ ସୁ ଗର୍ଜନ ଛାଡ଼ୁଛି ସମୁଦ୍ର । ଜିରୋ କାଜୁଆଲିଟି ଉପରେ ଗୁରତ୍ୱ ଦେଇଛନ୍ତି ସରକାର ।
ସେପଟେ ଲ୍ୟାଣ୍ଡଫଲ ପକ୍ରିୟା ଆରମ୍ଭ ହେବାପରେ କୋରାପୁଟରେ ପ୍ରଭାବ ଦେଖିବାକୁ ମିଳିଛି । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗିରେ ବାତ୍ୟା ମୋନ୍ଥାର ପ୍ରଭାବରେ ଅନେକ ଘର ଭାଙ୍ଗିଛି । ପେଟୁରୁ, ରାଲେଗଡ଼ା ଓ ଚନ୍ଦକା ପଞ୍ଚାୟତ ବହୁ ଘର ଭାଙ୍ଗିଛି । ଖବର ଲେଖାଯିବା ସୁଦ୍ଧା ୩ଟି ପଞ୍ଚାୟତରେ ମୋଟ ୧୪ଟି ଘର ଭାଙ୍ଗିଥିବା ସୂଚନା ମିଳିଛି ।
ବାତ୍ୟାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି ମୋଟ ୬୨ଟି ଟ୍ରେନ୍ ବାତିଲ କରି ଦିଆଯାଇଛି । ଏବେ ପବନର ବେଗ ଧୀରଧୀରେ ବୃଦ୍ଧି ପାଇବାରେ ଲାଗିଛି । ଏବେ ପବନର ବେଗ ୯୦ରୁ ୧୦୦ କିମି ରହିଛି । ବାତ୍ୟା ଓଡ଼ିଶା କିମ୍ବା ଆନ୍ଧ୍ର ପାଇଁ ନୂଆ ନୁହେଁ, ଲୋକେ ପ୍ରାଶାସନିକ ନିର୍ଦ୍ଦେଶକୁ ମାନୁଥିବେ ବୋଲି ଆଶା କରାଯାଉଛି । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପୂରା ୫ ଘଣ୍ଟା ଧରି ଚାଲିବ ।
ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ କରିବା ପରେ କାକିନାଡ଼ାରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ଆରମ୍ଭ କରିଛି । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବାପରେ ସୁ ସୁ ଗର୍ଜନ ଛାଡ଼ୁଛି ସମୁଦ୍ର । ୪ରୁ ୫ ଘଣ୍ଟା ଲାଗିଯିବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ସ୍ଥାନୀୟ ଲୋକଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସମୟ । ବାତ୍ୟାକୁ ଦୃଷ୍ଟିରେ ରଖି କାକିନାଡ଼ାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏବେ ସମୁଦ୍ର ସମ୍ପୂର୍ଣ୍ଣ ଅଶାନ୍ତ ହୋଇ ପଡ଼ିଛି । ଉଠୁଛି ଉଚ୍ଚ ଉଚ୍ଚ ଜୁଆର । ପ୍ରତିବର୍ଷ ବାତ୍ୟା ଦେଖୁଥିଲେ ସୁଦ୍ଧା କୋକୁଆ ଭୟରେ ରହିଛନ୍ତି ବାତ୍ୟା । କାକିନାଡ଼ାକୁ ପୂରା ଖାଲି କରି ଦେଇଛି ପ୍ରଶାସନ । ୧୪ ଲକ୍ଷ ବାତ୍ୟା ଦ୍ୱାରା ପ୍ରଭାବିତ ହେବେ । ଦେଢ଼ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏଥିରେ ସବୁ ବର୍ଗର ଲୋକ ସାମିଲ ରହିଛନ୍ତି ।
ବାତ୍ୟା ମୋନ୍ଥାର ପ୍ରକୋପ ଏତେ ଭୟଙ୍କର ଯେ, ତୁହା କୁ ତୁହା ବର୍ଷା ହେଉଛି । ଗଜପତି ପ୍ରଶାସନ ଦିନ ରାତି ଏକ କରି ପ୍ରତିଟି ବ୍ଲକର ଆଶ୍ରୟସ୍ଥଳୀ ବୁଲି ବୁଲି ସମସ୍ତ ପ୍ରକାର ସହଯୋଗ କରି ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରୁଛନ୍ତି । ଏହାରି ମଧ୍ୟରେ ଆର.ଉଦୟଗିରି ବ୍ଲକର ଅନଘା ପଞ୍ଚାୟତର ରାସ୍ତା କଡ଼ ପାହାଡ଼ରୁ ବିରାଟକାୟ ପଥର ଖସି ରାସ୍ତା ଅବରୋଧ ହୋଇଛି । ବଡ଼ ଗାଁ ରାସ୍ତା ଅବରୋଧ ହେବାରୁ ଯାତାୟତ ଠପ୍ ହୋଇଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/28/31-2025-10-28-22-59-03.jpg)