କନକ ବ୍ୟୁରୋ : ବାତ୍ୟା ପୂର୍ବରୁ ମାଲକାନଗିରିରେ ବାଜିଲା ସାଇରନ୍ । ଲୋକଙ୍କ ମୋବାଇଲ୍କୁ ଆସିଲା ସତର୍କତାମୂଳକ ସାଇରନ । ରିଲିଫ୍ କମିସନରଙ୍କ ପକ୍ଷରୁ ଆସିଲା ସ୍ୱତନ୍ତ୍ର ମେସେଜ୍ । ଲୋକମାନଙ୍କୁ ସଚେତନ କରାଇବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ । ବାତ୍ୟା ମୋନ୍ଥାର ପ୍ରଭାବକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ କରାଯାଉଛି ସଚେତନ ।
ଅଧିକ ପଢ଼ନ୍ତୁ--କିଛି ସମୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ମୋନ୍ଥା; ପ୍ରବଳ ବର୍ଷୁଛି
ଅନ୍ୟପଟେ ଅଗ୍ନିଶମ ଡିଆଇଜି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ଯେ ମୋନ୍ଥାର ମୁକାବିଲା ନିମନ୍ତେ ଦକ୍ଷିଣ ଓଡ଼ିଶା ପାଇଁ ସଜାଗ ଅଛନ୍ତି ୧୨୫ ଟିମ୍ । ୩୪୬ ଅଗ୍ନିଶମ କେନ୍ଦ୍ରକୁ ଜଗିଛନ୍ତି କଣ୍ଟ୍ରୋଲ ରୁମ୍ । ସହଯୋଗ ପାଇଁ ୧୧୨ ନଂ କୁ କଲ୍ କରିବାକୁ ପରାମର୍ଶ । ଭୁବନେଶ୍ୱର ଫାୟାର ଷ୍ଟେସନରୁ କରାଯାଉଛି କଣ୍ଟ୍ରୋଲ । ସେ ଆହୁରି ମଧ୍ୟ କହିଛନ୍ତି , ଏପରି ପରିସ୍ଥିତିରେ ଲୋକମାନେ ନିଜର ସୁରକ୍ଷାକୁ ପ୍ରଥମେ ପ୍ରାଥମିକତା ଦିଅନ୍ତୁ । ଅଧିକ ଉତ୍ସାହିତ ହୋଇ ବିପଦପୂର୍ଣ୍ଣ ସ୍ଥାନକୁ ଯାଇ ରିଲ୍ସ କି ଭିଡିଓ କରନ୍ତୁ ନାହିଁ କି ବିପଦକୁ ଡାକନ୍ତୁ ନାହିଁ । ଏହା ବ୍ୟତୀତ ଯଦି କେହି ପାଣି ଘେରରେ ଫସିଯାଉଛି ବା ଗୃହପାଳିତ ପଶୁ ବିପଦରେ ଅଛନ୍ତି ତେବେ ୧୧୨ ନଂ କୁ କଲ୍ କରନ୍ତୁ ।
ବାତ୍ୟା ମୋନ୍ଥାର ପ୍ରଭାବରେ କେତେକ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଆରମ୍ଭ ହୋଇଯାଇଛି । ବାତ୍ୟାର ମୁକାବିଲା କରିବା ପାଇଁ ବିଭିନ୍ନ ଜିଲ୍ଲାରେ ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ପ୍ରତି ବ୍ଲକରେ ହେଲ୍ପ ଡେସ୍କ ଖୋଲିଛି । ଏହା ସହିତ ପ୍ରଶାସନ ପକ୍ଷରୁ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି । ଏହି କ୍ରମରେ କୋରାପୁଟରେ ସକ୍ରିୟ ରହିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଟୋଲ୍ ଫ୍ରି' ନମ୍ବରରେ କଲ୍ ସ୍ଥାନାନ୍ତର କିମ୍ବା ଅନ୍ୟାନ୍ୟ ସହାୟତା ନେଇ ପାରିବେ ଲୋକେ । ୧୦୭୭-୦୬୮୫୨-୨୫୧୧୦୧ କଲ୍ କରି ସହାୟତା ପାଇ ପାରିବେ ଲୋକେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/28/cyclone-update-2025-10-28-19-12-10.jpg)